ବ୍ରହ୍ମପୁର: କାଠରେ ନିର୍ମିତ ହନୁମାନ ଚାଳିଶା ପୁସ୍ତକ ଅଯୋଧ୍ୟା ରାମମନ୍ଦିର ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ପ୍ରଦାନ କରି ଚର୍ଚ୍ଚାରେ ଗଞ୍ଜାମର ଯୁବଶିଳ୍ପୀ ଅରୁଣ ସାହୁ । ସେ ଅଯୋଧ୍ୟା ରାମ ମନ୍ଦିର ବୁଲିବାକୁ ଯାଇଥିବା ବେଳେ ହିନ୍ଦୀ ଭାଷାରେ ଲିଖିତ ହନୁମାନ ଚାଳିଶା ପୁସ୍ତକ ସହିତ ହନୁମାନ ଚାଳିଶ ପାଠ କରିବା ଭଳି କାଠରେ ନିର୍ମିତ ବୋର୍ଡକୁ ରାମଜନ୍ମ ଭୂମିର ଟ୍ରଷ୍ଟକୁ ପ୍ରଦାନ କରିଥିଲେ । ଅରୁଣ ସାହୁଙ୍କ ଘର ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଲକ କଣ୍ଟେଇକୋଳି ଗ୍ରାମରେ ।
ଏହା ମଧ୍ୟ ପଢନ୍ତୁ-ବାଲୁକାରେ ରାଷ୍ଟ୍ରପତିଙ୍କ ପ୍ରତିଛବି, ମହାମହିମଙ୍କୁ ପ୍ରଦାନ କଲେ ବାଲୁକାଶିଳ୍ପୀ
ଗୁରୁବାର ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିର ବୁଲିବାକୁ ୟାଇଥିଲେ ଅରୁଣ ସାହୁ । ଏହି ସମୟରେ ସେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସାକ୍ଷାତ କରିଥିଲେ । ଗ୍ରାମରୁ ସାଙ୍ଗରେ ନେଇଥିବା କାଠରେ ପ୍ରସ୍ତୁତ ଯୋଗୀଙ୍କର ଫଟୋ ସହିତ ହିନ୍ଦୀ ଭାଷାରେ ଲିଖିତ ହନୁମାନ ଚାଳିଶା ପୁସ୍ତକ ଟିକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିଥିଲେ । ଏହାକୁ ଦେଖି ଯୋଗୀ ଆଦିତ୍ୟନାଥ ବେଶ ଖୁସି ପ୍ରକାଶ କରିଥିଲେ । ରାମ ମନ୍ଦିର ବୁଲିବା ପରେ ଅରୁଣ ମନ୍ଦିର ଟ୍ରଷ୍ଟକୁ କାଠରେ ନିର୍ମିତ ହନୁମାନ ଚାଳିଶା ଲିଖିତ ବୋର୍ଡ ମଧ୍ୟ ପ୍ରଦାନ କରିଥିଲେ ।