କେନ୍ଦୁଝର: ଦିନିକିଆ କେନ୍ଦୁଝର ଜିଲ୍ଲା ଗସ୍ତ ସାରି ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗତକାଲି(ଶନିବାର) ଯାଜପୁରରୁ ସଡ଼କ ପଥରେ ଆସି କେନ୍ଦୁଝରରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ଆଜି ସକାଳ ୧୧ ଟା ସମୟରେ ଧରଣୀଧର ମେଡ଼ିକାଲ କଲେଜରେ ପ୍ରଥମେ ଧରଣୀଧରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଅଡିଟୋରିୟମରେ ଇଣ୍ଡିଆନ ମେଡିକାଲ ଆସୋସିଏସନର ଦୁଇ ଦିନିଆ ୭୪ ତମ ରାଜ୍ୟ ବାର୍ଷିକ ସମ୍ମିଳନୀକୁ ଉଦଘାଟନ କରିଥିଲେ ।
Dharanidhar Medical College and Hospital (ETV Bharat Odisha) ଡାକ୍ତର ଦ୍ବିତୀୟ ଭଗବାନ:ମୁଖ୍ୟମନ୍ତ୍ରୀ
ପ୍ରଥମେ ସଂଘର ସମସ୍ତ ସଦସ୍ୟମାନେ ଗୁଣବତ୍ତା ସ୍ବାସ୍ଥ୍ୟ ସେବା ପ୍ରଦାନ ପାଇଁ ଶପଥ ଗ୍ରହଣ କରିଥିଲେ । ପରେ ପରେ ଦିବଂଗତ ସଦସ୍ୟମାନଙ୍କ ଉଦ୍ଦେଶ୍ୟରେ ୨ ମିନିଟ ନୀରବ ପ୍ରାର୍ଥନା କରିବା ପରେ କେନ୍ଦୁଝରର ଆରାଧ୍ୟ ଦେବତା ବଳଭଦ୍ରଙ୍କ ସହ ଜଗନ୍ନାଥ ଏବଂ ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ବଳନ କରିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ଡାକ୍ତର ହରେକୃଷ୍ଣ ନାୟକଙ୍କ ଦ୍ଵାରା ରଚିତ ସ୍ବାସ୍ଥ୍ୟ ସୁରଭି ପୁସ୍ତକ ସହ ଅନ୍ୟ ପୁସ୍ତକ ଉନ୍ମୋଚନ କରିଥିଲେ । ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣ ଆରମ୍ଭରେ ପ୍ରଭୁ ଜଗନ୍ନାଥ, ବଳଦେବଜୀଉ ଏବଂ ତାରିଣୀଙ୍କ ନାମ ନେଇ ବକ୍ତବ୍ୟ ଆରମ୍ଭ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ କହିଥିଲେ, "ଡାକ୍ତରମାନେ ଜୀବନ ରକ୍ଷକ ହୋଇଥିବାରୁ ଲୋକମାନେ ସେମାନଙ୍କୁ ଦ୍ୱିତୀୟ ଭଗବାନ ବୋଲି ଭାବିଥାନ୍ତି । ଭଲ ସ୍ବାସ୍ଥ୍ୟବିନା ଲୋକଙ୍କ ପାଖରେ ଥିବା ଧନସମ୍ପତ୍ତି, ଯୌବନ, ମାନସମ୍ମାନର କୌଣସି ମୂଲ୍ୟ ନାହିଁ ।"
Dharanidhar Medical College and Hospital (ETV Bharat Odisha) ଏହା ବି ପଢନ୍ତୁ....କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, 'ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ MoU'
ଏହା ବି ପଢନ୍ତୁ....ରାୟଗଡ଼ାରେ ନୂତନ ରେଳ ଡିଭିଜନର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ
Dharanidhar Medical College and Hospital (ETV Bharat Odisha) ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, "କେନ୍ଦୁଝର ଜିଲ୍ଲା ଖଣି ବହୁଳ ଏବଂ ଅନ୍ୟ ପ୍ରାକୃତିକ ସମ୍ପଦ ଥିଲେ ମଧ୍ୟ ସ୍ୱାସ୍ଥ୍ୟକ୍ଷେତ୍ରରେ ପଛୁଆ ଥିଲା । ଖଣି ଖାଦାନ ପାଇଁ ଜିଲ୍ଲାରେ ସର୍ବାଧିକ ଦୁର୍ଘଟଣା ସହ ଖଣି ପାଇଁ ପ୍ରଦୂଷଣ ସର୍ବାଧିକ । ତେଣୁ ଲୋକେ ରୋଗଗ୍ରସ୍ତ ହେଉଛନ୍ତି ।" କେନ୍ଦୁଝରରେ ମେଡିକାଲ କଲେଜ ଥିଲେ ବି ଏହା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନଥିବାରୁ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ଏହାକୁ ଏକ ନମ୍ୱର ମେଡିକାଲ କଲେଜ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । କେନ୍ଦୁଝର ମେଡିକାଲ କଲେଜରେ ଟ୍ରମା କେୟାର ସେଣ୍ଟର ଅଛି ନେଇ ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ନିଆଯାଇନଥିବାରୁ ସେ ବିରକ୍ତ ଭାବ ପ୍ରକାଶ କରିଥିଲେ । ଏହାସହ କେନ୍ଦୁଝର ମେଡିକାଲ କଲେଜରେ କେଉଁ ବ୍ୟବସ୍ଥା ରହିଛି ତାହା ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ ।
Dharanidhar Medical College and Hospital (ETV Bharat Odisha) ଜିଲ୍ଲା ଖଣିଜ ପାଣ୍ଠିରୁ ନିର୍ମିତ କଲେଜ:
"କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ନିଜସ୍ଵ ଜିଲ୍ଲା ଖଣିଜ ପାଣ୍ଠିରୁ ନିର୍ମିତ ହେଇଥିବାବେଳେ ଗୋଟିଏ ଟଙ୍କା ବି କୌଣସି ସରକାରଙ୍କଠାରୁ ଅନୁଦାନ ମିଳିନଥିଲା, ଆଗକୁ ଯାହା ଉନ୍ନତିକରଣହେବ ସରକାରୀ ଅନୁଦାନରେ ହେବ ବୋଲି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଡିଏମଏଫରୁ ଆଉ ଟଙ୍କାଟିଏ ବି ଖର୍ଚ୍ଚ କରାଯିବ ନାହିଁ, ଖୁବଶୀଘ୍ର କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ । ଏହାସହ କେନ୍ଦୁଝର ମେଡିକାଲ କଲେଜ କିପରି ଓଡ଼ିଶାର ଏକ ନମ୍ବର ମେଡିକାଲ କଲେଜ ହେବ" ସେନେଇ ସମସ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
Dharanidhar Medical College and Hospital (ETV Bharat Odisha) ଇଟିଭି ଭାରତ, କେନ୍ଦୁଝର