ଓଡିଶା

odisha

ETV Bharat / state

ପୋଲିସ ହାତରେ B.Tech ଗଞ୍ଜେଇ ମାଫିଆ: ସୁନ୍ଦରୀଙ୍କ ସହ କରୁଥିଲା ରିଲ୍ସ, ଏମିତି ବାନ୍ଧିଲା ପୋଲିସ - Btech Ganja Mafia Arrest - BTECH GANJA MAFIA ARREST

B.tech Ganja Mafia arrested: ସ୍ପେଶାଲ କ୍ରାଇମ୍ ୟୁନିଟ ଟିମ୍‌ର ସ୍ପେଶାଲ ଅପରେସନରେ ଏକ ଗଞ୍ଜେଇ ଚାଲାଣର ରାକେଟକୁ ଧରିବାରେ ସକ୍ଷମ ହୋଇଛି ପୋଲିସ । ଏଥିରେ ପୋଲିସ ବି.ଟେକ ଗଞ୍ଜେଇ ମାଫିଆକୁ ଧରିବାରେ ସଫଳ ହୋଇଛି । ପଢନ୍ତୁ ପୂରା ଖବର

ଗଞ୍ଜେଇ ମାଫିଆ
ଗଞ୍ଜେଇ ମାଫିଆ (ETV Bharat Odisha)

By ETV Bharat Odisha Team

Published : Sep 1, 2024, 3:40 PM IST

ଭୁବନେଶ୍ବର: ଓଡି଼ଶାରୁ କଲିକତାକୁ ହେଉଥିଲା ଗଞ୍ଜେଇ ଚୋରାଚାଲାଣ । ଖୋର୍ଦ୍ଧା ତାପଙ୍ଗରୁ ଖସି ଯାଉଥିଲେ ଗଞ୍ଜେଇ ବେପାରୀ । ରାତି ଅଧିଆ ପିଛା କରି ଧରିଲା ସ୍ପେଶାଲ କ୍ରାଇମ୍ ୟୁନିଟ । 2ଟି ଦାମୀ କାରରୁ ୧ କ୍ଵିଣ୍ଟାଲ ୩୦ କେଜି ଗଞ୍ଜେଇ ଜବତ ସହ ୫ଜଣଙ୍କୁ ଗିରଫ କରିଛି ପୋଲିସ । ଗୋଦାମ ଖାଲି କରି କଲିକତା ଗଞ୍ଜେଇ ଚାଲାଣ ବେଳେ ଯୋଜନା ଭଣ୍ଡୁର କରିଛି ପୋଲିସ ।

ଗଞ୍ଜେଇ ମାଫିଆ (ETV Bharat Odisha)

ଗଞ୍ଜେଇ ବେପାର କରୁଥିଲେ ବିକେଟ ପଢୁଆ:

ପୋଲିସ କମିଶନରଙ୍କ ସୂଚନା ମୁତାବକ, ସ୍ପେଶାଲ କ୍ରାଇମ୍ ୟୁନିଟ ଟିମ୍‌ର ସ୍ପେଶାଲ ଅପରେସନରେ ଏକ ଗଞ୍ଜେଇ ଚାଲାଣର ରାକେଟକୁ ଧରିବାରେ ସକ୍ଷମ ହୋଇଛି ପୋଲିସ । ୫ ଜଣଙ୍କୁ ଗିରଫ କରାଯାଇଛି । ଦୁଇଟି ଦାମି ଗାଡି କିଆ ସେଲଟସ ଓ ହୋଣ୍ଡା ଆମାଜେ ଗାଡିରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ବେଳେ ଅପରେସନ ସମୟରେ ୧୩୦କେଜି ଗଞ୍ଜେଇ ଜବତ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ପୁଷ୍ପକ ଶ୍ରିଚନ୍ଦନ, ଯିଏକି ଖୋର୍ଦ୍ଧା ଜଙ୍କିଆର ଜଣେ ବିଟେକ ପଢୁଆ । ସେ କନ୍ଧମାଳ ଫିରଙ୍ଗିଆଇରୁ ଗଞ୍ଜେଇ ଆଣି ଖୋର୍ଦ୍ଧାର ତାପଙ୍ଗରେ ଏକ ଗୋଦାମ କରି ରଖୁଥିଲା । ପରେ ଭୁବନେଶ୍ୱର ବମିଖାଲ ଆଣି ଆଉ ଏକ ଗୋଦାମରେ ଷ୍ଟକ୍ ରଖୁଥିବା ଜଣାପଡିଛି । ପୋଲିସର ଗତିବିଧି ଦେଖି ଖସି ଯାଉଥିଲେ। ସେମାନଙ୍କୁ ଏବେ ଗିରଫ କରାଯାଇଛି, ଦୁଇଟି ଗୋଦାମ ଉପରେ ମଧ୍ୟ ରେଡ ହୋଇଛି ।

ଗଞ୍ଜେଇ ମାଫିଆ (ETV Bharat Odisha)

୫ ଅଭିଯୁକ୍ତଙ୍କ ମଧ୍ୟରେ ୨ ବଙ୍ଗାଳି ଗଞ୍ଜେଇ ବେପାରୀ:

ଗିରଫ 5 ଅଭିଯୁକ୍ତଙ୍କ ମଧ୍ୟରୁ 2 ଜଣ ବଙ୍ଗାଳି ରହିଛନ୍ତି । ଏମାନେ ହୁଏତ ଗଞ୍ଜେଇ ନେଇ କଲିକତାରେ ସିଧା ପହଞ୍ଚାଇଥାନ୍ତି । ନଚେତ କଲିକତାର ଗଞ୍ଜେଇ ବେପାରୀ ଆସି ଏମାନଙ୍କ ଠାରୁ ନେଇକିଯାନ୍ତି । ତେବେ ଧରାପଡ଼ିଥିବା ୫ଜଣଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ପୁଷ୍ପକ ଶ୍ରୀଚନ୍ଦନକୁ ଛାଡି, ଆଉ ଜଣେ ଖୋର୍ଦ୍ଧାର ମିଲନ ନାୟକ ଓ ଅନ୍ୟ ଜଣେ ଯାଜପୁରର ଏସ କେ ଯାମୁରଲ୍ଲା ରହିଛି । ତେବେ ଏମାନଙ୍କ ସହ ଦୁଇ ଜଣ ବଙ୍ଗାଳି ବେପାରି ଆଜମେର ଶେକ୍ ଓ ଏସ କେ ସମିର ମଧ୍ୟ ଗିରଫ ହୋଇଛି।

ଗଞ୍ଜେଇ ମାଫିଆ (ETV Bharat Odisha)

ଗଞ୍ଜେଇ ପାଇଁ ଗୋଦାମ:

ପୋଲିସର ଚେକିଂ ଓ ପାଟ୍ରୋଲିରୁ ବର୍ତ୍ତିବାକୁ କିଛି କିଛି ସ୍ଥାନରେ ତିଆରି କରିଥିଲେ ଗଞ୍ଜେଇ ଗୋଦାମ । କନ୍ଧମାଳରୁ ଗଞ୍ଜେଇ ଆଣି ଖୋର୍ଦ୍ଧା ତାପଙ୍ଗର ଏକ କ୍ରସର ପାଖରେ ଏକ ଗୋଦାମ କରି ରଖୁଥିଲେ । ବାହାର ରାଜ୍ୟରୁ ଗଞ୍ଜେଇଅର୍ଡର ଆରକିଲେ ସପ୍ଲାଏ ଦେଉଥିଲେ । ଭୁବନେଶ୍ୱର ବମିଖାଲରେ ମଧ୍ୟ ଏକ ଗୋଦାମ କରିଥିଲେ । ହେଲେ ଏଥର ପୁରା ଗୋଦାମ ଖାଲି କରି କଲିକତାକୁ ଦୁଇଟି ଗାଡିରେ ଗଞ୍ଜେଇ ବୋଝେଇ କରି ଖସିଯିବା ପାଇଁ ପ୍ଲାନ୍ ବେଳେ ଏମାନଙ୍କୁ ମାଡ଼ି ବସିଥିଲା ସ୍ପେଶାଲ କ୍ରାଇମ୍ ୟୁନିଟ।

ଗଞ୍ଜେଇ ମାଫିଆ (ETV Bharat Odisha)

କନ୍ଧମାଳ ଗଞ୍ଜେଇ ଡିମାଣ୍ଡ:

ଗଞ୍ଜେଇ ପାଇଁ କନ୍ଧମାଳର କିଛି ଲୋକଙ୍କ ସହ ଅଭିଯୁକ୍ତ ମାନେ ଯୋଗାଯୋଗରେ ଥିଲେ । ଯେଉଁମାନେକି ଫିରିଙ୍ଗିଆ ଅଞ୍ଚଳରେ କିଛି ବ୍ୟବସାୟୀଙ୍କ ସହ ଯୋଗାଯୋଗରେ ରହୁଥିଲେ । ସେଠାରେ ସେମାନେ ଗଞ୍ଜେଇକୁ ପ୍ୟାକ କରି ରଖୁଥିଲେ । ଅଭିଯୁକ୍ତ ମାନେ ସେଠାରୁ ଗଞ୍ଜେଇ ଆଣୁଥିଲେ । 4 ଅଭିଯୁକ୍ତଙ୍କ କାମ ଥିଲା ଗଞ୍ଜେଇ ଡେଲିଭେରି କରିବା ଓ ସେମାନଙ୍କ କମିସନ ନେବା । ମୁଖ୍ୟ ଅଭିଯୁକ୍ତ ପୁଷ୍ପକ ଶ୍ରୀଚନ୍ଦନ ଏସବୁ କାରବାର ସମସ୍ତ ବୁଝାସୁଝା କରୁଥିଲା ।

ଇଞ୍ଜିନିୟରରୁ ଗଞ୍ଜେଇ ବେପାରୀ:

ଗଞ୍ଜେଇ ମାଫିଆ (ETV Bharat Odisha)

ପୁଷ୍ପକ ଶ୍ରୀଚନ୍ଦନ ଯେ କି ଜଣେ ଇଞ୍ଜିନିୟରିଂ ପାଠ ପଢିଥିଲେ । ଇଲେଟ୍ରୋନିକ୍ସ କମ୍ୟୁନିକେସନ ଇଞ୍ଜିନିୟରିଂରେ ବିଟେକ ପାଠ ପଢ଼ିଛନ୍ତି। କିଛି ଦିନ ହେବ ଏଭଳି ଗଞ୍ଜେଇ କାରବାର କରି ମାଲେମାଲ ହେଉଥିଲା । ଧିରେ ଧିରେ ଗଞ୍ଜେଇ ଚୋରାଚାଲାଣରେ ନିଜ ଅଞ୍ଚଳର ଆଉ ଦୁଇ ସହଯୋଗୀଙ୍କୁ ସାମିଲ କରିଥିଲା ଅଭିଯୁକ୍ତ । ଏଥିରେ ଆଉ କେତେ ଜଣ ସାମିଲ ରହିଛନ୍ତି ସେନେଇ ପୋଲିସ ତଦନ୍ତ ଜାରି ରଖିଛି । ଗତ କିଛି ଦିନ ସେ ପୋଲିସର ରାଡାରରେ ଥିଲା । ଭୁବନେଶ୍ୱର ଓ ତାପଙ୍ଗ ଅଞ୍ଚଳରେ ଗଞ୍ଜେଇ ଗୋଦାମ କରି ଷ୍ଟକ୍ ରଖୁଥିବାର ଖବର ପାଇଥିଲା ପୋଲିସ । ବିଶେଷ କରି ରାତି ୧୨ଟାରୁ ସକାଳ ୪ଟା ଭିତରେ ପୋଲିସ ପ୍ରହରା ଦେଉଥିବାରୁ ସେ ସମୟରେ ନ ବାହାରି ତା ପରେ ବାହାରି ନିଜ କାର ଯୋଗେ ଗଞ୍ଜେଇ କାରବାର କରୁଥିଲେ ଏମାନେ । ଦୁଇଟି କାର ମଧ୍ୟରୁ ଆମେଜ କାରଟି ପୁଷ୍ପକର ହୋଇଥିବା କହିଛନ୍ତି ପୋଲିସ କମିଶନର ।

ଭଡାରେ ଯୁବତୀଙ୍କୁ ଆଣି କରୁଥିଲା ରିଲ୍ସ:

ଗଞ୍ଜେଇ ମାଫିଆ (ETV Bharat Odisha)

ତେବେ ଗିରଫ ପରେ ତାର ମୋବାଇଲରୁ ପୋଲିସ ତାର କିଛି ରିଲସ ଭିଡିଓ ମଧ୍ୟ ପାଇଛି । ଯାହାକି ଅନେକ ଯୁବତୀଙ୍କ ସହ ସେ ଭିଡ଼ିଓ କରି ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରିଛି ।

କମିଶନରେଟ ପୋଲିସର ତଥ୍ୟ ଅନୁସାରେ, ଏଯାବତ ୯୨ଟି ନାର୍କୋଟିକ୍ସ କେସରେ ୧୮୦ଜଣଙ୍କୁ ଗିରଫ କରାଯାଇଛି । ତାସହିତ ୫୦ଟି ଗାଡି ମଧ୍ୟ ବ୍ୟବହାର ହୋଇଥିବା ନାର୍କୋଟିକ୍ସ ମାମଲାରେ ଧରାପଡିଛି । ସ୍ପେଶାଲ କ୍ରାଇମ୍ ୟୁନିଟ ୭ଟି କେସରେ ୨୧ଜଣଙ୍କୁ ଗିରଫ ସହ ୧୦ଟି ଗାଡି ସିଜ କରାଯାଇଛି । ଯେଉଁଥିରେ ୬୧୩ଗ୍ରାମ ବ୍ରାଉନସୁଗାର ଥିବା ବେଳେ ୮୦୮କେଜି ଗଞ୍ଜେଇ ଜବତ କରାଯାଇଛି ସ୍ପେଶାଲ କ୍ରାଇମ୍ ୟୁନିଟ ମାଧ୍ୟମରେ ।

ଏହା ମଧ୍ୟ ପଢନ୍ତୁ:ଗଞ୍ଜେଇ ମାଫିଆକୁ ଛାଡିଦେବା ପଡିଲା ମହଙ୍ଗା; ୧୧ ପୋଲିସ ନିଲମ୍ବିତ

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details