ଓଡିଶା

odisha

ଚାଲିଛି ମିଲର୍ସଙ୍କ ମନମାନୀ: ମଣ୍ଡିରେ ଅଖା ବସ୍ତାର ଅଭାବ ପାଲଟିଛି ବଡ଼ ସମସ୍ୟା

By ETV Bharat Odisha Team

Published : Jan 21, 2024, 8:33 AM IST

Irregularities In Paddy Procurement: ଅଖା ବସ୍ତାର ଅଭାବ ଏବେ ଏକ ସମସ୍ୟା ହୋଇ ଛିଡ଼ା ହୋଇଛି । ଫଳରେ ମଣ୍ଡିରେ ମଧ୍ୟ ଚାଷୀ ହଇରାଣ ହେଉଥିବା ଅଭିଯୋଗ ଆଣିଛନ୍ତି । ଅଧିକ ପଢ଼ନ୍ତୁ

ଅଖା ବସ୍ତାର ଅଭାବ ପାଲଟିଛି ବଡ଼ ସମସ୍ୟା
ଅଖା ବସ୍ତାର ଅଭାବ ପାଲଟିଛି ବଡ଼ ସମସ୍ୟା

ଅଖା ବସ୍ତାର ଅଭାବ ପାଲଟିଛି ବଡ଼ ସମସ୍ୟା

ଭବାନୀପାଟଣା: ଗତବର୍ଷ ନଭେମ୍ବର ମାସଠାରୁ ରାଜ୍ୟର ଅନେକ ସ୍ଥାନରେ ଧାନ ମଣ୍ଡି ଖୋଲା ଯାଇଥିଲା । ଚାଷୀଙ୍କ ସୁବିଧା ପାଇଁ ଅନେକ ପଦକ୍ଷେପ ମଧ୍ୟ ନିଆଯାଇଥିଲା । ବାପ-ପୁଅ ରାତି ଅନିଦ୍ରା, ହେଲେ ମୁଗୁରା ମେଲା ଭଳି, ସରକାରଙ୍କ ଅନେକ ଚେଷ୍ଟା ସତ୍ତ୍ବେ କେଉଁଠାରେ ମଣ୍ଡିରୁ ଧାନ ଚୋରି ହେଉଛି ତ କେଉଁଠି ଏପର୍ଯ୍ୟନ୍ତ ଧାନ ରଖିବା ପାଇଁ ସଠିକ ବ୍ୟବସ୍ଥା ନାହିଁ । ଆଉ କଡ଼ାକଡ଼ି ତଦାରଖ ପରେ ମଧ୍ୟ କଟନୀ ଛଟନୀ ସାଙ୍ଗକୁ ମିଲର୍ସଙ୍କର ମନମାନି ଖବର ସାମ୍ନାକୁ ଆସୁଛି । ସେହିଭଳି ଏକ ଅଭିଯୋଗ କଳାହାଣ୍ଡି ଜିଲ୍ଲାରୁ ମଧ୍ୟ ଆସିଛି । ସେଠାରେ ଅଖା ବସ୍ତାର ଅଭାବ ଧାନ କିଣାରେ ଏକ ବଡ଼ ସମସ୍ୟା ପାଲଟିଛି ।

କଳାହାଣ୍ଡି ଜିଲ୍ଲା ଧାନ ଉତ୍ପାଦନରେ ରାଜ୍ୟରେ ଦ୍ବିତୀୟରେ ରହିଛି । ଚଳିତ ବର୍ଷ ପାଣିପାଗ ଭଲ ଥିବା କାରଣରୁ ଚାଷ କାମ ମଧ୍ୟ ଭଲ ହୋଇଥିଲା । ଅମଳ ଧାନକୁ ନେଇ ଚାଷୀ ଉତ୍ସାହିତ ହୋଇ ଟୋକନ ଅନଲାଇନ କରି ଏବେ ଧାନ ବିକ୍ରି ପାଇଁ ମଣ୍ଡିକୁ ଯିବାକୁ ଲାଗିଛନ୍ତି । ହେଲେ ଅଖା ବସ୍ତାର ଅଭାବ ଏବେ ଏକ ସମସ୍ୟା ହୋଇ ଛିଡ଼ା ହୋଇଛି । ଫଳରେ ମଣ୍ଡିରେ ମଧ୍ୟ ଚାଷୀ ହଇରାଣ ହେଉଥିବା ଅଭିଯୋଗ ଆଣିଛନ୍ତି । ଧାନ କ୍ରୟ ପାଇଁ ପ୍ରଶାସନ ମଣ୍ଡି ବ୍ୟବସ୍ଥା କରିଥିବା ବେଳେ ମିଲର୍ସଙ୍କ ମନମାନି କାରଣରୁ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜିଲ୍ଲାରେ ଗତ ନଭେମ୍ବର ମାସରୁ ୨୨୦ଟି ମଣ୍ଡି ମାଧ୍ୟମରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆରମ୍ଭ କରିଛି ଜିଲ୍ଲା ଯୋଗାଣ ବିଭାଗ । ହେଲେ ମିଲର୍ସଙ୍କ ମନମାନି ଯୋଗୁଁ ଅନେକ ମଣ୍ଡିରେ ଧାନ ପଡ଼ି ରହୁଛି ।

