ପୁରୀ: ଆଜି ରଜପର୍ବର ତୃତୀୟ ଦିବସରେ ପାଳନ ହେଉଛି ଭୂମି ଦହନ ଉତ୍ସବ । ଆଜି ରବିବାର ସହିତ ଶେଷ ରଜରେ ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ପୁରୀ ଶ୍ରୀମନ୍ଦିରକୁ ହଜାର ହଜାର ଭକ୍ତ ଧାଇଁ ଆସିଛନ୍ତି । ଏଥିପାଇଁ ଶ୍ରୀମନ୍ଦିର ଚାରିଦ୍ଵାରରେ ଭକ୍ତଙ୍କ ଲମ୍ବା ଲାଇନ୍ ଲାଗିଛି । ପୋଲିସ୍ ପକ୍ଷରୁ ଭିଡ଼ ନିୟନ୍ତ୍ରଣ କରାଯାଇ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡାଯାଉଛି । ମହାପ୍ରଭୁଙ୍କୁ ଦର୍ଶନ କରି ଭକ୍ତ ବେଶ ଖୁସି । ତେବେ ଚାରିଦ୍ବାର ଖୋଲିଥିଲେ ମଧ୍ୟ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କୁ ଭକ୍ତମାନେ ଦର୍ଶନ କରିବାରେ ବହୁ ଅସୁବିଧା ଭୋଗୁଥିବା ଭକ୍ତ ଅଭିଯୋଗ କରିଛନ୍ତି ।
Flock of Devotees At Srimandira (ETV Bharat Odisha) ଏହା ମଧ୍ୟ ପଢନ୍ତୁ...ରଥଯାତ୍ରା 2024: କାଳିଆ ସାଅନ୍ତଙ୍କ ରଥ ନିର୍ମାଣରେ କୁନି କୁନି ସେବକ - chariot work by Child Servitors
ବିଶେଷ କରି ଶ୍ରୀମନ୍ଦିର ଭିତରକୁ ଗଲାବେଳେ ସାତ ପାହାଚଠାରୁ ଭିତର କାଠ ଓ ବାହାର କାଠ ଯାଏଁ ଭିଡ଼ ଅସମ୍ଭାଳ ରହୁଛି । ସେଠାରେ ଭିଡ଼ ନିୟନ୍ତ୍ରଣ ପାଇଁ କୌଣସି ପୋଲିସ୍ ବ୍ୟବସ୍ଥା ନାହିଁ । ଏଣୁ ଭକ୍ତମାନେ ଠେଲାପେଲାରେ ବଡ କଷ୍ଟରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଥିବା କହିଛନ୍ତି । ଭିଡ଼କୁ ଦେଖି ଅନେକ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ ନକରି କେବଳ ନୀଳଚକ୍ର ଦର୍ଶନ କରି ଫେରିଆସୁଥିବା ଅନେକ ଭକ୍ତ କହିଛନ୍ତି । ସାତ ପାହଚଠାରୁ ଭିତର କାଠ ଓ ବାହାର କାଠରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ନୂଆ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଭକ୍ତଗଣ ।
ଅନେକ ଭକ୍ତ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା କଥା ଜାଣି ଉତ୍ସାହରେ ପୁରୀ ଆସିଥିଲେ, ହେଲେ ଶ୍ରୀମନ୍ଦିର ଭିତରେ ଦର୍ଶନ ଅବ୍ୟବସ୍ଥାକୁ ନେଇ ଭକ୍ତ ଦୁଃଖରେ ଫେରୁଛନ୍ତି । ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଭକ୍ତ ଦାବି କରିଛନ୍ତି । ଗତକାଲି ରଜ ସଂକ୍ରାନ୍ତି ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥଲା । ଏଭଳି ସ୍ଥିତି ହୋଇଥଲା ଯେ ଭିଡ଼ ନିୟନ୍ତ୍ରଣ କରିବାରେ ପୁରୀ ପୋଲିସ୍ ଫେଲ ମାରିଥିଲା । ଫଳରେ ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ବେଶ୍ ଭିଡ ହୋଇଥିଲା । ତେବେ ଶନିବାର, ରବିବାର ଓ ପର୍ବପର୍ବାଣୀ ଭଳି ଛୁଟିଦିନରେ ଶ୍ରୀମନ୍ଦିରରେ ଚାରିଦ୍ବାରରେ ପ୍ରବେଶ ଅନୁମତି ଉପରେ କଟକଣା ଲଗାଇ କିଛିଟା ନିୟନ୍ତ୍ରଣ କରାଗଲେ ଭକ୍ତମାନେ ଭଲରେ ମହାପ୍ରଭୁଙ୍କୁ ଦର୍ଶନ କରି ପାରିବେ ବୋଲି କହିଛନ୍ତି ।
ଇଟିଭି ଭାରତ, ପୁରୀ