ଓଡିଶା

odisha

ETV Bharat / state

ଆଖି ଦେଖାଇଲାଣି ‘ଦାନା’: କେନ୍ଦ୍ରାପଡା ଚାଷୀଙ୍କ ମନରେ ଛନକା, ପ୍ରସ୍ତୁତ ପ୍ରଶାସନ

ବାତ୍ୟାକୁ ନେଇ ଚିନ୍ତାରେ କେନ୍ଦ୍ରାପଡା ଚାଷୀ । ଧାରକରଜ କରି ଚାଷ କରିଥିବା ବେଳେ ଏବେ ମାଡି ଆସୁଛି ବାତ୍ୟା । ମୁକାବିଲା ପାଇଁ ପ୍ରସ୍ତୁତ ପ୍ରଶାସନ ।

CYCLONE FEAR
CYCLONE FEAR (ETV Bharat Odisha)

By ETV Bharat Odisha Team

Published : 4 hours ago

କେନ୍ଦ୍ରାପଡା: ବାତ୍ୟାରେ ପରିଣତ ହେଲା ସାମୁଦ୍ରିକ ଝଡ ‘ଦାନା’ । ଆସନ୍ତା 24 ମଧ୍ୟରାତ୍ରି କିମ୍ବା 25 ତାରିଖ ଭୋର ସମୟରେ ଧାମରା-ଭିତରକନିକା ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା । କେନ୍ଦ୍ରାପଡା ଜିଲ୍ଲାରେ ବାତ୍ୟାର ପ୍ରଭାବ ଅଧିକ ଥିବାର ସମ୍ଭାବନା ରହିଛି । ଏହାକୁ ନେଇ ଚାଷୀଙ୍କ ଛାତିରେ ଛନକା ଫସିଥିବା ବେଳେ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ ।

କେନ୍ଦ୍ରାପଡାରେ NDRF ଟିମ:

CYCLONE FEAR (ETV Bharat Odisha)

ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଗତକାଲି(ମଙ୍ଗଳବାର) ଜିଲ୍ଲାରେ ଦୁଇଟି ଏନଡିଆରଏଫ ଟିମ୍ ପହଞ୍ଚି ଉପକୂଳ ଅଞ୍ଚଳକୁ ଯାଇଛନ୍ତି l ସେହିପରି ଅଗ୍ନିଶମ ବିଭାଗ ଆବଶ୍ୟକୀୟ ଯନ୍ତ୍ରାଂଶ ସହ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିଛି । ଦୁଇଟି ଟିମର ୭୦ ଜଣ ସଦସ୍ୟ ଜିଲ୍ଲା ମୁଖ୍ୟାଳୟରେ ପହଞ୍ଚି ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପରେ ବିଶେଷ ପ୍ରଭାବିତ ହେବାକୁ ଥିବା ଅଂଚଳକୁ ଯାଇଛନ୍ତି l

ଜିଲ୍ଲାର ଏସବୁ ଅଞ୍ଚଳରେ ମୁତୟନ ରହିବେ ଏନଡିଆରଏଫ ଓ ଅଗ୍ନିଶମ:

CYCLONE FEAR (ETV Bharat Odisha)

କେନ୍ଦ୍ରାପଡା ଜିଲାର ମହାକାଳପଡ଼ା, ରାଜନଗର ଓ ରାଜକନିକା ବ୍ଲକର ବିଭିନ୍ନ ଅଞ୍ଚଳରେ ଏନଡିଆରଏଫ ଟିମ ମୁତୟନ ରହିବେ l ବାତ୍ୟା ପୂର୍ବରୁ ଲୋକମାନଙ୍କୁ ସଚେତନ କରିବା ସହ ବାତ୍ୟା ପରବର୍ତ୍ତୀ ସ୍ଥିତିରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବେ ଏନଡିଆରଏଫ ଟିମ l ସେହିପରି ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି l ଅଗ୍ନିଶମ ବିଭାଗର ୧୦ ଗୋଟି ୟୁନିଟ୍ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି l ବାତ୍ୟା ମୁକାବିଲା ପାଇଁ ଆବଶ୍ୟକିୟ ଯନ୍ତ୍ରାଂଶ ସହ ପ୍ରସ୍ତୁତ ରହିଛି ଟିମ ।

CYCLONE FEAR (ETV Bharat Odisha)

ପ୍ରସ୍ତୁତ ପ୍ରଶାସନ:

ବାତ୍ୟା ଦାନା ରାଜନଗର ବ୍ଲକ୍ ଅନ୍ତର୍ଗତ ଭିତରକନିକା ଅଞ୍ଚଳରେ ଲ୍ୟାଣ୍ଡ ଫଲ୍ କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି l ତେବେ ଭିତରକନିକାରେ ପହଁଞ୍ଚିବା ପରେ ବାତ୍ୟା ପ୍ରକୋପ ହ୍ରାସ ପାଇବାର ସମ୍ଭାବନା ଥିବା କହିଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ । ତେବେ ବନବିଭାଗ ପକ୍ଷରୁ ଭିତରକନିକା ଜାତୀୟ ଉଦ୍ୟାନ ଅଞ୍ଛଳରେ ବସବାସ କରୁଥିବା ଲୋକମାନଙ୍କୁ ସ୍ଥାନାନ୍ତର ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସେପଟେ ଜିଲା ପ୍ରଶାସନ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ଜିଲ୍ଲା ଜରୁରୀକାଳୀନ ଅଧିକାରୀ l

