ଓଡିଶା

odisha

ମାଗଣାରେ ହେଉଥିବା କାମ ପାଇଁ ମାଗୁଥିଲେ ୪୦ ହଜାର, ଲାଞ୍ଚୁଆ ଜିଓଲୋଜିଷ୍ଟଙ୍କୁ ବାନ୍ଧିଲା ଭିଜିଲାନ୍ସ - Geologist In Vigilance Net

By ETV Bharat Odisha Team

Published : Aug 14, 2024, 7:07 PM IST

Updated : Aug 14, 2024, 7:27 PM IST

Geologist In Vigilance Net: ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଭୂତଳ ଜଳ ବିଭାଗ ଡେପୁଟି ଡାଇରେକ୍ଟର ଅସୀମ ଅଂଶୁମାନ ନାୟକ । 40 ହଜାର ଟଙ୍କା ଲାଞ୍ଚ ନେବା ବେଳେ ସେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଅଧିକ ପଢନ୍ତୁ

Geologist In Vigilance Net
Geologist In Vigilance Net (ETV Bharat Odisha)

ବଲାଙ୍ଗୀର:ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ବଲାଙ୍ଗୀର ଭୂତଳ ଜଳ ବିଭାଗ ଡେପୁଟି ଡାଇରେକ୍ଟର 40 ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଏହି ମାମଲାରେ ଜିଓଲୋଜିଷ୍ଟ ଅସୀମ ଅଂଶୁମାନ ନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ ।

Geologist In Vigilance Net (ETV Bharat Odisha)

ଜିଓଲୋଜିଷ୍ଟଙ୍କ ନାଁରେ କ'ଣ ରହିଥିଲା ଅଭିଯୋଗ ?
ବଲାଙ୍ଗୀରର ଜଣେ ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ ଭିଜିଲାନ୍ସ ତାଙ୍କୁ ଲାଞ୍ଚ ଟଙ୍କା ସହ ଗିରଫ କରିଛି । ଅଭିଯୋଗ ଅନୁସାରେ, ନିଜ ଘର ଛାତ ଉପର ବର୍ଷା ଜଳ ସଂରକ୍ଷଣ ପାଇଁ ଥିବା ଓଡ଼ିଶା ସରକାରଙ୍କ ଛାତ ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିଥିଲେ ବଲାଙ୍ଗୀରର ଏସ ହୋତା ନାମକ ଜଣେ ବ୍ୟକ୍ତି । ସେ ନିଜ ଘରେ ଏହାର ନିର୍ମାଣ ପାଇଁ ବଲାଙ୍ଗୀର ଭୂତଳ ଜଳ ବିଭାଗରେ ଆବେଦନ କରିଥିଲେ । ଏହି ଯୋଜନା ଅଧୀନରେ ମାଗଣାରେ ସରକାର ସବୁ ବ୍ୟବସ୍ଥା ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ହେଲେ ସମ୍ପୃକ୍ତ ବିଭାଗର ଡେପୁଟି ଡାଇରେକ୍ଟର ଅସୀମ ଅଂଶୁମାନ ନାୟକ ତାଙ୍କୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।

ମୋଟା ଅଙ୍କର ଟଙ୍କା ମାଗିଥିଲେ ଅସୀମ ଅଂଶୁମାନ:

ଫାଇଲ ପ୍ରୋସେସ ନାଁରେ ଆବେଦନକାରୀଙ୍କଠାରୁ ଅସୀମ ଅଂଶୁମାନ ଦଶ ହଜାର ଟଙ୍କା ଲାଞ୍ଚ ମାଗିଥିବା ନେଇ ଅଭିଯୋଗ ହୋଇଥିଲା । ସେହିପରି କାମ ବାବଦକୁ ଓ ଯୋଜନାରେ ମିଳୁଥିବା ସୁବିଧା ଯୋଗାଇ ଦେବାକୁ ସେ ଆହୁରି 40 ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଅଭିଯୋଗକାରୀ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଆଜି ସମ୍ପୃକ୍ତ ଅଧିକାରୀ ୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ରେଡ୍ ହେଣ୍ଡେଡ ଗିରଫ କରିଛି ।

ଏହା ବି ପଢନ୍ତୁ...ପୂର୍ବତନ ମୁଖ୍ୟଯନ୍ତ୍ରୀଙ୍କ ଘରୁ ମିଳିଲା ପୁଳା ପୁଳା ସୁନା, ତାରା ପ୍ରସାଦ ମିଶ୍ରଙ୍କୁ ବାନ୍ଧିଲା ଭିଜିଲାନ୍ସ - Ex chief engineer Vigilance scanner

ବିଭିନ୍ନ ସ୍ଥାନରେ ରେଡ୍:

ବଲାଙ୍ଗୀର ସ୍ଥିତ କାର୍ଯ୍ୟାଳୟ, ସରକାରୀ ବାସଭବନ ସହିତ ଏକକାଳୀନ ୩ ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ଚଢାଉ କରିଛି। ସୂଚନା ଅନୁସାରେ, ବିଗତ ଦୁଇ ମାସ ମଧ୍ୟରେ ବଲାଙ୍ଗୀର ଜିଲ୍ଲାର ୩ଜଣ ସରକାରୀ ଅଧିକାରୀ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଯେଉଁଥିରେ ବଲାଙ୍ଗୀର ଚିଫ୍ ସିଏସଓ, ଲୋୟର ସୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଓ ବଲାଙ୍ଗୀର ନିବାସୀ ଅବକାରୀ କମିଶନର ରାମ ଚନ୍ଦ୍ର ମିଶ୍ର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ତେବେ ଦୁର୍ନୀତି ଖୋର୍ ଅଧିକାରୀଙ୍କ ବିରୋଧରେ ନିଆଯାଉଛି ଦୃଢ କାର୍ଯ୍ୟାନୁଷ୍ଠାନ ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Aug 14, 2024, 7:27 PM IST

ABOUT THE AUTHOR

...view details