ଓଡିଶା

odisha

ETV Bharat / state

କନ୍ଦାଉଛି ରସୁଣ ଦର, କିଲୋ ପିଛା 500 ପାର - Bhubaneswar News

Garlic Price Hike: ବାହାର ରାଜ୍ୟରୁ ଆମଦାନୀ ହେଉନାହିଁ ରସୁଣ । ଆକାଶ ଛୁଆଁ ରସୁଣ ଦର । ଏହି ବର୍ଦ୍ଧିତ ଦରକୁ ଚିନ୍ତାରେ ଖାଉଟି ଏବଂ ବ୍ୟବସାୟୀ । ଏକ ମାସେ ଭିତରେ ମଧ୍ୟପ୍ରଦେଶ ଏବଂ ଇନ୍ଦୋରରୁ ନୂଆ ରସୁଣ ଆସିଲେ ସମସ୍ୟାର ସମାଧାନ ହେବ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ

କନ୍ଦାଉଛି ରସୁଣ ଦର , କିଲୋ ପିଛା ଟପିଲାଣି ପାଞ୍ଚ ଶହ
କନ୍ଦାଉଛି ରସୁଣ ଦର , କିଲୋ ପିଛା ଟପିଲାଣି ପାଞ୍ଚ ଶହ

By ETV Bharat Odisha Team

Published : Feb 3, 2024, 3:43 PM IST

କନ୍ଦାଉଛି ରସୁଣ ଦର , କିଲୋ ପିଛା ଟପିଲାଣି ପାଞ୍ଚ ଶହ

ଭୁବନେଶ୍ବର:ରାଜ୍ୟରେ ଆକାଶ ଛୁଆଁ ରସୁଣ ଦର । କିଲୋ ପିଛା ଦର ୫ଶହ ଟଙ୍କା ଛୁଇଁଲାଣି । ଏହି ଚଢା ଦରକୁ ନେଇ ଚିନ୍ତାରେ ଖାଉଟି । ରୋଷେଇ ଶାଳାରୁ ରସୁଣ ଉଭାନ ହୋଇଛି । ରସୁଣ ବିନା ରୋଷେଇ କରିବାକୁ ପଡୁଥିବାବେଳେ କମିଛି ରସୁଣ ଚାହିଦା । ରସୁଣର ବର୍ଦ୍ଧିତ ଦରକୁ ନେଇ ବ୍ୟବସାୟ ବି ଆଗଭଳି ହେଉନଥିବା ଡଣାପଡ଼ିଛି । ଏଭଳି ରସୁଣ ସଙ୍କଟକୁ ନେଇ ଚିନ୍ତାରେ ଖାଉଟି ଏବଂ ବ୍ୟବସାୟୀ । ତେବେ ବାହାର ରାଜ୍ୟରୁ ସରୁଣ ଆମଦାନୀ ହେଉନଥିବାବେଳେ ଏହାର ଦର ବୃଦ୍ଧି ହୋଇଥିବା ଜଣାପଡ଼ିଛି ।

ବର୍ତ୍ତମାନ ମଧ୍ୟବିତ୍ତ ଶ୍ରେଣୀ ଓ ଗରିବ ଶ୍ରେଣୀର ଲୋକଙ୍କ ପକେଟକୁ ବାଧୁଛି ଏହି ଉଚ୍ଚଦର । ଦୀର୍ଘ ଦୁଇ ମାସ ହେବ ରସୁଣ ଦର ଉପର ମୁହାଁ ହୋଇ ରହିଥିବାବେଳେ ଗତ ପାଞ୍ଚ ଦିନ ହେବ ଦର ୫ ଶହ ଟଙ୍କାରେ ପହଞ୍ଚିଛି । ତେବେ ରସୁଣର ବିଶେଷ ଆମଦାନୀ ନାହିଁ । ତେଣୁ ବଜାରରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କହିଛନ୍ତି ବ୍ୟବସାୟୀ । ଏହି ବର୍ଦ୍ଧିତ ଦର ଯୋଗୁଁ ଖାଉଟି ଓ ଖୁଚୁରା ବ୍ୟବସାୟୀମାନେ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି । ଗୋଟିଏ ସମୟରେ ଖାଉଟି କିଲୋ କିଲୋ ପରିମାଣର ରସୁଣ କିଣୁଥିବାବେଳେ ବର୍ତ୍ତମାନ ୨୫୦ରୁ ୧୦୦ ଗ୍ରାମ ରସୁଣ ନେଇ ଫେରୁଛନ୍ତି । ଫଳରେ ବ୍ୟବସାୟରେ ମାନ୍ଦା ପରିସ୍ଥିତି ସୃଷ୍ଟି ହେଉଛି ।

ରୋଷେଇ ଶାଳରେ ରସୁଣର ମଜା ହିଁ ଅଲଗା । ଏହା ଖାଦ୍ୟକୁ ସୁଆଦିଆ କରୁଥିବାବେଳେ ଅନେକ ରୋଗର ପ୍ରତିଷୋଧକ ଭାବେ ବ୍ୟବହାର କରାଯାଏ । ତେଣୁ ପ୍ରତିଟି ଗୃହିଣୀଙ୍କ ପରିବା ତାଲିକାରେ ଅଳୁ, ପିଆଜ ପରି ରସୁଣ ବି ରହିଥାଏ । ହେଲେ ସାମ୍ପ୍ରତିକ ସ୍ଥିତିରେ ସେହି ରସୁଣରେ ଦର ବୃଦ୍ଧି ହୋଇ କେଜି ପିଛା ୨୦୦ରୁ ୫୦୦ରେ ଛୁଇଁଛି ।


ଏହା ମଧ୍ୟ ପଢନ୍ତୁ ......ବଜେଟ ପୂର୍ବରୁ ମହଙ୍ଗା ମାଡ, ବଢିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର

ସେପଟେ ରସୁଣରେ ଦର ବୃଦ୍ଧିକୁ ନେଇ କୁବେରପୁରୀ ବ୍ୟବସାୟ ସଂଘ ଆଇଗେଣିଆ ସମ୍ପାଦକ ଶକ୍ତି ଶଙ୍କର ମିଶ୍ର କହିଛନ୍ତି," ଦୀର୍ଘ ଦେଢ଼ ମାସ ହେଲା ରସୁଣରେ ଅହେତୁକ ଦର ବୃଦ୍ଧି ହୋଇଛି । ଗୁଜୁରାଟରୁ ରସୁଣ ସରିଯିବାରୁ ପୁରା ଭାରତ ବର୍ଷରେ ରସୁଣ ସଙ୍କଟ ଦେଖାଦେଇଛି । ନୂଆ ରସୁଣ ପାଇଁ ଆପେକ୍ଷା ରହିଛି । ମଧ୍ୟପ୍ରଦେଶ ଓ ଇନ୍ଦୋରରୁ ପୁଣି ନୂଆ ରସୁଣ ଆସିଲେ ପୁଣି ଦର କମିବ । ଆଉ ମାସେ ଭିତରେ ଏହି ସମସ୍ୟାର ସମାଧାନ ହୋଇଯିବ । "


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details