ଓଡିଶା

odisha

ETV Bharat / state

ଫୁଲବାଣୀରେ ଆମ୍ବ ଟାକୁଆ ଖାଇ ୨ମୃତ, ବ୍ରହ୍ମପୁର MKCGରେ ଗୁରୁତରଙ୍କ ଚିକିତ୍ସା - MANGO SEED CONSUMING

କନ୍ଧମାଳ ଜିଲ୍ଲା ଫୁଲବାଣୀ ମାଣ୍ଡିପଙ୍କାରେ ଆମ୍ବ ଟାକୁଆ (କୋଇଲି) ଖାଇ ୨ ମହିଳା ମୃତ । ଅନ୍ୟ ୬ ଗୁରୁତର ବ୍ରହ୍ମପୁର MKCG ମେଡିକାଲରେ ଭର୍ତ୍ତି ।

ଫୁଲବାଣୀରେ ଆମ୍ବ ଟାକୁଆ ଖାଇ ୨ ମୃତ ! ୬ ଗୁରୁତରଙ୍କୁ ବ୍ରହ୍ମପୁର ହସପିଟାଲ ସ୍ଥାନାନ୍ତର
ଫୁଲବାଣୀରେ ଆମ୍ବ ଟାକୁଆ ଖାଇ ୨ ମୃତ ! ୬ ଗୁରୁତରଙ୍କୁ ବ୍ରହ୍ମପୁର ହସପିଟାଲ ସ୍ଥାନାନ୍ତର (ETV Bharat Odisha)

By ETV Bharat Odisha Team

Published : Nov 1, 2024, 9:54 AM IST

Updated : Nov 1, 2024, 4:37 PM IST

ଫୁଲବାଣୀ (କନ୍ଧମାଳ)/ବ୍ରହ୍ମପୁର/ ଭୁବନେଶ୍ୱର : ଆମ୍ବ ଟାକୁଆ ଖାଇ ଚାଲିଗଲା ଦୁଇଜଣଙ୍କ ଜୀବନ । ଅନ୍ୟ ୬ ଜଣ ଗୁରୁତର ଅସୁସ୍ଥ । ସେମାନଙ୍କୁ ବ୍ରହ୍ମପୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏପରି ଅଭାବନୀୟ ଘଟଣା ଘଟିଛି ବାଲିଗୁଡ଼ା ଉପଖଣ୍ଡର ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗାଁରେ । ମୃତକ ଦୁଇଜଣ ସ୍ଥାନୀୟ ମହିଳା ହୋଇଥିବା ପ୍ରାଥମିକ ଭାବେ ଜଣାପଡିଛି । ସେପଟେ ଘଟଣାରେ ସ୍ୱାସ୍ଥ୍ୟ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି ।

mukesh Mahaling (ETV Bharat Odisha)

ଆମ୍ବ ଟାକୁଆ ଯାଉ ଖାଇବା ପରେ ହୋଇପଡିଥିଲେ ଅସୁସ୍ଥ !

ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ଏହି ମୃତ ଓ ଅସୁସ୍ଥମାନେ ଆମ୍ବ ଟାକୁଆରୁ ଯାଉ ପ୍ରସ୍ତୁତ କରି ଖାଇଥିଲେ । ଏହାର କିଛି ସମୟ ପରେ ହଠାତ ସମସ୍ତେ ଅସୁସ୍ଥ ହୋଇପଡିଥିଲେ । ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ନିକଟସ୍ଥ ବ୍ରାହ୍ମଣୀଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ଗମ୍ଭୀର ଥିବାରୁ ୬ଜଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା । ମାତ୍ର ବ୍ରାହ୍ମଣୀଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଆମ୍ବୁଲାନ୍ସରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଉଥିବା ବେଳେ ରାସ୍ତାରେ ଅନ୍ୟଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟ ଅସୁସ୍ଥମାନଙ୍କ ଅବସ୍ଥା ଏବେ ଗୁରୁତର ଅଛି । ସେମାନଙ୍କ ଚିକିତ୍ସା ଜାରି ରହିଛି ।

ଫୁଲବାଣୀରେ ଆମ୍ବ ଟାକୁଆ ଖାଇ ୨ମୃତ ! ୬ ଗୁରୁତରଙ୍କୁ ବ୍ରହ୍ମପୁର ହସପିଟାଲ ସ୍ଥାନାନ୍ତର (ETV Bharat Odisha)

