ଓଡିଶା

odisha

ETV Bharat / state

ସ୍ୱାମୀ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର, ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀ ଜୀବନ ହାରିଥିବା ସନ୍ଦେହ - ସ୍ୱାମୀ ସ୍ତ୍ରୀ ମୃତଦେହ ଉଦ୍ଧାର

Husband-wife dead body found: ବଲାଙ୍ଗୀରରେ ସ୍ୱାମୀ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀ ନିଜ ଜୀବନ ହାରିଥିବା ସନ୍ଦେହ କରାଯାଉଛି । ଅଧିକ ପଢନ୍ତୁ..

ସ୍ୱାମୀ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର
ସ୍ୱାମୀ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର

By ETV Bharat Odisha Team

Published : Jan 22, 2024, 4:11 PM IST

ବଲାଙ୍ଗୀର:ଜିଲ୍ଲାରଆଗଲପୁର ବ୍ଲକ ଅନ୍ତର୍ଗତ କୁଦୋପାଲିରେ ଅଭାବନୀୟ ଘଟଣା ଘଟିଛି । ଗାଁ ପାଖ କ୍ଷେତ ନିକଟରେ ଥିବା ଗଛରେ ସ୍ୱାମୀଙ୍କ ଝୁଲନ୍ତା ଓ ଗଛ ମୂଳେ ସ୍ତ୍ରୀଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ତେବେ ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀ ନିଜ ଜୀବନ ହାରିଥିବା ସନ୍ଦେହ କରାଯାଉଛି । ପୋଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି । ତେବେ ପାରିବାରିକ କଳହ ଯୋଗୁ ଏଭଳି ଘଟିଥିବା ଅନୁମାନ କରାଯାଉଛି ।

ଏହାମଧ୍ୟ ପଢନ୍ତୁ.. ଶ୍ବଶୁର ଘରେ ଜୀବନ ହାରିଲେ ଜ୍ବାଇଁ; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ସୂଚନା ଅନୁଯାୟୀ, ଆଜି (ସୋମବାର) ବଲାଙ୍ଗୀର ଆଗଲପୁର ବ୍ଲକ ଅନ୍ତର୍ଗତ କୁଦୋପାଲି ଗାଁ ପାଖ କ୍ଷେତ ନିକଟରୁ ଦୁଇଟି ମୃତଦେହ ଉଦ୍ଧାର ହୋଇଛି । କ୍ଷେତ ପାଖରେ ଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଓ ସେହି ଗଛ ମୂଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ 2ଟି ମୃତଦେହ ଦେଖିବାକୁ ପାଇଥିଲେ ଗାଁ ଲୋକେ । ଏନେଇ ଆଗଲପୁର ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ପରେ ଲୋଇସିଂହା ପୋଲିସ, ଆଗଲପୁର ଫାଣ୍ଡି ଅଧିକାରୀ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହ ଦୁଇଟି ସେହି ଗାଁର କ୍ଷିରୋନ୍ଦ୍ର ବରିହା ଓ ତାଙ୍କ ସ୍ତ୍ରୀ ତାରିଣୀ ବରିହା ବୋଲି ପରିଚୟ ମିଳିଛି । ମୃତଦେହକୁ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ପାରିପାର୍ଶ୍ୱିକ ସ୍ଥିତି ଦେଖି ମହିଳାଙ୍କୁ ହତ୍ୟା କରିବା ପରେ ସ୍ୱାମୀ ନିଜ ଜୀବନ ହାରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି ।

ଏହାମଧ୍ୟ ପଢନ୍ତୁ.. କୁଞ୍ଜପାଟଣା ସାହିରେ ମହିଳାଙ୍କୁ ହତ୍ୟା ଘଟଣା, 2 ବର୍ଷ ପରେ ବସ୍ କଣ୍ଡକ୍ଟର ଗିରଫ

ଅନ୍ୟପଟେ ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ମୃତ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପାରିବାରିକ କଳହ ଲାଗି ରହିଥିଲା । ଏହି ପାରିବାରିକ କଳହ ଯୋଗୁ ଏଭଳି ଅଭାବନୀୟ ଘଟଣା ଘଟିଥାଇପାରେ ବୋଲି କହିଛନ୍ତି । କ୍ଷିରୋନ୍ଦ୍ର ପ୍ରଥମେ ସ୍ତ୍ରୀକୁ ହତ୍ୟା କରିବା ପରେ ନିଜେ ଜୀବନ ହାରିଥାଇ ପାରନ୍ତି ବୋଲି କୁହାଯାଉଛି । ଏଭଳି ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଖେଳିଯାଇଛି । ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details