ଓଡିଶା

odisha

ETV Bharat / state

SCBରେ ହେବ ହାର୍ଟ ଟ୍ରାନ୍ସପ୍ଲାଣ୍ଟ; MGM ହେଲଥ କେୟାର ସହ ସ୍ୱାସ୍ଥ୍ୟ ବିଭାଗର ଏମଓୟୁ

ଓଡ଼ିଶାରେ ହେବ ହୃତପିଣ୍ଡ ପ୍ରତିରୋପଣ । ଚେନ୍ନାଇର ଏମଜିଏମ ହେଲଥ କେୟାର ପ୍ରାଇଭେଟ୍ ଲିମିଟେଡ କମ୍ପାନୀ ସହ ଏନେଇ ଏମଓୟୁ ସ୍ୱାକ୍ଷର । ଅଧିକ ପଢନ୍ତୁ

Heart transplant facility
Heart transplant facility (ETV BHARAT ODISHA)

By ETV Bharat Odisha Team

Published : 4 hours ago

ଭୁବନେଶ୍ବର:ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଉ ପାଦେ ଆଗେଇଲା ଓଡି଼ଶା । ଓଡ଼ିଶାରେ ହେବ ହୃତପିଣ୍ଡ ପ୍ରତିରୋପଣ ବା ହାର୍ଟ ଟ୍ରାନ୍ସପ୍ଲାଣ୍ଟ । ଏଥିପାଇଁ ଆଉ ଓଡି଼ଶାବାସୀଙ୍କୁ ରାଜ୍ୟ ବାହାରକୁ ଯିବାକୁ ପଡ଼ିବନାହିଁ । କଟକ ଏସସିବି ବଡ଼ ମେଡ଼ିକାଲରେ ହେବ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ୟୁନିଟ । ଚେନ୍ନାଇର ଏମଜିଏମ ହେଲଥ କେୟାର ପ୍ରାଇଭେଟ୍ ଲିମିଟେଡ କମ୍ପାନୀ ସହ ଏନେଇ ଏମଓୟୁ ସ୍ୱାକ୍ଷର କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଲୋକସେବା ଭବନ ସ୍ଥିତ ସ୍ୱାସ୍ଥ୍ୟ ବିଭାଗ ସମ୍ମିଳନୀ କକ୍ଷରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଉପସ୍ଥିତିରେ ଏମଓୟୁ ସ୍ଵାକ୍ଷରିତ ହୋଇଛି ।

ଏସସିବି ବଡ଼ ମେଡ଼ିକାଲରେ ଖୋଲିବ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ୟୁନିଟ:

HEART TRANSPLANT FACILITY (ETV BHARAT ODISHA)

ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି । ଖୁବଶୀଘ୍ର ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ହୃତପିଣ୍ଡ ପ୍ରତିରୋପଣ ଆରମ୍ଭ ହେବ । ଏଥିପାଇଁ ଭେଷଜ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ଏବଂ ଚେନ୍ନାଇ ଏମଜିଏମ ହେଲଥକେୟାର ସଂସ୍ଥା ସହ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଉପସ୍ଥିତିରେ ଲୋକସେବା ଭବନ ବିଭାଗୀୟ ସମ୍ମିଳନୀ କକ୍ଷରେ ଗତକାଲି ଏହା ସ୍ୱାକ୍ଷରିତ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, "ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ସରକାର ଓଡ଼ିଶାବାସୀଙ୍କୁ ଗୁଣାତ୍ମକ ଓ ସୁଲଭ ଚିକିତ୍ସାସେବା ଯୋଗାଇଦେବା ପାଇଁ ପ୍ରତିବଦ୍ଧ । ବୁଝାମଣାପତ୍ର ତା’ର ଏକ ଜ୍ୱଳନ୍ତ ଉଦାହରଣ । ଏହି ଐତିହାସିକ ପଦକ୍ଷେପ ଦ୍ୱାରା ଓଡ଼ିଶାବାସୀ, ବିଶେଷ କରି ଗରିବ ରୋଗୀମାନେ ଉପକୃତ ହେବେ । ''

ଏହା ମଧ୍ୟ ପଢନ୍ତୁ-ଏହି 5 ପ୍ରକାରର ଲୋକଙ୍କୁ ଅଧିକ କୋଲେଷ୍ଟ୍ରଲ ବିପଦ, ଆପଣ ଅଛନ୍ତି କି ଲିଷ୍ଟରେ ?

ଏମଜିଏମ ହେଲଥ କେୟାର ସମ୍ମତି:

Heart transplant facility (ETV BHARAT ODISHA)


ଏସସିବିରେ ବୃକକ, ଅସ୍ଥିମଜ୍ଜା ଓ ଯକୃତ ପ୍ରତିରୋପଣ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଥିବାରୁ ଏମଜିଏମ ହେଲଥ କେୟାର ଏସସିବିରେ ହୃତପିଣ୍ଡ ପ୍ରତିରୋପଣ କରିବା ପାଇଁ ସମ୍ମତି ପ୍ରକାଶ କରିଛି । ଏସସିବିରେ ପ୍ରଥମ ଦଶ ଜଣଙ୍କ ହୃତପିଣ୍ଡ ପ୍ରତିରୋପଣ ସଂପୂର୍ଣ୍ଣ ମାଗଣାରେ କରାଯିବ । ଏହା ମଧ୍ୟରେ ଏମଜିଏମ ହେଲଥ କେୟାର ଓଡ଼ିଶାର ଦୁଇଟି ଡାକ୍ତରୀ ଦଳକୁ ବିନାଦେୟରେ ତାଲିମ ଦେଇଛି । ପ୍ରଥମେ ଏସସିବିରେ ଏମଜିଏମ ହେଲଥ କେୟାରର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୃତପିଣ୍ଡ ପ୍ରତିରୋପଣ କରାଯିବ । ଏସସିବିର ଡାକ୍ତରମାନେ ଏହି କାର୍ଯ୍ୟରେ ପାରଙ୍ଗମ ହେଲା ପରେ ନିଜ ଦଳ ନେଇ ହୃତପିଣ୍ଡ ପ୍ରତିରୋପଣ କରିବେ । ଏହା ଦ୍ୱାରା ଓଡ଼ିଶା ଲୋକଙ୍କୁ ଏହି ଚିକିତ୍ସା ପାଇଁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ । କାର୍ଯ୍ୟକ୍ରମରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସଙ୍କ ଉପସ୍ଥିତିରେ ଭେଷଜ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡା. ସନ୍ତୋଷ ମିଶ୍ର ଏବଂ ଏମଜିଏମ ହେଲଥ କେୟାର ପକ୍ଷରୁ ଡା. ସୁରେଶ ରାଓ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି । ଏସସିବି ପ୍ରଫେସର ଡା. ମନୋଜ କୁମାର ପଟ୍ଟନାୟକ, ପ୍ରଫେସର ଡା. ସୁର କିଶୋର ମିଶ୍ର ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

Heart transplant facility (ETV BHARAT ODISHA)
ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details