ଓଡିଶା

odisha

ETV Bharat / state

1 ହଜାର ବୋତଲ ବେଆଇନ କଫ୍ ସିରପ୍ ଜବତ, ୨ ଗିରଫ - କଫ ସିରପ ଚୋରା ଚାଲାଣ

Cough Syrup Seized In Rourkela: ରାଉରକେଲାରେ ଧରା ପଡ଼ିଲା କଫ ସିରପ୍ ଚୋରା ଚାଲାଣ । ୧୦୦୦ ବୋତଲ କଫ୍ ସିରପ ଜବତ । ଅଧିକ ପଢ଼ନ୍ତୁ

କଫ ସିରଫ ଜବତ
କଫ ସିରଫ ଜବତ

By ETV Bharat Odisha Team

Published : Feb 6, 2024, 4:33 PM IST

କଫ ସିରଫ ଜବତ

ରାଉରକେଲା: ନିଶା ପାଇଁ ନିଶା ମାଫିଆଙ୍କ ଚୋରା ବାଟ । କଫ୍ ସିରପ୍ ଆଳରେ ଚାଲିଛି ନିଶା କାରବାର । କଫ ସିରଫ ବ୍ୟବହାର କରି ନିଶାରେ ପଡୁଛନ୍ତି ଯୁବ ପିଢ଼ି । ତେବେ ରାଉରକେଲାରେ ଧରା ପଡିଲା କଫ ସିରପ୍ ଚୋରା ଚାଲାଣ । ନିଶା କାରବାରରେ ବ୍ୟବହାର ପାଇଁ କଫ ସିରପ୍ ଚୋରା ଚାଲାଣ ହେଉଥିବା ବେଳେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ରାଉରକେଲା ଅବକାରୀ ବିଭାଗ । ଏହାସହ ସେମାନଙ୍କ ଠାରୁ ୧୦୦୦ରୁ ଅଧିକ ବୋତଲ କଫ ସିରପ୍ ଜବତ ହୋଇଛି ।

ସୂଚନା ଅନୁସାରେ, ଦୁଇ ଜଣ ବ୍ୟକ୍ତି କୋଲକାତାରୁ ବିପୁଳ ପରିମାଣର କଫ ସିରପ୍ କିଣି ଟ୍ରେନ୍ ଯୋଗେ ରାଉରକେଲା ଆସୁଥିବା ନେଇ ରାଉରକେଲା ଅବକାରୀ ବିଭାଗକୁ ସୂଚନା ମିଳିଥିଲା । ଏନେଇ ଏସ୍‌ଆଇ ଟିମ୍ ରେଳବାଇ କଲୋନିର ଦ୍ଵିତୀୟ ପ୍ରବେଶ ପଥରେ ଦୁହିଁଙ୍କୁ ଜଗି ରହିଥିଲେ । ଦୁହେଁ ଟ୍ରେନ୍‌ରୁ ଓହ୍ଲାଇବା ପରେ ଦ୍ବିତୀୟ ଗେଟ୍ ଦେଇ ରାଉରକେଲା ଯାଉଥିବା ସମୟରେ ଅବକାରୀ ଟିମ୍ ଦୁହିଁଙ୍କୁ ଗିରଫ କରିଥିଲା । ଏହାସହ ସେମାନଙ୍କ ପାଖରୁ ୧୦୦୦ରୁ ଊର୍ଦ୍ଧ୍ବ କଫ ସିରପ୍ ବୋତଲ ଜବତ କରାଯାଇଛି । ଗିରଫ ଦୁଇ ବେପାରୀ ହେଲେ ସମ୍ବଲପୁର କ୍ଷେତ୍ରରାଜପୁର ଚନ୍ଦନନଗରର ତାପସ ବାଗ( ୨୨) ଓ ସେକ୍ଟର- ୧୬ ସି/୧୩୮ର ନିଖିଳ ମହାନନ୍ଦ( ୨୪) । ତେବେ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ ।

ଏବା ମଧ୍ୟ ପଢ଼ନ୍ତୁ......ବଲାଙ୍ଗୀରରେ ବେଆଇନ କଫ ସିରଫ କାରବାର, ପୁଣି 5 ଜଣଙ୍କୁ ବାନ୍ଧିଲା ପୋଲିସ

ସେପଟେ କଫ ସିରପ୍ ଚୋରା ଚାଲାଣରେ ଏହି ଦୁଇ ବେପାରୀଙ୍କ ସହ ଅନ୍ୟ କେଉଁମାନେ ସାମିଲ ଅଛନ୍ତି, କୋଲକାତା ସମେତ ଅନ୍ୟ କେଉଁ କେଉଁ ସହରରୁ କଫ୍‌ ସିରପ୍ କିଣୁଥିଲେ, ରାଉରକେଲା ସମେତ ପଶ୍ଚିମ ଓଡ଼ିଶା ଅନ୍ୟ କେଉଁ ସହରକୁ ଯୋଗାଣ କରୁଥିଲେ । ଏହି ଚୋରା ଚାଲାଣର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ସେନେଇ ଅବକାରୀ ପୋଲିସ ତଦନ୍ତ ଚଳାଇଛି । ବର୍ତ୍ତମାନ ନିଶାର ମୁଖ୍ୟ ସ୍ରୋତ ପାଲଟୁଛି କଫ ସିରପ୍ । ରାଉରକେଲା ସହରରେ ନିଶା କାରବାର ସହ ରାଉରକେଲାରେ ଚୋରା ଚାଲାଣ ଥମିବାର ନାଁ ନେଉନାହିଁ । ଚୋରା ଚାଲାଣ ଏବଂ ନିଶା କାରବାର ଥମୁନଥିବା ବେଳେ ଏବେ ଟ୍ରେନ୍‌ରେ କଫ ସିରପ୍ ଚୋରା ଚାଲାଣ ହେଉଛି । ଟ୍ରେନ ଯୋଗେ ଚାଲିଛି ନିଶା ପାଇଁ କଫ ସିରପ୍ ସପ୍ଲାଇ । ଟ୍ରେନରେ ଏହା ସହଜ ଉପାୟରେ ଚାଲାଣ କରି ପାରୁଛନ୍ତି ଦଲାଲ ।

ଇଟିଭି ଭାରତ, ସୁନ୍ଦରଗଡ଼

ABOUT THE AUTHOR

...view details