ସମସ୍ତ ମୃତ-ଅସୁସ୍ଥ ମହିଳା, ଜଣେ MKCGକୁ ସ୍ଥାନାନ୍ତର:-

୨ ମୃତ ଓ ୬ ଅସୁସ୍ତଙ୍କ ମଧ୍ୟରେ ସମସ୍ତେ ମହିଳା ରହିଛନ୍ତି । ଅସୁସ୍ଥ ୬ ଜଣକୁ ବ୍ରହ୍ମପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଆଜି ସକାଳେ ‘ଏମକେସିଜି’ କୁ ସ୍ଥାନାନ୍ତରିତ କରାଯାଇଛି । ତାଙ୍କ ଅବସ୍ଥା ସଙ୍କଟପନ୍ନ ରହିଛି । ଅସୁସ୍ଥଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସୁବ୍ରତ ଦାସ କହିଛନ୍ତି, ସମସ୍ତ ୬ ଜଣଙ୍କ ଅବସ୍ଥା ଗୁରୁତର ଏବଂ ଏହା ଫୁଡ ପଏଜନିଂ ପରି କାରଣରୁ ହୋଇଥିବା ପ୍ରାଥମିକ ଭାବେ ଜଣାପଡିଛି । ଆଦିବାସୀ ସମ୍ପ୍ରଦାୟରେ ଆମ୍ବ ଟାକୁଆ ଖାଇବା ସାଧାରଣଃ ପ୍ରଚଳିତ । ମାତ୍ର ଏହାକୁ ତ୍ରୁଟିପୂର୍ଣ୍ଣ ଭାବେ ପ୍ରସ୍ତୁତି କରିବା ଦ୍ୱାରା ଏହା ବିଷାକ୍ତ ସାବସ୍ତ ହୋଇପାରେ । ତେବେ ଏହି ମାମଲାରେ ପ୍ରାଥମିକ ଭାବେ ଏହା ସନ୍ଦେହ କରାଯାଉଥିଲେ ସୁଦ୍ଧା ତଦନ୍ତ ପରେ ହିଁ ଫୁଡ ପଏଜନିଂର ନିର୍ଦ୍ଦିଷ୍ଟ କାରଣ ସମ୍ପର୍କରେ ସ୍ପଷ୍ଟ ହୋଇପାରିବ ।

ଫୁଲବାଣୀରେ ଆମ୍ବ ଟାକୁଆ ଖାଇ ୨ମୃତ ! ୬ ଗୁରୁତରଙ୍କୁ ବ୍ରହ୍ମପୁର ହସପିଟାଲ ସ୍ଥାନାନ୍ତର (ETV Bharat Odisha)

ଆରମ୍ଭ ହେଲା ବିଭାଗୀୟ ତଦନ୍ତ:

"ଦାରିଙ୍ଗବାଡିରେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଅଭିଯୋଗର ଆରମ୍ଭ ହେଲା ସ୍ୱାସ୍ଥ୍ୟ ବିଭାଗୀୟ ତଦନ୍ତ । ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ଓ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ତଦନ୍ତ ଆରମ୍ଭ କରିଛନ୍ତି । ମେଡିକାଲ ଟିମ ସେଠାରେ ପହଞ୍ଚି ଅନୁସନ୍ଧାନ କରୁଛନ୍ତି । ଯେଉଁ ଦୁଇ ଜଣଙ୍କ ମୃତ୍ୟୁ କଥା କୁହାଯାଉଛି, ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହସ୍ପିଟାଲ ଆସିବା ବାଟରେ ହୋଇଥିଲା । ଅନ୍ୟ ଜଣଙ୍କ ମୃତ୍ୟୁ ହସ୍ପିଟାଲ ଆସିବା ପରେ ହୋଇଥିଲା । ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଏହାପରେ କାରଣ ଜଣା ପଡିବ । ଅନ୍ୟ ୬ ଜଣ MKCG ମେଡିକାଲ କଲେଜରେ ଚିକିତ୍ସା ହେଉଛନ୍ତି । ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ଉଚିତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆମ୍ବ ଟାକୁଆ ଖାଇବା କନ୍ଧମାଳ ପରି ଜିଲ୍ଲାରେ ହେଉଥିବା ଅନେକ ସମୟରେ ଗଣମାଧ୍ୟ୍ୟମରେ ଆସେ । ସେମାନେ ଖରା ଦିନେ ଶୁଖାଇ ବର୍ଷା ଦିନେ ଖାଆନ୍ତି । ମୃତକଙ୍କ ପରିବାର NFSC ଖାଦ୍ୟ ସୁରକ୍ଷାରେ ଥିବେ" ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

ଫୁଲବାଣୀରେ ଆମ୍ବ ଟାକୁଆ ଖାଇ ୨ ମୃତ ! ୬ ଗୁରୁତରଙ୍କୁ ବ୍ରହ୍ମପୁର ହସପିଟାଲ ସ୍ଥାନାନ୍ତର (ETV Bharat Odisha)
ଏହି ଖବର ମଧ୍ୟ ପଢ଼ନ୍ତୁ- କାଶୀପୁରରେ ଡିପଥେରିଆ ଆତଙ୍କ, ଗଡ଼ିଲାଣି 5 ଶିଶୁଙ୍କ ମୁଣ୍ଡ - Diphtheria outbreak

