ଖୋର୍ଦ୍ଧା:ଚାଷ କାମ ଯାହାର,କି ଆନନ୍ଦ ତାହାର । ସେହି ସିନା ଦୁନିଆକୁ ଯୋଗାଉଛି ଆହାର। କଠିନ ପରିଶ୍ରମ ଓ ମନରେ ଆତ୍ମବିଶ୍ୱାସ ଥିଲେ ଜଣେ ଶୀର୍ଷ ସ୍ଥାନରେ ପହଞ୍ଚିବ ନିହାତି । ଏହା କେବଳ କଥାରେ ନୁହେଁ ସତରେ ପ୍ରମାଣିତ କରି ଦେଖାଇଛନ୍ତି ଖୋର୍ଦ୍ଧା ଜିଲ୍ଲାର ଏକ ଦମ୍ପତି । ଉଭୟେ ଉଚ୍ଚ ଶିକ୍ଷିତ ହୋଇ ସମନ୍ବିତ ଚାଷ କରି ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟଙ୍କୁ ଯୋଗାଇଛନ୍ତି ଆହାର ।
ଚାକିରି ପଛରେ ନ ଗୋଡାଇ, କରୁଛନ୍ତି ଚାଷ:
ଗ୍ରାମାଞ୍ଚଳର ଏହି ଦମ୍ପତିଙ୍କ ଜୀବନରେ ନୂଆ ଆଶା ସଂଚାର ହୋଇଛି । ସମନ୍ବିତ ପ୍ରଣାଳୀରେ ଚାଷ କରି ନିଜେ ସଶକ୍ତ ହେବା ସହ ସମାଜକୁ ଦେଇଛନ୍ତି ଆତ୍ମନିର୍ଭରଶୀଳତାର ବାର୍ତ୍ତା । ଯିଏକି ଚାକିରି ପଛରେ ନ ଗୋଡାଇ ଯୁବ ଅବସ୍ଥାରେ ଆପଣେଇ ନେଇଛନ୍ତି ଚାଷକୁ । ଏଭଳି ସଫଳ ଦମ୍ପତି ହେଲେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ବଡବେରଣା ପଞ୍ଚାୟତ କୋଲୁହାପାଟଣା ଗ୍ରାମର ସ୍ବାମୀ ବିରଜା ପ୍ରସାଦ ପଣ୍ଡା ଓ ସ୍ତ୍ରୀ ରାଜଶ୍ରୀ ପଣ୍ଡା । ଏ ଦମ୍ପତି ଦୁଇ ଜଣ ହେଉଛନ୍ତି ଉଚ୍ଚ ଶିକ୍ଷିତ । ଉଭୟେ ସଫଳ ଦମ୍ପତି ରୂପରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।
ସମନ୍ବିତ ଚାଷ ଦେଇଛି ପରିଚୟ:
ବିରଜା ଓ ରାଜଶ୍ରୀ ଗତ ୨୦୦୬ ମସିହା ବିବାହ କରିଥିଲେ । ଉଭୟଙ୍କ ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏସନ । ଆଜିକା ସମୟରେ ଅଧିକାଂଶ ଚାଷ କାର୍ଯ୍ୟରୁ ମୁହଁ ଫେରାଇ ଚାକିରି ପଛରେ ଧାଉଁଥିବା ବେଳେ ଏମାନେ କିନ୍ତୁ ଚାକିରି ପଛରେ ଧାଇଁ ନଥିଲେ । ଶିକ୍ଷାକୁ କୃଷି କ୍ଷେତ୍ରରେ ପ୍ରୟୋଗ କରିଥିଲେ । ସମନ୍ବିତ ପ୍ରଣାଳୀରେ ଆଧୁନିକ ଯନ୍ତ୍ରପାତି ବ୍ଯବହାର କରି ଧାନ ଚାଷ,ଛତୁ, ଆଳୁ,ପିଆଜ,ହଳଦୀ,କଳା କୋଳଥ, ଆମ୍ବ,ମାଛ ଓ ଅଦାକୁ ତାହା କରି ନିଜେ ସଶକ୍ତ ହେବା ସହ ସମାଜକୁ ଦେଇଛନ୍ତି ଆତ୍ମନିର୍ଭରଶୀଳତାର ବାର୍ତ୍ତା । ଏଥିସହ ଚାଷ କାର୍ଯ୍ୟରୁ ବାର୍ଷିକ 7ରୁ 8 ଲକ୍ଷ ପର୍ଯ୍ୟନ୍ତ ରୋଜଗାର ମଧ୍ୟ କରିପାରୁଛନ୍ତି ।
ଚାଷ ପାଇଁ ମିଳିଛି ସମ୍ମାନ:
ଏଥିପାଇଁ ସରକାର ଓ ବିଭିନ୍ନ ଅନୁଷ୍ଠାନ ତରଫରୁ ତାଙ୍କୁ ମିଳିଛି ସମ୍ମାନ । ବିଭିନ୍ନ ପ୍ରକାର ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ଯ ଯୁବଗୋଷ୍ଠୀଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ଧାନ ଚାଷ କରିବା ସହ ଆଧୁନିକ ଯନ୍ତ୍ରପାତି ସହାୟତାରେ ଅମଳ କରି ଧାନ ସଂଗ୍ରହ କରି ଛଣଗୁଡିକ ମେସିନ ସହାୟତା କାଟି ଛତୁ ଚାଷ କରୁଛନ୍ତି । ସେହି ଚାଷ କାର୍ଯ୍ୟ କିପରି ଶ୍ରମିକସଂଖ୍ୟା ହ୍ରାସ କରିବେ ସେଥିପାଇଁ ସେ ବିଭିନ୍ନ ଯନ୍ତ୍ରପାତିର ସହାୟତା ନେଇଛନ୍ତି । ଏପରିକି ବିରଜାଙ୍କ ହାତ ତିଆରି ନିର୍ମିତ ଦୁଇ ଥାକ ବିଶିଷ୍ଟ ଛତୁ ବେଡ ମୁଖ୍ଯମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ଯୋଜନାରେ ସାମିଲ ପାଇଁ ମନୋନୀତ ହୋଇଛି ।
ପନିପରିବା ଚାଷ, ମାଛ ବି ଚାଷ କରିଛନ୍ତି: