ପାରାଦ୍ବୀପ:ପାରାଦ୍ବୀପ ଗଭୀର ସମୁଦ୍ରରେ ଇଣ୍ଡିଆନ୍ କୋଷ୍ଟ୍ ଗାର୍ଡ ପକ୍ଷରୁ ଓସନ୍ ଗୌରୀ ଜାହାଜକୁ ଯାଞ୍ଚ କରାଯାଇଛି । ମିଳିଥିବା ସୂଚନା ପ୍ରାଥମିକ ସୂଚନା ଅନୁଯାୟୀ ଏହି ଜାହାଜଟି ଆମୋନିଆ ନାଇଟ୍ରେଟ୍ ନେଇ ପାରାଦ୍ବୀପ ବନ୍ଦର ଅଭିମୁଖେ ଆସିଥିଲା । ଗଭୀର ସମୁଦ୍ର ମଧ୍ୟରେ କିଛି କ୍ରିଉ ମେମ୍ବର ମୋବାଇଲ୍ ସାଟେଲାଇଇଟ୍ ମାଧ୍ୟମରେ ଫଟୋ ଉଠାଉଥିବା ବେଳେ ଗଭୀର ସମୁଦ୍ରରେ ପେଟ୍ରୋଲିଂ କରୁଥିବା ଇଣ୍ଡିଆନ୍ କୋଷ୍ଟ୍ ଗାର୍ଡ ଏହାଦେଖି ସମ୍ପୃକ୍ତ ଜାହାଜ ଉପରେ ଚଢ଼ଉ କରାଯାଇଥିଲା । ଉକ୍ତ ଜାହାଜର ସମସ୍ତ କାଗଜପତ୍ରକୁ ତଟରକ୍ଷୀ ବାହିନୀ କର୍ମଚାରୀମାନେ ଯାଞ୍ଚ୍ କରିଥିଲେ । ଉକ୍ତ ଜାହାଜଟି ଚାଇନାର ବୋଲି ସୂଚନା ମିଳୁଛି ।
ଗଭୀର ସମୁଦ୍ରରେ ଚାଇନା ଜାହାଜକୁ ତନ୍ନତନ୍ନ ଯାଞ୍ଚ: ଜାହାଜ ପାରାଦ୍ବୀପ ସମୁଦ୍ର କୂଳରୁ ୪୦ କିମି ଦୂରରେ ରହିଛି ।କିଛି ସମୟ ପାଇଁ ତାର ସାଟେଲାଇଟ୍ ଫୋନ୍ ସାହାଯ୍ୟରେ ଫଟୋ ଉତ୍ତୋଳନ କରୁଥିବା ଦେଖି ଗଭୀର ସମୁଦ୍ରରେ ପଇଁତରା ମାରୁଥିବା ତଟରକ୍ଷୀ ବାହିନୀର ଅଧିକାରୀମାନେ ଘେରି ଯାଇ ସଙ୍ଗେ ସଙ୍ଗେ ଯାଞ୍ଚ କରିଥିଲେ। ଏ ସମ୍ପର୍କରେ କାହ୍ନୁ ସିପିଂ ଏଜେଣ୍ଟ ପାର୍ଥସାରଥ ସାହୁଙ୍କୁ ପଚାରିବାରେ ଜାହାଜ ବିଷୟରେ କୌଣସି ତଥ୍ୟ ଗଣ ମାଧ୍ୟମକୁ ଦିଆଯାଇ ପାରିବ ନାହିଁ କହିଛନ୍ତି । ଅଧିକ ଜାଣିବା ପାଇଁ ଇଣ୍ଡିଆନ୍ କୋଷ୍ଟର୍ଡ କମାଣ୍ଡାଣ୍ଟ ସଚିନ ବର୍ମାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଛନ୍ତି ଯେ ଏହା ସେମିତି କିଛି ବଡ ଘଟଣା ହୋଇନାହିଁ । ତଦନ୍ତ ଚାଲୁ ରହିଛି । ରିପୋର୍ଟ ଆସିଲେ ତାହା ଜଣାଇ ଦିଆଯିବ ବୋଲି କହିଛନ୍ତି।