ଭୁବନେଶ୍ବର:ରାଜଧାନୀରେ ଆଣ୍ଠେଇଲେ ଗାଁ ସାଥି । 2 ଦଫା ଦାବି ନେଇ ଆମରଣ ଅନଶନରେ ବସିଥିବା ଗାଁ ସାଥି ଅଭିନବ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆଣ୍ଠେଇ ଆଣ୍ଠେଇ ଚାଲିଚାଲି ଆସି ଲୋୟର ପିଏମଜିରେ ଧାରଣା ଦେଇ ହାତଯୋଡ଼ି ସେମାନଙ୍କର ଦାବି ପୁରଣ ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ତେବେ ମାର୍ଚ୍ଚ ୧୦ରୁ ଗାଁ ସାଥିମାନେ ଆମରଣ ଅନଶନରେ ବସିଥିବା ବେଳେ ଆଜି ଏଭଳି ଅଭିନବ ଉପାୟରେ ଗାନ୍ଧୀମାର୍ଗରେ ପ୍ରତିବାଦ କରିଛନ୍ତି ।
ଏହି ଆନ୍ଦୋଳନରେ ସମସ୍ତ ଜିଲ୍ଲାର ଗାଁସାଥୀମାନେ ଏକାଠି ହୋଇ ଏଭଳି ଧାରଣା ଦେଇଥିବା ବେଳେ କାନ୍ଦି କାନ୍ଦି ଆଖିର ଲୁହରେ ଭିଜି ସରକାରଙ୍କୁ ଦାବି ପୁରଣ ପାଇଁ ଅନୁରୋଧ କରିଛନ୍ତି । କାରଣ ଗତ କିଛିଦିନ ହେବ ଆନ୍ଦୋଳନରତ ବିଭିନ୍ନ ବିଭାଗ ଦୀର୍ଘଦିନରୁ ପ୍ରସ୍ତାବିତ ବିଭିନ୍ନ ଦାବି ସହ ଭାତ ବି ବୃଦ୍ଧି କରୁଥିବା ଦେଖିବାକୁ ମିଳିଛି । ହେଲେ ଏମାନେ ୨୦୦୮ରୁ ଅନ୍ଦୋଳନ କରୁଥିଲେ ମଧ୍ୟ ରାଜ୍ୟ ସରକାର ଏମାନଙ୍କ ପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ।
ମହଙ୍ଗା ଯୁଗରେ ନିଜର ପରିବାର ପ୍ରତିପୋଷଣ କରିବା ପାଇଁ ସର୍ବନିମ୍ନ ମାସିକ ୧୦ ହଜାରରୁ ଉର୍ଦ୍ଧ୍ବ ଅର୍ଥରାଶି ପ୍ରଦାନ କରିବା ପାଇଁ ଦାବି କରୁଛନ୍ତି । ହେଲେ ୧୫ ବର୍ଷରୁ ଅଧିକ ସମୟ ହେବ ଗାଁ ସାଥିମାନେ ଏହି ଦାବିକୁ ନେଇ ଅନେକ ଧାରଣା,ଆନ୍ଦୋଳନ, ବିକ୍ଷୋଭ ଇତ୍ୟାଦି କରିଆସୁଛନ୍ତି । କିନ୍ତୁ ଏମାନଙ୍କର ଦରମା ବୃଦ୍ଧି ହୋଇନାହିଁ କି ,ଏମାନଙ୍କ ଦାବିକୁ ସରକାର ଶୁଣୁନାହାନ୍ତି ।ଦୀର୍ଘ ବର୍ଷ ହେବ ଗାଁ ସାଥି ସରକାରଙ୍କ ବିଭିନ୍ନ ଯୋଜନାରେ କାମ କରିଆସୁଥିଲେ ମଧ୍ୟ ସେମାନଙ୍କୁ ସରକାର ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି ।