ବୌଦ୍ଧ:ଜିଲ୍ଲା ନୂତନ ଜିଲ୍ଲାପାଳ ଭାବରେ ଦାୟିତ୍ବ ଗ୍ରହଣ କେଲେ ଜେ ସୋନାଲ । ଗତକାଲି ଜିଲ୍ଲାପାଳ କାର୍ଯ୍ୟାଳୟ ସଦଭାବନା ଗୃହ ଠାରେ ନୂତନ ଜିଲ୍ଲାପାଳଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା ଏବଂ ପୂର୍ବତନ ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁଙ୍କୁ ବିଦାୟ ଦିଆଯାଇଥିଲା । ଜେ ସୋନାଲ ପ୍ରଥମଥର ପାଇଁ ଜିଲ୍ଲାପାଳ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଲୋକଙ୍କ ସହ ମିଶି ଜିଲ୍ଲାର ବିକାଶ କାର୍ଯ୍ୟକୁ ଆଗକୁ ନେବେ ବୋଲି ସେ କହିଛନ୍ତି ।
ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବରେ ଦାୟିତ୍ୱ ଗ୍ରହଣ କଲେ ଜେ ସୋନାଲ । ଜିଲ୍ଲାପାଳ ଦାୟିତ୍ଵ ଗ୍ରହଣ ପରେ ସହରର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିଥିଲେ । ଏହା ସହ ମିଶନ ଶକ୍ତିର ମହିଳାଙ୍କୁ ଭେଟି ଆଲୋଚନା କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କ ମିଳିତ ଉଦ୍ୟମରେ ଜିଲ୍ଲାର ବିକାଶକୁ ଆଗେଇ ନେବାକୁ ପାଇଁ କହିଥିଲେ । ଏହା ପୂର୍ବରୁ ସେ ବ୍ରହ୍ମପୁର ମହାନଗର ନିଗମର କମିଶନର ଥିବାବେଳେ ବୌଦ୍ଧ ଜିଲ୍ଲାରେ ସେ ପ୍ରଥମ ଜିଲ୍ଲାପାଳ ହୋଇ ଦାୟିତ୍ଵ ଗ୍ରହଣ କରିଛନ୍ତି । ସମସ୍ତଙ୍କ ସହଯୋଗରେ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଦିଗରେ କାର୍ଯ୍ୟ କରିବେ ବୋଲି କହିଛନ୍ତି ।
ସେହିପରି ଗତକାଲି ଖୋର୍ଦ୍ଧା ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଲେ ଆଇଏଏସ୍ ଅଧିକାରୀ ଚଞ୍ଚଳ ରାଣା । ଗତକାଲି (ବୁଧବାର) ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ । ଏହା ପୂର୍ବରୁ ସେ ବଲାଙ୍ଗୀର ଜିଲ୍ଲାପାଳ ଭାବେ ଦୀର୍ଘ ୩ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି କାର୍ଯ୍ୟରତ ଥିଲେ ।୨୦୧୪ ବ୍ୟାଚ ଓଡ଼ିଶା କ୍ୟାଡ଼ରର ଉକ୍ତ ଯୁବ ଆଇଏଏସ ଅଧିକାରୀ ନିଜର ପ୍ରଥମ ଜିଲ୍ଲାପାଳ ପୋଷ୍ଟିଂ ଭାବେ ବଲାଙ୍ଗୀରରେ ଯୋଗଦେଇଥିଲେ ।