ଓଡିଶା

odisha

ETV Bharat / state

କୋଟସ ପରିଦର୍ଶନରେ ICSSR ଟିମ, ଗବେଷଣା କ୍ଷେତ୍ରରେ କରିବେ ମୂଲ୍ୟାଙ୍କନ - ICSSR Peer Team

ICSSR Peer Team Visit to COATS: କାଉନ୍ସିଲ ଅଫ ସୋସିଆଲ ସାଇନ୍ସ ରିସର୍ଚ୍ଚ (ଆଇସିଏସଏସଆର) ଟିମର କୋଟସ ଗସ୍ତ । କୋରାପୁଟ ଅଞ୍ଚଳରେ ଆଦିବାସୀଙ୍କ କଳା, ସଂସ୍କୃତି, ଐତିହ୍ୟ, ସ୍ଥାପତ୍ୟ ଓ ଜୀବନଧାରା ସମ୍ପର୍କରେ ଗବେଷଣା କରୁଛି କୋଟସ । ଅଧିକ ପଢନ୍ତୁ

କୋଟସ ପରିଦର୍ଶନରେ ଆଇସିଏସଏସଆର ଟିମ , ଗବେଷଣା କ୍ଷେତ୍ରରେ କରିବେ ମୂଲ୍ୟାଙ୍କନ
କୋଟସ ପରିଦର୍ଶନରେ ଆଇସିଏସଏସଆର ଟିମ , ଗବେଷଣା କ୍ଷେତ୍ରରେ କରିବେ ମୂଲ୍ୟାଙ୍କନ

By ETV Bharat Odisha Team

Published : Feb 1, 2024, 7:23 AM IST

କୋଟସ ପରିଦର୍ଶନରେ ଆଇସିଏସଏସଆର ଟିମ , ଗବେଷଣା କ୍ଷେତ୍ରରେ କରିବେ ମୂଲ୍ୟାଙ୍କନ

କୋରାପୁଟ: ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଏକ ପ୍ରତିଷ୍ଠିତ ଗବେଷଣା ଅନୁଷ୍ଠାନ ହେଉଛି କାଉନ୍ସିଲ ଫର ଏନାଲିଟିକାଲ ଟ୍ରାଇବାଲ ଷ୍ଟଡ଼ିସ (କୋଟସ) । କୋରାପୁଟ ଅଞ୍ଚଳରେ ଆଦିବାସୀଙ୍କ କଳା, ସଂସ୍କୃତି, ଐତିହ୍ୟ, ସ୍ଥାପତ୍ୟ ଓ ଜୀବନଧାରା ସମ୍ପର୍କରେ ଗବେଷଣାତ୍ମକ କାର୍ଯ୍ୟ କରି ଏହି ଗବେଷଣାତ୍ମକ ଅନୁଷ୍ଠାନ ରାଜ୍ୟ ତଥା ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଛି । ଏହି ସଂଗଠନର କାର୍ଯ୍ୟ ଶୈଳୀ ଓ ଉପଲବ୍ଧିକୁ ଅନୁଧ୍ୟାନ କରି ଏହାର ଉପାଦେୟତା ସମ୍ପର୍କରେ ଜାଣିବା ପାଇଁ କେନ୍ଦ୍ରୀୟ ସଂଗଠନ ଇଣ୍ଡିଆନ କାଉନ୍ସିଲ ଅଫ ସୋସିଆଲ ସାଇନ୍ସ ରିସର୍ଚ୍ଚ (ଆଇସିଏସଏସଆର)ର ବରିଷ୍ଠ ସଦସ୍ୟ ନିତିନ କୁମାରଙ୍କ ନେତୃତ୍ବରେ ଏକ ପାଞ୍ଚ ଜଣିଆ ଉଚ୍ଚସ୍ତରୀୟ ଟିମ କାଉନ୍ସିଲ ଫର ଏନାଲିଟିକାଲ ଟ୍ରାଇବାଲ ଷ୍ଟଡ଼ିସ (କୋଟସ) ପରିଦର୍ଶନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ଚର୍ଚ୍ଚାରେ କୋରାପୁଟ ମହିଳା ଚାଷୀ ହୀରା, ସମନ୍ୱିତ ଚାଷ କରି ହେଲେ ସ୍ୱାବଲମ୍ବୀ

