ଓଡିଶା

odisha

ସ୍କୁଲ ଛୁଟି ନେଇ ଘୁରି ବୁଲୁଛି ମିଥ୍ୟା ଖବର - FAKE NEWS SCHOOL CLOSED

By ETV Bharat Odisha Team

Published : Apr 19, 2024, 11:06 PM IST

FAKE NEWS SCHOOL CLOSED: ୧୫ ଜୁନ୍ ୨୦୨୪ ପର୍ଯ୍ୟନ୍ତ ରାଜ୍ୟରେ ସମସ୍ତ ସ୍କୁଲ ଛୁଟିଥିବା ନେଇ ସୋସିଆଲ ମିଡିଆରେ ଘୁରି ବୁଲୁଛି ଏକ ଫେକ୍‌ ଫଟୋ । ସ୍ପଷ୍ଟୀକରଣ ରଖିଲା ସୂଚନା ଓ ଲୋକସମ୍ପର୍କ ବିଭାଗ । ଅଧିକ ପଢ଼ନ୍ତୁ

ସ୍କୁଲ ଛୁଟି ନେଇ ଘୁରି ବୁଲୁଛି ମିଥ୍ୟା ଖବର
ସ୍କୁଲ ଛୁଟି ନେଇ ଘୁରି ବୁଲୁଛି ମିଥ୍ୟା ଖବର

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଛି । ଖରା ଗରମ ସାଙ୍ଗକୁ ଗୁଳୁଗୁଳିରେ ଲୋକ ସନ୍ତୁଳିତ ହେଉଥିବା ବେଳେ ସ୍କୁଲ ଛୁଟିକୁ ନେଇ ସୋସିଆଲ ମିଡିଆରେ ଘୁରି ବୁଲୁଛି ଏକ ଫେକ୍‌ ଫଟୋ । ଯେଉଁଥିରେ ଲେଖା ଅଛି ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସ୍କୁଲ ୧୫ ଜୁନ୍ ୨୦୨୪ ପର୍ଯ୍ୟନ୍ତ ବନ୍ଦ ରହିବ । ଯାହାକୁ ନେଇ ପ୍ରତିକ୍ରିୟା ରଖିଛି ସୂଚନା ଓ ଲୋକସମ୍ପର୍କ ବିଭାଗ ।

ଗ୍ରୀଷ୍ମ ପ୍ରବାହ ଯୋଗୁ ୧୫ ଜୁନ୍ ୨୦୨୪ ପର୍ଯ୍ୟନ୍ତ ସ୍କୁଲ ଛୁଟି ସମ୍ବନ୍ଧିତ ଏକ ମିଥ୍ୟା ସମ୍ବାଦ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । ଏହି ସଂକ୍ରାନ୍ତରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଦୃଷ୍ଟି ଗୋଚର ହୋଇଛି । ଏହିଭଳି ମିଥ୍ୟା ପ୍ରଚାରକୁ ବିଶ୍ୱାସ ନକରିବା ପାଇଁ କହିଛି ସୂଚନା ଓ ଲୋକସମ୍ପର୍କ ବିଭାଗ । ଏହାସହ ମିଥ୍ୟା ପ୍ରଚାର ସାଧାରଣରେ ବିଭ୍ରାନ୍ତ ସୃଷ୍ଟି କରିବା ଦଣ୍ଡନୀୟ ଅଟେ ବୋଲି କହିଛି ବିଭାଗ ।

ତେବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବା ଏହି ପ୍ରେସ୍‌ ରିଲିଜରେ ଲେଖା ରହିଛି 'ରାଜ୍ୟରେ ସଂପ୍ରତି ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟ ଗୁଡ଼ିକୁ ଜୁନ୍ ୧୫ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଆଗକୁ ସାଧାରଣ ନିର୍ବାଚନ ଥ‌ିବା ହେତୁ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ ଯାବତୀୟ ବିଦ୍ୟାଳୟ କାର୍ଯ୍ୟ ସମ୍ପାଦନ କରିବେ ।" ଏହି ପ୍ରେସ ରିଲିଜରେ ୧୮ ତାରିଖ ଦିନ ରିଲିଜ କରାଯାଇଥିବା ମିଥ୍ୟା ତାରିଖ ଦିଆଯାଇଥିବା ବେଳେ ସୂଚନା ଅଧିକାରୀ ସଚ୍ଚିଦାନନ୍ଦ ବେହେରାଙ୍କ ନାମ ମଧ୍ୟ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ଆକାଶରୁ ବର୍ଷୁଛି ଅଗ୍ନି, ୧୮ରୁ ୨୦ ତାରିଖ ତିନି ଦିନ ସ୍କୁଲ ଛୁଟି - School Holiday

ସୂଚନା ଅନୁଯାୟୀ, ରାଜ୍ୟ ସରକାର ପକ୍ଷରୁ ରାଜ୍ୟରେ ସମସ୍ତ ବିଦ୍ୟାଳୟ ତିନିଦିନ ପାଇଁ ଛୁଟି ଘୋଷଣା କରାଯାଇଛି । ଏପ୍ରିଲ ୧୮ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ କରାଯାଇଥିଲା । ପ୍ରଥମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ଆରମ୍ଭ ହୋଇଥିଲା । ତେବେ ପିଲାମାନଙ୍କ ସ୍ଵାସ୍ଥ୍ୟଗତ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟାଳୟରେ ପିଇବା ପାଣି, ଓଆରଏସ ଏବଂ କୌଳିକ ଆବଶ୍ୟକତା ଅନୁଯାୟୀ ବ୍ୟବସ୍ଥା କରାଯାଇଥିଲା । ତେବେ ଅତ୍ୟାଧିକ ଖରା ଦୃଷ୍ଟିରୁ ତିନିଦିନ ଧରି ସ୍କୁଲ ବନ୍ଦ କରାଯାଇଛି । ଏହାସହ ଆଗକୁ ଯଦି ଗ୍ରୀଷ୍ମ ପ୍ରବାହ ବୃଦ୍ଧି ଘଟେ ତେବେ ଶିକ୍ଷା କ୍ୟାଲେଣ୍ଡର ଥିବା ଗ୍ରୀଷ୍ମ ଛୁଟି ତାରିଖ ପୂର୍ବରୁ ଛୁଟି କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details