ଓଡିଶା

odisha

ETV Bharat / state

ଓଡ଼ିଶା ଛୁଇଁଛି ମୌସୁମୀ; ଭିଜୁଛି ଦକ୍ଷିଣ ଓଡ଼ିଶା, 12 ଯାଏଁ ଜଳିବ ପଶ୍ଚିମ - Odisha Weather

Odisha Weather Update: ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି । ଫଳରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେଉଛି । ସେପଟେ ପଶ୍ଚିମ ଓଡ଼ିଶାରେ 12 ତାରିଖ ଯାଏଁ ଗ୍ରୀଷ୍ମ ପ୍ରବାହ ରହିବ । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Jun 9, 2024, 6:47 PM IST

IMD ODISHA WEATHER FORECAST
IMD ODISHA WEATHER FORECAST (ETV Bharat Odisha)

ଭୁବନେଶ୍ବର:ଓଡ଼ିଶାକୁ ମୌସୁମୀ ଛୁଇଁଲା ସତ, କିନ୍ତୁ ଏବେ ମଧ୍ୟ ଗରମ ଗୁଳୁଗୁଳିରୁ ତ୍ରାହି ମିଳୁନି । ଅବଶ୍ୟ ମୌସୁମୀର ପ୍ରଭାବ ଦକ୍ଷିଣ ଓଡ଼ିଶାରେ ପଡ଼ିଛି । ଏଣେ ଗ୍ରୀଷ୍ମ ତାପରେ ଜଳୁଛି ପଶ୍ଚିମ ଓଡ଼ିଶା । ଆଜି ଠାରୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମଲହରୀ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

IMD ODISHA WEATHER FORECAST (ETV Bharat Odisha)

ଗତକାଲି (ଶନିବାର) ଓଡ଼ିଶାକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଛୁଇଁଥିବା ବେଳେ ଆଜି ପଶ୍ଚିମ ଓଡିଶା ଜଳୁଛି । ପଶ୍ଚିମରେ ପ୍ରଚଣ୍ଡ ତାତିକୁ ଉପକୂଳରେ ଗୁଳୁଗୁଳି କଲବଲ କରୁଛି । ସାରା ରାଜ୍ୟରେ ତାତିରୁ ନିସ୍ତାର ନଥିବା ବେଳେ ୫ ଦିନ ଯାଏ ଉଷ୍ମ ଓ ଆର୍ଦ୍ର ସ୍ଥିତି ଲାଗିରହିବ । ବିଶେଷକରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ହଟ୍ ଆଣ୍ଡ ହ୍ୟୁମିଡ୍ ପାଗ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତାକାଲି ଉତ୍ତର ଉପକୂଳ ସମେତ ଦକ୍ଷିଣ ଓଡ଼ିଶାର ୧୧ଟି ଜିଲ୍ଲାରେ ହଟ୍ ଆଣ୍ଡ ହ୍ୟୁମିଡ୍ ସ୍ଥିତି ଜାରି ରହିବ । ଏଥିପାଇଁ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହାସହ ଆସନ୍ତାକାଲି ଗ୍ରୀଷ୍ମ ପ୍ରବାହ ନଥିବା ବେଳେ ପୁଣି ୧୧ ଓ ୧୨ରେ ରାଜ୍ୟରେ ବିଶେଷ କରି ପଶ୍ଚିମ ଓଡ଼ିଶାରେ ଜାରି ରହିବ ।

ତେବେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଏଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଆକଳନ କରାଯାଇଥିବା ବେଳେ ଝାରସୁଗୁଡା, ସମ୍ବଲପୁର, ବୌଦ୍ଧ ଓ ନୂଆପଡା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗରମ ଗୁଳିଗୁଳି ଭିତରେ ରାଜ୍ୟର କିଛି ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ପବନ ହେବାର ସମ୍ଭାବନା ରହିଛି । ଜିଲ୍ଲା ଗୁଡ଼ିକ ହେଲା ସମ୍ବଲପୁର, ବୌଦ୍ଧ, ନୂଆପଡା, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ, ଗଞ୍ଜାମ ଏବଂ ଗଜପତି । ଏହି ସମୟରେ ପବନର ବେଗ ୩୦ରୁ ୪୦ କିମି ଯାଏ ରହିବ ।

ସେପଟେ ଗତକାଲି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡିଶା ଛୁଇଁଥିବା ବେଳେ ଦକ୍ଷିଣ ଓଡିଶାର ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ସକ୍ରିୟ ରହିଛି । ଏହା ପ୍ରଭାବରେ ଆଜି କନ୍ଧମାଳ, ଗଜପତି, ବରଗଡ଼, ରାୟଗଡା ଓ କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକରୁ ମାଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ପରେ ପର୍ଯ୍ୟାୟକ୍ରମେ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଦକ୍ଷିଣ ଓଡ଼ିଶାର ବାକି ଜିଲ୍ଲାରେ ମୌସୁମୀ ସକ୍ରିୟ ପାଇଁ ପାଗ ଅନୁକୂଳ ରହିଛି । ପରେ ଓଡ଼ିଶାର ଅନ୍ୟ ଜିଲ୍ଲାକୁ ଅଗ୍ରସର ହେବ ମୌସୁମୀ । ତେବେ ମୌସୁମୀକୁ ବାଟ କଢାଇ ଓଡ଼ିଶା ଆଣିଛି କାଳବୈଶାଖୀ । ଲଗାତର ଭାବରେ ଗତ ଦୁଇ ଦିନ ହେବ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଥିବା ବେଳେ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଓଡ଼ିଶାରେ ମୌସୁମୀ ଛୁଇଁବାର ସ୍ବାଭାବିକ ସମୟର ୪ ଦିନ ପୂର୍ବରୁ ଓଡ଼ିଶା ଛୁଇଁଛି ।

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ - MONSOON REACHES IN ODISHA


ସେପଟେ ଗତକାଲି ରାଜ୍ୟରେ କିଛି ସ୍ଥାନରେ ମୌସୁମୀ ବର୍ଷା ହୋଇଥିବା ବେଳେ କନ୍ଧମାଳ ଦାରିଙ୍ଗିବାଡିରେ ସର୍ବାଧିକ ୪୩.୦୦ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ରାଜ୍ୟରେ ପ୍ରଚଣ୍ଡ ଖରା ସହ ଅସହ୍ୟ ଗୁଳୁଗୁଳି ହେଉଥିବା ବେଳେ ବୌଦ୍ଧରେ ସର୍ବାଧିକ ୪୦.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details