ଓଡିଶା

odisha

ETV Bharat / state

ଫେରିଛି ଗ୍ରୀଷ୍ମ ପ୍ରବାହ; ୪୫.୯ ସହ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର, ଆଗକୁ ଆହୁରି ବଢ଼ିବ ତାତି - Odisha Weather

Odisha Weather Update: ରାଜ୍ୟରେ ପୁଣି ବଢିଲା ତାତି । ଆଗାମୀ 2ରୁ 3ଦିନ ଭିତରେ ତାପମାତ୍ରା ୩ରୁ ୫ଡିଗ୍ରୀ ବଢିବା ନେଇ ସୂଚନା ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : May 28, 2024, 9:20 PM IST

ଫେରିଛି ଗ୍ରୀଷ୍ମ ପ୍ରବାହ; ୪୫.୯ ସହ ବୌଦ୍ଧ ସବୁଠୁ ଉତପ୍ତ ସହର
ଫେରିଛି ଗ୍ରୀଷ୍ମ ପ୍ରବାହ; ୪୫.୯ ସହ ବୌଦ୍ଧ ସବୁଠୁ ଉତପ୍ତ ସହର (ETV Bharat Odisha)

ଭୁବନେଶ୍ବର: ବର୍ଷା ପ୍ରଭାବରେ ରାଜ୍ୟରୁ କିଛିଦିନ ଧରି ଗାଏବ ରହିଥିଲା ଗ୍ରୀଷ୍ମ ପ୍ରବାହ । ଏବେ ପୁଣି ଉପରମୁହାଁ ହୋଇଛି ପାରଦ । ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବା ସହ ତାତି ସହ ଗୁଳୁଗୁଳି ଅନୁଭୂତ ହେଉଛି । ଆଜି ବିଭିନ୍ନ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଡେଇଁଛି । ଏହାସହ 40 ଡିଗ୍ରୀ ଉପରେ ରାଜ୍ୟର 17 ସହର ରହିଛି । ସେହିପରି ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ଦେଶର 10 ନମ୍ବର ସ୍ଥାନରେ ରହିଛି । ଆଗକୁ ତାପମାତ୍ରା ଆହୁରି ୩ରୁ ୫ଡିଗ୍ରୀ ବଢିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଫେରିଛି ଗ୍ରୀଷ୍ମ ପ୍ରବାହ; ୪୫.୯ ସହ ବୌଦ୍ଧ ସବୁଠୁ ଉତପ୍ତ ସହର (ETV Bharat Odisha)

ରାଜ୍ୟରେ ପୁଣି ପାରଦ ଉପରମୁହାଁ ହୋଇଥିବା ବୋଳେ ଫେରିଛି ହିଟୱେଭ । ରାଜ୍ୟରେ ଅସହ୍ୟ ତାତି ସହ ଗୁଳୁଗୁଳିର ରାଜ୍ୟବାସୀ ସନ୍ତୁଳି ହେଉଥିବା ବେଳେ ୪୫ ଡିଗ୍ରୀ ଡେଇଁଛି ତାପମାତ୍ରା । ତିନି ସହରରେ ଆଜି (ମଙ୍ଗଳବାର) ୪୫ ଡିଗ୍ରୀ ତାପମାତ୍ରା ଛୁଇଁଥିବା ବେଳେ ୪୫.୯ ସହ ବୌଦ୍ଧରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ସୋନପୁରରେ ୪୫.୩ ଓ ଟିଟିଲାଗଡ଼ରେ ୪୫.୦୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଅନ୍ୟପଟେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ଉପକୂଳ ଓଡିଶାରେ ତାପମାତ୍ରା ଅଧିକ ରହହିବାର ଆଶଙ୍କା ରହିଛି । ସେହିପରି ରାଜ୍ୟରେ ଉଷ୍ମ ଓ ଆଦ୍ର ସ୍ଥିତି ଲାଗିରହିବା ସହ ୨୯ ଓ ୩୦ ତାରିଖରେ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବଲାଙ୍ଗୀର ଓ ନୂଆପଡା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହିଟୱେବ ଜାରି ରହିବା ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ରାଜ୍ୟକୁ ଫେରିଛି ଗ୍ରୀଷ୍ମ ପ୍ରବାହ (IMD)

ଆଜି ରାଜଧାନୀ ଭୁବନେଶ୍ବର ସମେତ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ବର ଆଦି ସହରରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିବା ସହ ଆର୍ଦ୍ରତା ୭୦ ପ୍ରତିଶତରୁ ଅଧିକ ରହିଛି । ସେପଟେ ରାଜ୍ୟରେ ଅସହ୍ୟ ଗୁଳୁଗୁଳି ସହ ଗରମ ଅନୁଭୂତ ହେଉଥିବା ବେଳେ ରାଜ୍ୟର କିଛି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ମେ' ୩୦ ଓ ଜୁନ ୧ ତାରିଖରେ ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି । ବିଜୁଳି ଘଡଘଡି ସହ ବର୍ଷା ଓ ଝଡତୋଫାନ ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ବିଶେଷ କରି ୭୦ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ଏବଂ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।

ଫେରିଛି ଗ୍ରୀଷ୍ମ ପ୍ରବାହ (IMD)

ଏହା ମଧ୍ୟ ପଢ଼ନ୍ତୁ...ପୁଣି ରାଜ୍ୟକୁ ଫେରିବ ହିଟୱେଭ; ବଢିବ ତାପମାତ୍ରା, ହନ୍ତସନ୍ତ ହେବ ଜନଜୀବନ - Odisha Weather Update

ଅନ୍ୟପଟେ ମେ' ୩୧ରୁ ଜୁନ ୧ ତାରିଖ ମଧ୍ୟରେ ଅର୍ଥାତ ଆଉ ୪ଦିନ ପରେ ସଠିକ ସମୟରେ ମୌସୁମୀ ବାୟୁ କେରଳ ଛୁଇଁବାର ସମ୍ଭାବନା ରହିଛି ବୋଲି କହିଛି ପାଣିପାଗ ବିଭାଗ । କାରଣ ମୌସୁମୀ ବାୟୁ କେରଳ ଛୁଇଁବା ପାଇଁ ପାଗ ଅନୁକୂଳ ରହିଛି । କେରଳରେ ମୌସୁମୀ ବାୟୁ ଛୁଇଁବା ପରେ ଓଡ଼ିଶାରେ କେବେ ମୌସୁମୀ ବାୟୁ ପହଞ୍ଚିବ ତାହା ସ୍ପଷ୍ଟ ହେବ ବୋଲି ପାଣିପାଗ କେନ୍ଦ୍ର କହିଥିବା ବେଳେ ୩ରୁ ୪ ଦିନ ପୂର୍ବରୁ ଏନେଇ ସୂଚନା ସ୍ପଷ୍ଟ ହେବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details