ଜଗତସିଂହପୁର:ବଡବାଗ ବାଣ ବିସ୍ଫୋରଣ ଘଟଣା । ଆଜି (ରବିବାର) ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ତଦନ୍ତ କରିଛି । ଗତକାଲି ମଧ୍ୟ ଭଗ୍ନାବଶେଷ ତଳୁ ବିସ୍ଫୋରଣର ରହସ୍ୟ ଖୋଜିଥିଲା ଟିମ୍ ।
ଭଗ୍ନାବଶେଷ ତଳୁ ବିସ୍ଫୋରଣର ରହସ୍ୟ ଖୋଜୁଛି ସାଇଣ୍ଟିଫିକ ଟିମ୍
ଅନ୍ୟପଟେ ବିସ୍ଫୋରଣ ଖବର ପାଇ ବିଳମ୍ବିତ ରାତ୍ରରେ ପୋଲିସ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚି ତଦନ୍ତ କରିଥିଲେ । ଗତକାଲି (ଶୁକ୍ରବାର) ଓ ଆଜି 2 ଦିନ ଧରି ଜଗତସିଂହପୁର ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଭଗ୍ନାବଶେଷ ତଳୁ ବିସ୍ଫୋରଣର ରହସ୍ୟ ଖୋଜୁଛନ୍ତି ସାଇଣ୍ଟିଫିକ ଟିମ୍ । ବିସ୍ଫୋରଣ ଘଟିଥିବା ବିଭିନ୍ନ ସ୍ଥାନରୁ ନମୁନା ସଂଗ୍ରହ କରି ତଦନ୍ତ କରୁଛି ଟିମ୍ ।
ବଡବାଗ ବାଣ ବିସ୍ଫୋରଣ ଘଟଣା
ଗତ ଶୁକ୍ରବାର ରାତି ପ୍ରାୟ 10ଟା 45ରେଜଗତସିଂହପୁର ପୌରାଞ୍ଚଳର ୱାର୍ଡ ନମ୍ବର-୨ ବଡବାଗ ଗ୍ରାମରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା । ପୂର୍ବତନ କାଉନସିଲର ସୁଶୀଲ ଦାସଙ୍କ ବଡ଼ ପୁଅ ରାଜେଶ ଦାସ ଓ ତାଙ୍କ ପତ୍ନୀ ସସ୍ମିତା ଦାସ ଘରେ ଥିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା । ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦରେ ପୁରା ଗାଁ ଥରି ଉଠିଥିଲା । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଘରଟି ସମ୍ପୂର୍ଣ୍ଣ ଭୁଶୁଡି ପଡିଥିଲା । ପାଖ ଘରଗୁଡିକରେ ମଧ୍ୟ ଫାଟ ସୃଷ୍ଟି ହୋଇଯାଇଥିଲା । ଘର ଭିତରେ ଥିବା ରାଜେଶ ଦାସ ଓ ତାଙ୍କ ପତ୍ନୀ ସସ୍ମିତାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସୁଶୀଲ ଦାସଙ୍କ ସାନ ପୁଅ ପରେଶ ଦାସ ଓ ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ଦାସ ଗୁରୁତର ଆହତ ହୋଇଥିଲେ । ଏହାପୂର୍ବରୁ 2005 ମସିହାରେ ଏହିଠାରେ ବାଣ ବିସ୍ଫୋରଣ ଘଟିଥିଲା । ପୂର୍ବତନ କାଉନସିଲର ପୂର୍ବରୁ ବାଣ ବ୍ୟବସାୟ କରୁଥିଲେ । ଚାଳ ଘରେ ବାଣ ରଖିଥିବା ବେଳେ ମଧ୍ୟ ବିସ୍ଫୋରଣ ହୋଇଥିଲା ।
ଜଗତସିଂହପୁରରେ ପୂର୍ବରୁ ଘଟିଥିବା ବିସ୍ଫୋରଣ