ଓଡିଶା

odisha

ETV Bharat / state

ନୂଆପଡ଼ାରେ ଉପରମୁହାଁ ପାରଦ, ତାତିରେ ସନ୍ତୁଳିତ ଜିଲ୍ଲାବାସୀ - Heat Wave In Nuapada

Heat Wave In Nuapada: ନୂଆପଡ଼ାରେ ଉପରମୁହାଁ ପାରଦ । ଜିଲ୍ଲାର ବିଭିନ୍ନ ସ୍ଥାନରେ ତାତିର ଲହରୀ । ଗଛ ଛାଇ ଆଶ୍ରୟରେ ପଥଚାରୀ । ଅଧିକ ପଢ଼ନ୍ତୁ

ନୂଆପଡ଼ା
ନୂଆପଡ଼ା

By ETV Bharat Odisha Team

Published : Apr 1, 2024, 7:17 PM IST

ନୂଆପଡ଼ା

ନୂଆପଡା: ରାଜ୍ୟରେ ପାରଦ ଉପର ମୁହାଁ । ଅସହ୍ୟ ତାତିରେ କଲବର ରାଜ୍ୟବାସୀ । ନୂଆପଡ଼ା ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଦେଖାଦେଇଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇଛି । ଲୋକେ ତାତିରେ ସନ୍ତୁଳିତ ହେଉଥିବା ବେଳେ ପ୍ରଚଣ୍ଡ ଖରାରୁ ତ୍ରାହି ପାଇବା ପାଇଁ ଛତା ବ୍ୟବହାର କରୁଥିବା ଦେଖାଦେଇଛି । ସେହିଭଳି ରାସ୍ତା କଡରେ ଯାତାୟତ କରୁଥିବା ଲୋକମାନେ ଗଛ ଛାଇ ପାଇଲେ ଆଶ୍ରୟ ନେଉଛନ୍ତି ।

ନୂଆପଡା ଜିଲ୍ଲାରେ ଗତ ଶୁକ୍ରବାର ଓ ଶନିବାର କାଳବୈଶାଖୀ ତାଣ୍ଡବ ରଚିଥିବା ବେଳେ ସୋମବାର ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଇଛି । ଜିଲ୍ଲାର ଖଡ଼ିଆଳ, ବୋଡ଼େନ, ସିନାପାଲି, କୋମନା, ନୂଆପଡା, ଖଡ଼ିଆଳ ଆଦି ଅଞ୍ଚଳରେ ପ୍ରଚଣ୍ଡ ଖରା ଅନୁଭବ ହେଉଛି । ପାରଦ ଉପରମୁହାଁ ଥିବା ବେଳେ ସକାଳ 10ଟାରୁ ସହରର ମୁଖ୍ୟ ରାସ୍ତା ଗୁଡିକ ଖାଁ ଖାଁ ଲାଗୁଛି । ଏକପ୍ରକାର ଅଘୋଷିତ କର୍ଫୁ ଜାରି ହେବା ପରି ଲୋକେ ଘରୁ ପଦାକୁ ବାହାରୁ ନାହାଁନ୍ତି । ଅପରପକ୍ଷରେ ଗ୍ରାମାଞ୍ଚଳ ଗୁଡିକର ନଈ, ନାଳ ଓ ପୋଖରୀ ସୁଖି ଯାଉଥିବା ବେଳେ, ଲୋକଙ୍କୁ ପାନୀୟ ଜଳ ସଙ୍କଟ ଦେଖାଦେଇଛି । ଜିଲ୍ଲା ପ୍ରଶାସନ ଲୋକଙ୍କ ଧନଜୀବନ ପ୍ରତି ଦୃଷ୍ଟି ଦେଇ ତୁରନ୍ତ ସ୍ଥାନେ ସ୍ଥାନେ ଜଳଛତ୍ର କରି ଲୋକଙ୍କୁ ପାଣି ଯୋଗାଇ ଦେବା ସହିତ ଅସ୍ଥାୟୀ ବିଶ୍ରାମ ଗାର କରିବା ଜରୁରୀ ହୋଇପଡିଛି ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟରେ ମେଘୁଆ ପାଗ; ଘଡ଼ଘଡ଼ି ବିଜୁଳି ସହ ବର୍ଷା ସମ୍ଭାବନା, 19ଜିଲ୍ଲାକୁ ସତର୍କ ସୂଚନା - RAIN WITH THUNDERSTORM ALERT

ତେବେ ନୂଆପଡାରେ ଅସହ୍ୟ ତାତି ଅନୁଭୁତ ହେଉଥିବା ବେଳେ ନିକଟବର୍ତ୍ତୀ ସହର ଭବାନୀପାଟଣା, ଟିଟିଲାଗଡ଼ରେ 40 ଡିଗ୍ରୀ ତାପମାତ୍ରା ରହିଛି । ସେହିପରି ଆଜି ନୂଆପଡାରେ 38 ଡିଗ୍ରୀ ତାପମାତ୍ରା ଥିବା ଜଣାପଡିଛି । ନିତିଦିନିଆ କାମପାଇଁ ପ୍ରତିଦିନ ଗାଁ ଠାରୁ ସହରକୁ ଆସୁଥିବା ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଦେଇଛି । ରାସ୍ତା କଡରେ ଗଛ ଦେଖିଲା କ୍ଷଣି ଲୋକେ ଛାଇ ତଳେ ବସି ଯାଉଛନ୍ତି । ଅନ୍ୟ ବର୍ଷର ଖରା ଅପେକ୍ଷା ଚଳିତ ବର୍ଷ ଅପ୍ରେଲ ମାସ ପହିଲା ଦିନଠାରୁ ପ୍ରଚଣ୍ଡ ଖରା ଅନୁଭୂତ ହେଉଥିବା ପଥ ଚାରିମାନେ ପ୍ରକାଶ କରିଛନ୍ତି । ସେହିଭଳି ମଣିଷ ଠାରୁ ଆରମ୍ଭ କରି ପଶୁପକ୍ଷୀ ଓ କୀଟପତଙ୍ଗ ସମସ୍ତେ ପାଣି ବୁନ୍ଦା ଏ ପାଇଁ ଡହଳ ବିକଲ ହେଉଥିବା ପ୍ରକୃତି ପ୍ରେମୀ ପ୍ରକାଶ କରିଛନ୍ତି । ଏଦିଗରେ ତୁରନ୍ତ ପ୍ରଶାସନ ପଦକ୍ଷେପ ନେଇ ଲୋକଙ୍କୁ ସୁରକ୍ଷା ଦେବାପାଇଁ ପ୍ରକୃତି ପ୍ରେମୀ ଦାବି କରିଛନ୍ତି । ଅପରପକ୍ଷେ ସ୍ଥାନେ ସ୍ଥାନେ ଜଳଛତ୍ର କରି ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବାପାଇଁ ପଦକ୍ଷେପ ନିଆଯାଉଥିବା ସରପଞ୍ଚ ଓ ବିଡିଓ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ନୂଆପଡ଼ା

ABOUT THE AUTHOR

...view details