ଓଡିଶା

odisha

ETV Bharat / state

ଖୋଲୁଛି ଠକ ପାର୍ଟନରଙ୍କ ଠକେଇ ପେଡି, ସାମ୍ନାକୁ ଆସୁଛି ହଂସିତାଙ୍କ ଜମି ଜବରଦଖଲ କାହାଣୀ - HANSITA ANIL FRAUD CASE

୫ ବର୍ଷ ତଳେ ନିଜକୁ ବିଲଡରଙ୍କ ପତ୍ନୀ ପରିଚୟ ଦେଇ ହଂସିତା ଜମି ଜବରଦଖଲ କରିଥିବା ଅଭିଯୋଗ । ଥାନା ଘେରାଉ ସତ୍ତ୍ବେ ମଧ୍ୟ ମିଳିନଥିଲା ସୁଫଳ ।

high profile Hansita Anil fraud case
high profile Hansita Anil fraud case (ETV Bharat Odisha)

By ETV Bharat Odisha Team

Published : Jan 14, 2025, 10:42 PM IST

ଭୁବନେଶ୍ୱର:ଫିଟୁଛି ଠକ ପାଟନର୍ ଅନିଲ-ହଂସିତାଙ୍କ ଗୁମର । 5ବର୍ଷ ତଳେ ହଂସିତା ନିଜକୁ ବିଲଡରଙ୍କ ପତ୍ନୀ ଭାବେ ମିଛ ପରିଚୟ ଦେଇ ଜମି ଜବରଦଖଲ କରିଥିବା ନେଇ ଜଣେ ମହିଳା ଅଭିଯୋଗ କରିଛନ୍ତି ।

  • ୫ ବର୍ଷ ତଳୁ ଠକେଇ ଆରମ୍ଭ କରିଥିଲେ ହଂସିତା: ଅଭିଯୋଗକାରୀ

୫ ବର୍ଷ ତଳୁ ଠକ ସାମ୍ରାଜ୍ୟ ଆରମ୍ଭ ଦେଇଥିଲେ ହଂସିତା । ଜଣେ ବିଲଡରଙ୍କ ପତ୍ନୀ ଭାବେ ନିଜର ମିଛ ପରିଚୟ ଦେଇ ଜମି ଜବରଦଖଲ କରିବା ସହ ଲୋକମାନଙ୍କୁ ଧମକ ଚମକ ଦେଉଥିବା ନେଇ ଜଣେ ମହିଳା ଅଭିଯୋଗ କରିଛନ୍ତି । ଏନେଇ ହଂସିତାଙ୍କ ନାଁରେ ବଡଗଡ ଥାନାରେ ମଧ୍ୟ ଗତ ୨୦୧୬ ମସିହା ଅଗଷ୍ଟ ୭ ତାରିଖରେ ଏତଲା ମଧ୍ୟ ହୋଇଥିଲା । ଏପରିକି ସେତେବେଳେ ହଂସିତାକୁ ପୋଲିସ ସୁରକ୍ଷା ଦେଉଥିବା ନେଇ ବଡଗଡ ଥାନା ଘେରାଉ କରିଥିଲେ କିଛି ଅଭିଯୋଗକାରୀ । ଅସଲି ଜମି ମାଲିକଙ୍କୁ ଜମିରୁ ବିତାଡିତ କରିବା ପାଇଁ ଲୋକ ଲଗାଇ ମାରପିଟ୍‌ କରିଥିବା ନେଇ ଅଭିଯୋଗ ହୋଇଥିଲା ।

high profile Hansita Anil fraud case (ETV Bharat Odisha)
  • ଜମି ଜବରଦଖଲ କରୁଥିଲେ ହଂସିତା:

