ଓଡିଶା

odisha

ETV Bharat / state

ଭୂମିହୀନଙ୍କ ପାଇଁ ନୂଆ ନିୟମ ଆଣୁଛନ୍ତି ସରକାର, ସରଳ ହେବ ଜମି କିଣାବିକା - MINISTER ON LAND PURCHASE

ଭୂମିହୀନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଜମି କିଣାବିକା ପ୍ରକ୍ରିୟାକୁ ଅତି ସରଳ କରାଯିବ । ଉଦଘାଟନ ହେଲା ସ୍ମାର୍ଟ ସଭିଲାନ୍ସ ସିଷ୍ଟମ ।

Etv Bharat
Etv Bharat (Etv Bharat)

By ETV Bharat Odisha Team

Published : Nov 19, 2024, 8:42 PM IST

କଟକ: ଭୂମିହୀନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଏଣିକି ୪ ଡ଼ିସିମିଲରୁ କମ ଜମି ଥିବ ସେମାନଙ୍କୁ ଭୂମିହୀନ ଭାବରେ ବିବେଚନା କରାଯିବ । ଆଜି ଏହା କହିଛନ୍ତି ରାଜସ୍ବ ମନ୍ତ୍ରୀ ସୂରେଶ ପୂଜାରୀ । ତେବେ ଜମି କିଣାବିକା ପ୍ରକ୍ରିୟାକୁ ଅତି ସରଳ କରାଯିବ । କୌଣସି ବ୍ୟକ୍ତି ଯେପରି ଜମି କିଣା କିମ୍ଵା ବିକାରେ ଅସୁବିଧାରେ ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛନ୍ତି । ବିଶେଷକରି ଜମି ଦଲାଲଙ୍କୁ ଜଗିବାକୁ ଏଣିକି ବ୍ୟବହାର ହେବ AI ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେଣ୍ଟ(କୃତ୍ରିମ ବୁଦ୍ଧିମତା) । ଏହି ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହୋଇଛି ।

ସ୍ମାର୍ଟ ସଭିଲାନ୍ସ ସିଷ୍ଟମ୍ ଉଦଘାଟିତ:

ଭୂମିହୀନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି (ETV Bharat Odisha)

ରାଜ୍ୟର ବିଭିନ୍ନ ସବ-ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଦଲାଲଙ୍କୁ ଦଲାଲ ମୁକ୍ତ କରିବା ପାଇଁ ଏ.ଆଇ ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେଣ୍ଟକୁ ବ୍ୟବହାର କରିଛନ୍ତି ରାଜ୍ୟ ସରକାର । ସ୍ମାର୍ଟ ସଭିଲାନ୍ସ ସିଷ୍ଟମ୍ ନାମରେ ପରିଚିତ ଏହି ବ୍ୟବସ୍ଥାକୁ ଆଜି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଉଦ୍‌ଘାଟନ କରିଛନ୍ତି । ଏହି ସ୍ମାର୍ଟ ସଭିଲାନ୍ସ ସିଷ୍ଟମ୍ ସବ୍‌-ରେଜିଷ୍ଟରଙ୍କ କାର୍ଯ୍ୟଳୟକୁ ଆସୁଥିବା ସନ୍ଦେହଜନକ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହ କାର୍ଯ୍ୟଳୟରେ ଅଗ୍ନିକାଣ୍ଡ ଭଳି ଅଘଟଣ ଘଟିଲେ ସେ ସମ୍ପର୍କରେ ମଧ୍ୟ ଏହା ତୁରନ୍ତ ସୂଚନା ଦେବ । ତେବେ ଏହି ବ୍ୟବସ୍ଥା ଦ୍ବାରା ସବ୍‌-ରେଜିଷ୍ଟରଙ୍କ କାର୍ଯ୍ୟାଳୟରେ ସ୍ବଚ୍ଛତା ଆସିବ ବୋଲି ଆଶା କରିଛନ୍ତି ମନ୍ତ୍ରୀ ।

ଦଲାଲଙ୍କୁ ଜଗିବ AI:

MINISTER ON LAND PURCHASE (ETV Bharat Odisha)


ରାଜ୍ୟର ବିଭିନ୍ନ ସବ-ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଦଲାଲଙ୍କୁ ଜଗିବ AI । ଏଥିପାଇଁ ରାଜ୍ୟର ୨୦୩ଟି ସବ୍-ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ୮୭୨ଟି କ୍ୟାମେରା ଲଗାଯାଇଛି । ଏ.ଆଇ ବୈଷୟିକ ସହାୟତାରେ ଏହି କ୍ୟାମେରା ସବ-ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଦଲାଲି କରି ଆସୁଥିବା ଲୋକଙ୍କ ଉପରେ ନଜର ରଖିବ । ଜମି କିଣାବିକାରେ ଅନେକ ସମୟରେ ଜାଲିଆତି ହେଉ ଥିବା ଅଭିଯୋଗ ହୋଇଥାଏ । ଏଥିପାଇଁ ରାଜ୍ୟ ସରକାରଙ୍କୁ ବଦନାମ ହେବାକୁ ପଡିଥାଏ । ବିଶେଷ କରି କିଛି ଦଲାଲ ନାମ ପଞ୍ଜିକରଣ କାର୍ଯ୍ୟରେ ହେରଫେର କରୁଛନ୍ତି । ଏପରିକି ଏହି କାର୍ଯ୍ୟାଳୟର କିଛି କର୍ମଚାରୀ ଏଥରେ ସମ୍ପୃକ୍ତ ରହି ସାଧାରଣ ଲୋକଙ୍କୁ ଶେଷଣ ମଧ୍ୟ କରୁଥିବା ଅଭିଯୋଗ ହୋଇଥାଏ। ଏହାକୁ ରୋକିବା ତଥା ସବ-ରେଜିଷ୍ଟ୍ରରଙ୍କ କାର୍ଯ୍ୟଳୟରେ ସ୍ଵଚ୍ଛତା ଆଣିବା ଲାଗି ରାଜ୍ୟ ସରକାର ସ୍ମାର୍ଟ ସର୍ଭିଲାନ୍ସ ବ୍ୟବସ୍ଥା ପାଇଁ ଯୋଜନା କରିଥିଲେ । ପାଇଁ ୩୭କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା । ଏହି ଅର୍ଥରେ ୧୭୩ଟି ସବ-ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଚାରିଟି ଲେଖାଏଁ ଏବଂ ବାକି ୩୦ଟି ଜିଲ୍ଲା ସହ-ରେଜିଷ୍ଟରଙ୍କ କାର୍ଯ୍ୟଳୟରେ ୬ଟି ଲେଖାଏଁ କ୍ୟାମେରା ଲଗାଯାଇଛି ।


ଅଗ୍ନିକାଣ୍ଡ ସମ୍ପର୍କରେ ଜଣାଇବ:

MINISTER ON LAND PURCHASE (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

ଜବର ଦଖଲ ଜମିରେ ଚାଲିବ ବୁଲଡୋଜର: ରାଜସ୍ବ ମନ୍ତ୍ରୀ

ଓଡ଼ିଶାରେ କେହି ରହିବେନି ଭୂମିହୀନ ଓ ବାସହୀନ, ଜମି ପଟ୍ଟା ଦେବେ ରାଜ୍ୟ ସରକାର - Pattas To Landless Families

ଖୋର୍ଦ୍ଧା ଜିଲ୍ଲାରେ ଜମି ଶୂନ୍ୟ ହେବେ ଆଦିବାସୀ ! ମାତିଛନ୍ତି ଜମି ମାଫିଆ

ଏହି କ୍ୟାମେରା ଜରିଆରେ ସବ୍‌-ରେଜିଷ୍ଟରଙ୍କ କାର୍ଯ୍ୟଳୟକୁ କିଏ ବାରମ୍ବାର ଆସୁଛି ସେମାନଙ୍କୁ ଚିହ୍ନଟ କରିଯିବ । ସେମାନଙ୍କ ଫଟୋ ଚିତ୍ର ଆଇଜିଆର ବା ଇନିସପେକ୍ଟର ଜେନେରାଲ ରେଜିଷ୍ଟ୍ରେସନରେ ଥିବା ସେଣ୍ଟ୍ରାଲ୍ ସର୍ଭିଲାନ୍ସକୁ ପଠାଯିବ । ସନ୍ଦେହଜନକ ବ୍ୟକ୍ତିଙ୍କ ସମ୍ପର୍କରେ ମଧ୍ୟ ସେଣ୍ଟ୍ରାଲ୍ ସର୍ଭେଲାନ୍ସ ସୂଚନା ପ୍ରଦାନ କରିବ । ଏଥିସହ ଏହି କାର୍ଯ୍ୟାଳୟକୁ ଆସୁଥିବା ସମସ୍ତ କର୍ମଚାରୀ, ପରିଦର୍ଶକଙ୍କ ଆଚରଣ ଉପରେ ମଧ୍ୟ ନଜର ରଖିବ । ଏଆଇ ଜରିଆରେ ବିଭିନ୍ନ ଦୃଶ୍ୟର ଫୁଟେଜ ମଧ୍ୟ ସଂଗ୍ରହ କରାଯିବ । ଯାହାକି ଏକ ଦସ୍ତାବିଜ୍‌ ଭାବେ ଯେକୌଣସି ଅଭାବନୀୟ ଘଟଣା କ୍ଷେତ୍ରରେ ପ୍ରମାଣ ଭଳି କାର୍ଯ୍ୟରେ ଲାଗିବ । ଜମି ପଞ୍ଜିକରଣ କାର୍ଯ୍ୟରେ କିପରି ସ୍ଵଚ୍ଛତାକୁ ନିଶ୍ଚିତ କରାଯାଇ ପାରିବ ସେ ଦିଗରେ ମଧ୍ୟ ଏହି ବ୍ୟବସ୍ଥା କାର୍ଯ୍ୟ କରିବ ବୋଲି କୁହାଯାଉଛି । ଏପରିକି ସବ-ରେଜିଷ୍ଟ୍ରାର୍‌ କାର୍ଯ୍ୟଳୟରେ ଅଗ୍ନିକାଣ୍ଡ ସେ ସମ୍ପର୍କରେ ମଧ୍ୟ ଏହା ତୁରନ୍ତ ସୂଚନା ଦେବ ।

୪ ଡ଼ିସିମିଲରୁ କମ ଜମି ଥିଲେ ଭୂମିହୀନ ଭାବେ ବିବେଚନା:

MINISTER ON LAND PURCHASE (ETV Bharat Odisha)

କେବଳ ସେତିକି ନୁହେଁ ବରଂ ଯେଉଁ ମାନଙ୍କର ୪ ଡ଼ିସିମିଲରୁ କମ ଜମି ଥିବ ସେମାନଙ୍କୁ ଭୂମିହୀନ ଭାବରେ ବିବେଚନା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ଯେଉଁ ମାନଙ୍କର ୨ ଡ଼ିସିମିଲ ଜମି ଗୋଟିଏ ସ୍ଥାନରେ ଏବଂ ଅନ୍ୟ ୨ ଡ଼ିସିମିଲ ଜମି ଅନ୍ୟ ଏକ ସ୍ଥାନରେ ଥିବ,ତେବେ ସେମାନଙ୍କ ପାଇଁ ମଧ୍ୟ ରାଜ୍ୟ ସରକାର ଗୋଟିଏ ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି । ଯଦି ସମ୍ପୃକ୍ତ ବ୍ୟକ୍ତି ଏନେଇ ସରକାରଙ୍କ ପାଖରେ ଆବେଦନ କରେ । ତେବେ ତାଙ୍କୁ ଅନ୍ୟ ଗୋଟିଏ ସ୍ଥାନରେ ୪ ଡ଼ିସିମିଲ ଜମି ପ୍ରଦାନ କରାଯିବ । ଏନେଇ ରାଜ୍ୟ ସରକାର ଯୋଜନା କରୁଛନ୍ତି ।

ରିଲିଫ ନୁହେଁ କୁହାଯିବ ପ୍ରାକୃତିକ ବିପର୍ଯ୍ୟୟ ଅଧିକାର:

ସେହିପରି ଏଣିକି ରିଲିଫ ଶବ୍ଦ ବ୍ୟବହାର ହେବ ନାହିଁ । ବ୍ରିଟିଶ ଅମଳରୁ ଚାଲି ଆସୁଥିବା ଏହି ଶବ୍ଦ ପରିବର୍ତ୍ତେ ପ୍ରାକୃତିକ ବିପର୍ଯ୍ୟୟ ଅଧିକାର କୁହାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details