ଏହି ଅବସରରେ ସେମାନେ କାଉନ୍ସିଲ ଫର ଏନାଲିଟିକାଲ ଟ୍ରାଇବାଲ ଷ୍ଟଡ଼ିସ (କୋଟସ)ରେ କାର୍ଯ୍ୟରତ ଗବେଷକଙ୍କ ସହ ଆଲୋଚନା କରିବା ସହ କୋଟସ ଦ୍ଵାରା କରାଯାଇଥିବା ଗବେଷଣା ଓ ପ୍ରକାଶିତ ହୋଇଥିବା ବିଭିନ୍ନ ଉପାଦେୟ ପୁସ୍ତକର ସମୀକ୍ଷା କରିଥିଲେ । ଇତି ମଧ୍ୟରେ ସୁନାବେଡ଼ା ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଓ କୋରାପୁଟରେ ଥିବା କାଉନସିଲ ଫର୍ ଏନାଲିଟିକାଲ ଟ୍ରାଇବାଲ ଷ୍ଟଡିସ୍ (କୋଟସ) ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷର ହୋଇଛି । ଏହି ଚୁକ୍ତିନାମା ଅନୁଯାୟୀ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ କାଉନ୍ସିଲ ଫର ଏନାଲିଟିକାଲ ଟ୍ରାଇବାଲ ଷ୍ଟଡ଼ିସ (କୋଟସ)ରେ ଗବେଷଣା କରୁଥିବା ବ୍ୟକ୍ତିଙ୍କ ସହ ମିଶି ଗବେଷଣାରେ ଲାଭବାନ ହେବା ସହ ଆଦିବାସୀ ଜନଜୀବନ ଉପରେ ଗବେଷଣାର ଧାରାରେ ନୂତନତ୍ବ ଆଣିପାରିଥିବା କୋଟସର ନିର୍ଦେଶକ ପ୍ରଫୁଲ୍ଲ ମହାପାତ୍ର କହିଛନ୍ତି ।

ସେହିପରି 1993 ମସିହାରେ ସ୍ଥାପନ ହେବା ପରଠାରୁ ଦୀର୍ଘ 30 ବର୍ଷ ଧରି କାଉନ୍ସିଲ ଫର ଏନାଲିଟିକାଲ ଟ୍ରାଇବାଲ ଷ୍ଟଡ଼ିସ (କୋଟସ) ସଂସ୍ଥା ଦ୍ବାରା ଆଦିବାସୀ ଜନଜାତି ସମ୍ପର୍କିତ ଏମ୍ ଫିଲ ପାଠ୍ୟକ୍ରମ ଆରମ୍ଭ କରାଯାଇ ଅନେକ ଯୁବକ ଯୁବତୀଙ୍କୁ ଗବେଷଣାର ସୁଯୋଗ ପ୍ରଦାନ କରିଥିବା କଥା କୋଟସ ର ଚେୟାରମ୍ୟାନ ରିତା ରାଏ କହିଛନ୍ତି । ବର୍ତମାନ ଆଇସିଏସଏସଆର (ICSSR)ର ମାନ୍ୟତା ପାଇଲେ କୋରାପୁଟ ଅଞ୍ଚଳରେ ଆଦିବାସୀ ଜନଜାତିଙ୍କ ସମ୍ବନ୍ଧରେ ଅଧିକ ଗବେଷଣା କରିବାରେ ସଂସ୍ଥାକୁ ସହାୟକ ହେବ ବୋଲି ପ୍ରଫେସର ରାଏ ଆଶା ପ୍ରକଟ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details