ଏହା ମଧ୍ୟ ପଢ଼ନ୍ତୁ...ଭଦ୍ରକରେ ଧାନ ମଣ୍ଡି ସମସ୍ୟା: କଟନୀକୁ ନେଇ ଚାଷୀ ଅସନ୍ତୋଷ, ଘାରିଲାଣି ଅଭାବୀ ବିକ୍ରି ଭୟ

ଦାୟିତ୍ୱରେ ଥିବା ମିଲର୍ସ ମଣ୍ଡିକୁ ଅଖା ବସ୍ତା ପଠାଇ ଥିବାବେଳେ ଅନେକ ବସ୍ତା ଛିଣ୍ଡା ଥିବାବେଳେ ସେଥିରେ ଧାନ ରଖିବା ସମ୍ଭବ ନୁହେଁ । ଗୋଟିଏ ବଣ୍ଡଲରେ ୫୦ଟି ଅଖା ବସ୍ତା ରହୁଥିବା ବେଳେ ୩୦ଟି ବସ୍ତା ବ୍ୟବହାରଯୋଗ୍ୟ ନୁହେଁ । ଯାହାକି ମଣ୍ଡିରେ ଥିବା ଗୋଦାମ ଗୃହ ମଧ୍ୟରେ ଫିଙ୍ଗି ଦିଆଯାଇଛି । ଚାଷୀ ନିଜ ପଇସାରେ ବସ୍ତା ପ୍ରତି ୧୦ ଟଙ୍କା ଦେଇ ନୂଆ ଅଖା ବସ୍ତା କିଣି ମଣ୍ଡିକୁ ଧାନ ନେଇ ଯାଉଥଲେ ହେଁ ସମ୍ପୃକ୍ତ ମିଲର୍ସ ବସ୍ତା ଫେରସ୍ତ କରୁନଥିବା ବେଳେ ଅଖା ବସ୍ତାରେ ଏକ ବଡ ଜାଲିଆତି ଚାଲିଥିବା ଅଭିଯୋଗ କରିଛନ୍ତି ଚାଷୀ ।

ଚାଷୀଙ୍କୁ ଅଖା ବସ୍ତା ମିଲର୍ସ ଯୋଗାଇ ଦେବା କଥା, ହେଲେ ଯେଉଁ ବସ୍ତା ଯୋଗାଇ ଦେଉଛନ୍ତି ତାହା ବ୍ୟବହାରଯୋଗ୍ୟ ହେଉନାହିଁ । ଏନେଇ ପ୍ୟାକ୍ସ ଅଧିକାରୀଙ୍କୁ ପଚାରିବାରୁ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି ବୋଲି କହିଛନ୍ତି । ମିଲର୍ସ ଚାଷୀ କିମ୍ବା ଅଧିକାରୀଙ୍କ କଥା ଶୁଣୁନଥିବା ପ୍ରକାଶ କରିଛନ୍ତି । ଏହା କେବଳ ଏହି ଗୋଟିଏ ଧାନ ମଣ୍ଡିର କଥା ନୁହେଁ ବରଂ ଜିଲ୍ଲାର ସମସ୍ତ ୨୨୦ଟି ଧାନ ମଣ୍ଡିମାନଙ୍କରେ ସମାନ ଅବସ୍ଥା ରହିଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details