ମେଡିକାଲ ଟିମ ରିପୋର୍ଟ ଦେବ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, ଇଣ୍ଟିଗ୍ରେଟେଡ ଡିଜିଜ୍‌ ସର୍ଭିଲାନ୍ସ ପ୍ରୋଜେକ୍ଟ (IDSP), ମୋବାଇଲ୍ ହେଲଥ ୟୁନିଟ୍ ଏବଂ ସ୍ଥାନୀୟ ମେଡିକାଲ ଟିମର ଅଧିକାରୀମାନେ ସ୍ଥିତି ଉପରେ ନଜର ରଖିଛନ୍ତି । ଏହି ଟିମ୍‌ ଘଟଣା ସମ୍ପର୍କରେ ଅନୁଧ୍ୟାନ ଶେଷ କରି ରିପୋର୍ଟ ଦେବା ପରେ ହିଁ, ନିର୍ଦ୍ଦିଷ୍ଟ କେଉଁ କାରଣ ପାଇଁ ଏପରି ଘଟିଲା, ତାହା କହିବା ସମ୍ଭବପର ହେବ । ଅନ୍ୟପଟେ କନ୍ଧମାଳ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ପ୍ରଭାବିତ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ କରି ଘଟଣାର ତଦନ୍ତ କରୁଛନ୍ତି । ପ୍ରାୟତଃ ଆଦିବାସୀ ସମାଜରେ ଆମ୍ବ ଟାକୁଆକୁ ଖାଦ୍ୟ ଭାବେ ବ୍ୟବହାର କରାଯାଉଥିବାରୁ ଚିନ୍ତା ବଢିଛି ଓ ଜନସଚେତନତା ସୃଷ୍ଟି ପାଇଁ ପ୍ରଶାସନ ପ୍ରୟାସ କରୁଛି ।

ଫୁଲବାଣୀରେ ଆମ୍ବ ଟାକୁଆ ଖାଇ ୨ମୃତ ! ୬ ଗୁରୁତରଙ୍କୁ ବ୍ରହ୍ମପୁର ହସପିଟାଲ ସ୍ଥାନାନ୍ତର (ETV Bharat Odisha)
ଏହା ମଧ୍ୟ ପଢ଼ନ୍ତୁ...Bird Flu: 'ମଣିଷକୁ ହୋଇନାହିଁ ବାର୍ଡ ଫ୍ଲୁ' ଦ୍ବନ୍ଦ୍ବ ଦୂର କଲେ ସ୍ବାସ୍ଥ୍ୟମନ୍ତ୍ରୀ ମହାଲିଙ୍ଗ, ମରାଗଲାଣି 30 ହଜାର କୁକୁଡା - NO HUMAN DETECTED BIRD FLU

ରାୟଗଡା ଜିଲ୍ଲାରେ ରହିଛି ଆମ୍ବ ଟାକୁଆ ମୃତ୍ୟୁର ଅପବାଦ !

ଏହି ଘଟଣା ରାୟଗଡା ଜିଲ୍ଲାର କାଶୀପୁର ବ୍ଲକରେ ଘଟିଥିବା ଫୁଡ ପଏଜନିଂ ମୃତ୍ୟୁ ଘଟଣାକୁ ସ୍ମରଣ କରାଇଛି । 2016 ମସିହାରେ ସମାନ ଢଙ୍ଗରେ ଆମ୍ବ ଟାକୁଆ ଖାଇ ସିପିଜୋଡି ଗ୍ରାମର ଜଣେ 12 ବର୍ଷୀୟ ଶିଶୁ ଏବଂ ଜଣେ ବୃଦ୍ଧବ୍ୟକ୍ତିଙ୍କ ମୃତ୍ୟୁ ସହ 10 ଜଣ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଥିଲା । ଏହା ପୂର୍ବରୁ 2001 ମସିହାରେ ସମାନ ଘଟଣାରେ 24 ଜଣଙ୍କ ମୃତ୍ୟୁ ହୋଇଥିଲା । ଉକ୍ତ ଅଞ୍ଚଳରେ ଉତ୍କଟ ଖାଦ୍ୟାଭାବ କାରଣରୁ ସ୍ଥାନୀୟ ଲୋକେ ଆମ୍ବ ଟାକୁଆ ଖାଉଥିବା ଅଭିଯୋଗ ହେବା ପରେ 1997 ରେ ତତ୍କାଳୀନ ସରକାର ଉଚ୍ଚସ୍ତରୀୟ ତଦନ୍ତ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।

ଇଟିଭି ଭାରତ, କନ୍ଧମାଳ/ବ୍ରହ୍ମପୁର/ଭୁବନେଶ୍ୱର

Last Updated : Nov 1, 2024, 4:37 PM IST

ABOUT THE AUTHOR

...view details