ଏନେଇ ବଡଗଡ ଥାନା ବ୍ରହ୍ମଶ୍ୱର ପାଟଣାର ଅଭିଯୋଗକାରିଣୀ ସୁବାଶିନି ପାତ୍ର କହିଛନ୍ତି," ପାଞ୍ଚ ବର୍ଷ ତଳେ ହଂସିତାର ନାଁ ବିଷ୍ଣୁପ୍ରିୟା ଚାନ୍ଦ ଥିଲା । ୨୦୧୬ ମସିହା ଅଗଷ୍ଟ ୫ ତାରିଖ ଦିନ ଜମିରୁ ବିତାଡିତ କରିବା ପାଇଁ ୨୦୦ରୁ ଊର୍ଦ୍ଧ୍ୱ ଗୁଣ୍ଡା ଧରି ଆସି ମାରପିଟ୍‌ କରିବା ସହ ଆସବାବପତ୍ର ସବୁ ଫୋପାଡି ଦେଇ ସେଠୁ ଚାଲିଯିବାକୁ କହିଥିଲା । କିଛି କାଗଜ ପତ୍ର ଦେଖାଇ ନିଜକୁ ବିଲଡରର ସ୍ତ୍ରୀ କହିବା ସହ ସେଠାରେ ଜାଗା ଛାଡିବାକୁ ବାଧ୍ୟ କରିଥିଲା । ଏନେଇ ଥାନାରେ ଅଭିଯୋଗ ପରେ ବି କୌଣସି ଲାଭ ମିଳିନଥିଲା । ଏପରିକି ଏହାର ପ୍ରତିବାଦରେ ରାସ୍ତା ଓ ଥାନା ଘେରାଉ ମଧ୍ୟ କରିଥିଲୁ । ହେଲେ ପୋଲିସ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା ।"

ହଂସିତା ବିରୋଧରେ ୫ ବର୍ଷ ତଳେ ଥାନା ଘେରାଉ (ETV Bharat Odisha)

ଏହାମଧ୍ୟ ପଢନ୍ତୁ...

ଦାମୀ କାରରେ ବୁଲୁଥିଲେ ଠକ ପାର୍ଟନର, 3 କାର ସିଜ୍‌ କଲା ପୋଲିସ

ଠକ ପାର୍ଟନରଙ୍କ ଘରେ ଇନକମ୍ ଟ୍ୟାକ୍ସ, ଓଡ଼ିଶା ସମେତ 12ଟି ସ୍ଥାନରେ ଚଢ଼ାଉ ଜାରି

କାର୍ ଡିଲରସିପ ଆଳରେ ୪୦ ଲକ୍ଷ ଠକେଇ, ବ୍ୟବସାୟୀଙ୍କୁ ମୋହରା ବନାଇଲେ ସାଇବର ଠକ

  • ଜାରି ରହିଛି ତନାଘନା

ଅନ୍ୟପଟେ ହଂସିତା ଓ ଅନିଲର ଠକେଇ କାରବାରକୁ ନେଇ ତନାଘନା ଜାରି ରଖିଛି ଆୟକର ବିଭାଗ । ଏବେ ସୁଦ୍ଧା ଏମାନଙ୍କ ଯୋଗାଯୋଗରେ ଥିବା ପାଖାପାଖି ୧୧ ଜଣଙ୍କୁ ସମନ କରି ପଚରାଉଚରା କରିଛି ଆୟକର ଟିମ୍ । ଆଉ ମଧ୍ୟ ୩ଟି ଦାମି ଗାଡି ସିଜ୍ କରିଛି ସ୍ପେଶାଲ କ୍ରାଇମ ୟୁନିଟ୍ । ଗତ ୨୬ ତାରିଖରେ ଇନଫୋସିଟି ଥାନାରେ ହୋଇଥିବା ଏକ ଠକେଇ ଉଦ୍ୟମ ଅଭିଯୋଗରେ ଗିରଫ ହୋଇଥିଲେ ହଂସିତା ଓ ଅନିଲ । ନିଜକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ସଚିବଙ୍କ ଝିଅ ଓ ଜ୍ବାଇଁ ପରିଚୟ ଦେଇ ଠକେଇ ଉଦ୍ୟମ କରୁଥିବା ନେଇ ଅଭିଯୋଗ ପରେ ଘଟଣା ସାମ୍ନାକୁ ଆସିଥିଲା । ସ୍ପେଶାଲ କ୍ରାଇମ୍ ୟୁନିଟ୍‌ ଓ ଆୟକର ବିଭାଗ ଏହି ମାମଲାରେ ତଦନ୍ତ ଜାରି ରଖିଥିବା ବେଳେ ଠକେଇ ମାମଲାରେ କାହାର ସମ୍ପୃକ୍ତି ଅଛି କିମ୍ବା ଆଉ କେଉଁମାନେ ଏହି ମାମଲାରେ ଜଡିତ, ତାହାର ତଦନ୍ତ ଜାରି ରହିଛି ।

ଜମି ଜବର ଦଖଲ କରିଥିବା ନେଇ ହଂସିତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଦମ୍ପତି (ETV Bharat Odisha)

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details