ଭୁବନେଶ୍ବର:ଓଡିଶାର ମୁଖ୍ୟ ଶାସନ ସଚିବ ଭାବରେ ଦାୟିତ୍ବ ନେଲେ ଆଇଏଏସ ମନୋଜ ଆହୁଜା । ରାଜ୍ୟ ଲୋକସଭା ଭବନରେ ଦାୟିତ୍ବ ନେଇଛନ୍ତି ମନୋଜ । ବିଦାୟୀ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଠାରୁ ଦାୟିତ୍ବ ନେଇଛନ୍ତି ମନୋଜ । 1990 ବ୍ୟାଚ ଓଡ଼ିଶା କ୍ୟାଡରର ଆଇଏଏସ ହେଉଛନ୍ତି ମନୋଜ । ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ ପାଇଁ ଆଇଏଏସ ମନୋଜ ଆହୁଜା ଆଜି ଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ୱର ପହଞ୍ଚିଥିଲେ ।
1990 ବ୍ୟାଚର ବରିଷ୍ଠ IAS ଅଫିସର ମନୋଜ ଆହୁଜା, ଓଡ଼ିଶାରେ କ୍ରୀଡା ଏବଂ ଯୁବ ବ୍ୟାପାର, ସମବାୟ ଭଳି ବିଭିନ୍ନ ବିଭାଗର ସଚିବ ଭାବେ କାର୍ଯ୍ୟ କରିଥିଲେ । ମନୋଜ ଆହୁଜାଙ୍କ ଓଡିଶା ରାଜନୀତି, ଭୌଗଳିକ ପରିସୀମା, ପାୱାର କରିଡର ବିଷୟରେ ଖୁବ ଅନୁଭୂତି ରହିଛି । ଖୋର୍ଦ୍ଧା ଜିଲ୍ଲାପାଳ ଭାବେ କ୍ୟାରିଅର ଆରମ୍ଭ କରିଥିଲେ ମନୋଜ । 2017ରେ ମନୋଜ କେନ୍ଦ୍ରୀୟ ଡେପୁଟେସନରେ ଦିଲ୍ଲୀ ଯାଇଥିଲେ । ମନୋଜ ଆହୁଜା ଦିଲ୍ଲୀରେ କୃଷି ଏବଂ କୃଷକ ସସକ୍ତକରଣ ବିଭାଗର ସଚିବ ଭାବେ କାର୍ଯ୍ୟ କରୁଥିଲେ ।
ମୁଖ୍ୟ ସଚିବ ଥିବା ପ୍ରଦୀପ ଜେନାଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଆଜି ଶେଷ ହୋଇଛି । ଆଜି ଠାରୁ ମନୋଜ ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ ହୋଇଛନ୍ତି । ମନୋଜ ଆହୁଜା ହେଉଛନ୍ତି ଓଡ଼ିଶାର 45 ତମ ମୁଖ୍ୟ ଶାସନ ସଚିବ । କିଛି ଦିନ ତଳେ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ମନୋଜଙ୍କୁ କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ନେଇ କେନ୍ଦ୍ର ସରକାର ଅନୁମତି ଦେଇଥିଲେ ।