କୋରାପୁଟ: ପ୍ରକୃତିର ଅନୁପମ ସୌନ୍ଦର୍ଯ୍ୟର ଗନ୍ତାଗର ହେଉଛି କୋରାପୁଟ । ସବୁକିଛି ଥାଇ ମଧ୍ୟ ସେଠାକାର ଆଦିବାସୀ ମାନେ ଅବହେଳିତ । ବିବାଦୀୟ କୋଟିଆ ଅଞ୍ଚଳରେ ରାଜ୍ୟ ସରକାର ବିକାଶମୂଳକ କାମ କରୁଥିବା ବେଳେ ଦେଓମାଳି ପର୍ବତର ପାଦଦେଶରେ ଥିବା କୋଟିଆ ପଞ୍ଚାୟତ ର ମାତଲମ୍ବା , ସୁଲିଆମାରି , କାଟ୍ରାଗଡା, ସାଲିପଦର୍ , କାଲିଆମ୍ବ ଭଳି ଆଉ 13 ଟି ଗାଁକୁ ପାଶୋରି ଦେଇଛି । ମାତଲମ୍ବା ଭଳି ଗାଁ ରେ ଚାଷ ଜମି ର ଅଭାବ ଥିବାବେଳେ ପାହାଡ଼ ର ଢ଼ାଲୁ ଜମିରେ ଜାହି ତାହି ଭାବେ କଦଳୀ ଓ ଅନ୍ୟାନ୍ୟ ଚାଷ କରୁଥିଲେ ଗ୍ରାମବାସୀ । ସେହି କୃଷିଜାତ ଦ୍ରବ୍ୟକୁ ଶାଗମାଛ ଦରରେ ବିକ୍ରି କରି ସାହୁକାରର ଶୋଷଣର ଶିକାର ହେଉଥିଲେ ଗ୍ରାମବାସୀ । ଏପରିକି ଗ୍ରାମବାସୀ ମାନେ କୌଣସି କାମଧନ୍ଦା ନପାଇ ପଡୋଶୀ ଆନ୍ଧ୍ରକୁ ଯାଉଥିଲେ ।
ଏହା ମଧ୍ୟ ପଢନ୍ତୁ ....ଜାନୁଆରୀ ୧୨ରୁ କୃଷି ଓଡ଼ିଶା-୨୦୨୪, ଥିମ 'କୃଷି ପ୍ରଗତିରେ ମହିଳା’
କିନ୍ତୁ ମାତଲମ୍ବା ର ସମସ୍ୟାକୁ ହୃଦୟଙ୍ଗମ କରି କୋରପୁଟ ସ୍ଥିତ ଓରମାସ ଓ ଲକ୍ଷ୍ନୌ ସ୍ଥିତ ସିଏସଆରଆଇ ର ମିଳିତ ଆନୁକୂଲ୍ୟରେ ଗାଁ ର ମହିଳା ଗୋଷ୍ଠୀ କୁ ମହୁ ଚାଷ କରିବା ପାଇଁ 45 ଟି ମହୁବାକ୍ସ ଓ ମହୁମାଛି ଦିଆଯାଇଛି । ଗାଁର ଯୁବକ ଯୁବତୀଙ୍କୁ ମହୁଚାଷର ତାଲିମ ଦେବା ପରେ ସେହି ବାକ୍ସ ଗୁଡିକୁ ଗାଁର ଉପରମୁଣ୍ଡରେ ଏକ ପାହାଡର ପାଦଦେଶରେ ସ୍ଥାପନା କରାଯାଇଛି ।