ଚିନ୍ତାରେ ଚାଷୀ:

ସେପଟେ ବାତ୍ୟାକୁ ନେଇ ଚାଷୀର ଛାତିରେ ଛନକା ପଶିଛି । ବାତ୍ୟା ପ୍ରଭାବରେ ବର୍ଷକର ଖାଦ୍ୟ ନଷ୍ଟ ହେବାର ଆଶଙ୍କା ଥିବାରୁ ଚାଷୀ କୁଳ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଧାନ ଚାଷ କରିଥିବା ଚାଷୀ ଗତ ଗୁରୁବାର ଦିନ ଗର୍ଭଣା ସଂକ୍ରାନ୍ତିରେ ନିଜ ଚାଷଜମିକୁ ଦେଖି ଖୁସି ହୋଇଥିବା ବେଳେ ବାତ୍ୟା ଦାନା ଏବେ ଦାରୁଣ ଦୁଃଖ ଦେବାକୁ ଯାଉଥିବା କହିଛନ୍ତି ଚାଷୀ ।

ଏନଡିଆରଏଫର ଟିମ କମାଣ୍ଡର ପ୍ରଭାତ ଯାଦବ କହିଛନ୍ତି, ‘ଅତ୍ୟାଧୁନିକ ଯନ୍ତ୍ରପାତି ସହ ଆମେ ଆସୁଛି । ଆମର(ଏନଡିଆରଏଫ)ର 2ଟି ଟିମ ଆସିଛି । ଯେଉଁଥିରେ ପାଖାପାଖି 70 ଜଣ ଅଛନ୍ତି । ଜିଲ୍ଲା ପ୍ରଶାସନ ଯାହା ନିର୍ଦ୍ଦେଶ ଦେବେ ତାଙ୍କ ଅନୁସାରେ ଆମେ କାମ କରିବୁ । ଯେମିତି ଜଣ ବି ଆସିଛନ୍ତି ସମସ୍ତେ ଅଭିଜ୍ଞ । ପୂର୍ବରୁ ଏମାନେ ପ୍ରାକୃତିକ ବିପଦରେ କାମ କରିଛନ୍ତି ’।

ଏହା ମଧ୍ୟ ପଢନ୍ତୁ:

ବଙ୍ଗୋପସାଗରରେ ଆଖି ଦେଖାଇଲା ବାତ୍ୟା 'ଦାନା', ଓଡ଼ିଶା ଉପକୂଳ ମୁହାଁ ! ଭୀଷଣ ବାତ୍ୟା ରୂପରେ ଛୁଇଁବ ସ୍ଥଳଭାଗ

ଓଡ଼ିଶା ସରକାରଙ୍କ ବାତ୍ୟା ‘ଦାନା’ ମୁକାବିଲା: ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ, ୬ ଜିଲ୍ଲା ସମ୍ବେଦନଶୀଳ

ଯାତ୍ରା କରୁଥିଲେ ଜାଣିନିଅନ୍ତୁ, ବାତ୍ୟା ପାଇଁ ୧୯୭ ଟ୍ରେନ ବାତିଲ

କଟକରେ ପୂଜା ମଣ୍ଡପ ତୋରଣ ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ବାତ୍ୟା ‘ଦାନା’କୁ ଦେଖି କୋର୍ଟଙ୍କ ନିର୍ଦ୍ଦେଶନାମା

ଏନେଇ ଜଣେ ଚାଷୀ କହିଛନ୍ତି, ‘ବହୁତ ବାତ୍ୟା ଆମେ ଦେଖିଲୁଣି । ଏବେ ଯଦି ବାତ୍ୟା ହୁଏ ଚାଷୀର ସର୍ବସ୍ବ ପଳେଇବ । ଧାର କରଜ କରିକି ଚାଷ କରୁଛୁ । ଏବେ ବାତ୍ୟା ହେଲେ ସବୁ ଧୋଇଯିବ ।’

ଜିଲ୍ଲା ଜରୁରୀକାଳୀନ ଅଧିକାରୀଅଶୋକ କୁମାର ଦାସକହିଛନ୍ତି, ‘ବାତ୍ୟା ଦାନା କେନ୍ଦ୍ରାପଡାରେ ହିଟ୍‌ କରିବ ବୋଲି ଶୁଣିବାକୁ ମିଳୁଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଆମର ଚାଲିଛି । ଲୋକଙ୍କୁ ସ୍ଥାନାନ୍ତର କରି ବାତ୍ୟା ଆଶ୍ରୟସ୍ଥଳରେ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି । ’

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details