ଓଡିଶା

odisha

ETV Bharat / state

ପ୍ରବଳରୁ ଅତି ପ୍ରବଳ ବର୍ଷିବ, ୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ, ଉପକୂଳରେ 70KM ବେଗରେ ପବନ ! - Heavy Rain Alert - HEAVY RAIN ALERT

Odisha Weather Update: ଏସବୁ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା । ଅରେଞ୍ଜ ଆଲର୍ଟ ଜାରି କଲା ପାଣିପାଗ ବିଭାଗ । ଅଧିକ ପଢ଼ନ୍ତୁ

Odisha Weather Update
Odisha Weather Update (ETV Bharat Odisha)

By ETV Bharat Odisha Team

Published : Sep 16, 2024, 6:59 PM IST

ଭୁବନେଶ୍ବର: ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବର୍ତ୍ତମାନ ପଶ୍ଚିମବଙ୍ଗ ଗାଙ୍ଗେଟିକ୍ ଅଞ୍ଚଳ ଉପରେ ରହିଛି । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରି ଦୁର୍ବଳ ହେବା ସହ ଆଗାମୀ କିଛି ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବ । ପରେ ଝାରଖଣ୍ଡ ଓ ଦକ୍ଷିଣ ଛତିଶଗଡ ଆଡକୁ ଗତି କରିବ । ପ୍ରଭାବରେ ଆଗାମୀ ୨୪ ଘଣ୍ଟା କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଅନେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଓଡିଶା ଉପକୂଳରେ 70 କିମି ବେଗରେ ପବନ ବହିବା ନେଇ ସମ୍ଭାବନା ରହିଛି ।

Odisha Weather Update (ETV Bharat Odisha)

ଆଜି ପାଇଁ ୱାର୍ଣ୍ଣିଂ:

ଆଜି ଅନେକ ସ୍ଥାନେର ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ବେଳେ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଅର୍ଥାତ ୧୨ରୁ ୨୦ ସେ.ମି ବର୍ଷା ହେବ । ଏଥିପାଇଁ ୨ଟି ଜିଲ୍ଲା ସୁନ୍ଦରଗଡ଼ ଓ କେନ୍ଦୁଝରକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି ପ୍ରବଳ ବର୍ଷା ପାଇଁ ଅନୁଗୋଳ, ସମ୍ବଲପୁର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ଚେତେବାନୀ ଜାରି କରିଛି ପାଣିପାଗ ବିଭାଗ ।

Odisha Weather Update (IMD)
ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା - HEAVY RAIN IN ODISHA

ବିଜୁଳି ଘଡ଼ଘଡ଼ି ସତର୍କ:

ଆସନ୍ତାକାଲି ପାଇଁ ବିଜୁଳି ଘଡଘଡି ବର୍ଷା ଥିବା ବେଳେ ରାଜ୍ୟର କିଛି କିଛି ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ପୁଣି ୧୯ ତାରିଖରୁ ବର୍ଷା ବଢିବ ବୋଲି ପୂର୍ବାନୁମାନ କକରିଛି ପାଣିପାଗ ବିଭାଗ । ୧୯ ତାରିଖରେ ଦକ୍ଷୀଣ ଓଡ଼ିଶାରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନେ ରହିଛି । ବିଜୁଳି ଘଡ଼ଘଡ଼ି ପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ଚେତାବନୀ ଜାରି କରାଯାଇଛି । ସେହିପରି ୨୦ ତାରିଖରେ ବିଜୁଳି ଘଡ଼ଘଡ଼ି ପାଇଁ ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାକୁ ୟେଲୋ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ...ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ଭୀଷଣ ବର୍ଷା ସମ୍ଭାବନା, ୩ଟି ଜିଲ୍ଲାକୁ ରେଡ୍ ଆଲର୍ଟ - Odisha Weather Update


ନିଅଣ୍ଟିଆ ବର୍ଷା :
ସେପଟେ ସାରା ରାଜ୍ୟରେ ୯୭୬.୨ ମିମି ବର୍ଷା ହୋଇଥିବା ବେଳେ ବର୍ତ୍ତମାନ ୮ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ହାଲୁକରୁ ମଧ୍ୟମ ଧରଣର ବର୍ଷା ସହ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଏହି କ୍ରମରେ ମୟୂରଭଞ୍ଜ ଉଦଳାରେରେ ସର୍ବାଧିକ ୧୪୧.୭ ମିମି ବର୍ଷା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details