କଟକ: ସହରର ରାସ୍ତାକଡ଼ରେ ମାଂସ କଟା ସଂପୂର୍ଣ୍ଣ ବନ୍ଦ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ସିଏମସି ପକ୍ଷରୁ ଦାଖଲ ହୋଇଥିବା ଏହି ସତ୍ୟପାଠରେ ମାଂସ କଟା ଓ କଂସେଇଖାନା ଗୁଡିକ ବିରୋଧରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ଅବଗତ କରାଯାଇଛି । ବିଶେଷକରି ସର୍ବସାଧାରଣ ସ୍ଥାନରେ ଆଇନ ଉଲ୍ଲଘଂନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଜରିମାନା ଆଦାୟ କରାଯାଇଥିବା କୋର୍ଟଙ୍କୁ ଅବଗତ କରିଛି ସିଏମସି । ତେବେ ସିଏମସି ପକ୍ଷରୁ ଦାଖଲ ସତ୍ୟପାଠକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏନେଇ ସାନି ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ରାସ୍ତାକଡ ମାଂସ ଦୋକାନ ବନ୍ଦ ମାମଲା; ସାନି ସତ୍ୟପାଠ ଦାଖଲ ପାଇଁ ସିଏମସିକୁ ନିର୍ଦ୍ଦେଶ - ରାସ୍ତାକଡ କଂସେଇଖାନା ବନ୍ଦ ମାମଲା
Illegal slaughterhouses in Cuttack: କଟକରେ ରାସ୍ତାକଡ ମାଂସ ଦୋକାନ ବନ୍ଦ ମାମଲାରେ ସାନି ସତ୍ୟପାଠ ଦାଖଲ ପାଇଁ ସିଏମସିକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି । ଅଧିକ ପଢନ୍ତୁ
Published : Jan 31, 2024, 8:27 AM IST
ସହରରେ କେଉଁ ସବୁ ସ୍ଥାନରେ ନୂଆ କଂସେଇଖାନା କରିବା ପାଇଁ ଯୋଜନା ରହିଛି, କେତେ ଜାଗା ଏଥିପାଇଁ ଚିହ୍ନଟ କରାଯାଇଛି ଓ ଏହି ପ୍ରସଙ୍ଗରେ କ'ଣ ପଦକ୍ଷେପ ଗ୍ରହଣ କରାଯାଇଛି ସେନେଇ ସବିଶେଷ ବିବରଣୀ ଉପସ୍ଥାପନ ପାଇଁ ସିଏମସିକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ଗୌଜ୍ଞାନ ଫାଉଣ୍ଡେସନ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି ।
ଗତ ଜାନୁଆରୀ ୩ରେ ମାମଲାର ଶୁଣାଣି ସମୟରେ ବିଭିନ୍ନ ସମୟରେ ସିଏମସି ପକ୍ଷରୁ ବେଆଇନ କଂସେଇଖାନା ଓ ରାସ୍ତାକଡ଼ରେ ମାଂସକଟା ଦୋକାନଗୁଡିକ ଉପରେ ଚଢାଉ କରାଯାଉଥିବା ବେଳେ ଏଭଳି ସମସ୍ୟା କିନ୍ତୁ ଦୂର ହୋଇନଥିବା ସ୍ପଷ୍ଟ ହୋଇଥିଲା । ଏହି ପ୍ରସଙ୍ଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରି ରାସ୍ତାକଡ଼ରେ ମାଂସ କଟା/ପଶୁ ପକ୍ଷୀ ହତ୍ୟା ବନ୍ଦ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଏଭଳି ବେଆଇନ ପଶୁ ପକ୍ଷୀ ହତ୍ୟା ଉପରେ ରୋକ ଲଗାଇବାକୁ ଗ୍ରହଣ କରାଯାଉଥିବା ପଦକ୍ଷେପ ସଂକ୍ରାନ୍ତରେ ସତ୍ୟପାଠ ମାଧ୍ୟମରେ ଅବଗତ କରିବାକୁ ସିଏମସିକୁ ନିର୍ଦ୍ଦେଶ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ:ପୋଲିସ ଏସ୍ଆଇ ନିଯୁକ୍ତି ଉପରେ ଅନ୍ତରୀଣ ନିର୍ଦ୍ଦେଶ ଲଗାଇଲେ ହାଇକୋର୍ଟ
ଏଠାରେ ପ୍ରକାଶ ଥାଉକି, ବେଆଇନ କଂସେଇଖାନା ଅଭିଯୋଗ ସଂପର୍କିତ ମାମଲାରେ ସିଏମସି ପକ୍ଷରୁ ଦାଖଲ ସତ୍ୟପାଠକୁ ନେଇ ହାଇକୋର୍ଟ ୨୦୨୩, ଡିସେମ୍ବର ୫ରେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଡେପୁଟି କମିସନରଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଡିସେମ୍ବର ୧୪ରେ ହାଇକୋର୍ଟରେ ସିଏମସି ଡେପୁଟି କମିସନର ବ୍ୟକ୍ତିଗତ ଭାବେ ହାଜର ହୋଇ ନିସର୍ତ୍ତଃ କ୍ଷମା ପ୍ରାର୍ଥନା କରିଥିଲେ । ଏଥିସହିତ ସିଏମସି ସ୍ବାସ୍ଥ୍ୟ ଅଧିକାରୀ ମଧ୍ୟ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ ।
ବେଆଇନ କଂସେଇଖାନା ଉପରେ ଅଙ୍କୁଶ ଜାରି ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଉଭୟ ଅଧିକାରୀ ହାଇକୋର୍ଟରେ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ସର୍ବସାଧାରଣ ସ୍ଥାନରେ ବେଆଇନ ମାଂସ କଟା ଓ କଂସେଇଖାନାଗୁଡିକ ବିରୋଧରେ ସିଏମସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଡିସେମ୍ବର ୧୪ର ନିର୍ଦ୍ଦେଶ ପାଳନ କରି ଏହି ପ୍ରସଙ୍ଗରେ ଗ୍ରହଣ କରାଯାଉଥିବା ପଦକ୍ଷେପ ସଂକ୍ରାନ୍ତରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଥିଲା ।