ଓଡିଶା

odisha

By ETV Bharat Odisha Team

Published : Feb 1, 2024, 3:57 PM IST

ETV Bharat / state

ମଧ୍ୟବିତ୍ତଙ୍କଠୁ କିପରି ଶୋଷି ହେବ ସେ ବ୍ୟବସ୍ଥା ହୋଇଛି: ପଞ୍ଚାନନ କାନୁନଗୋ

Panchanan Kanungo on Interim Budget 2024: ଅନ୍ତରୀଣ ବଜେଟ 2024 ଉପସ୍ଥାପନ ହେବା ପରେ ପ୍ରତିକ୍ରିୟା ରଖିଲେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ । କହିଲେ ମଧ୍ୟବିତ୍ତଙ୍କଠୁ କିପରି ଶୋଷି ହେବ ସେ ବ୍ୟବସ୍ଥା ମଧ୍ୟ ହୋଇଛି । ଅଧିକ ପଢନ୍ତୁ

Interim Budget 2024
Interim Budget 2024

ମଧ୍ୟବିତ୍ତଙ୍କଠୁ କିପରି ଶୋଷି ହେବ ସେ ବ୍ୟବସ୍ଥା ମଧ୍ୟ ହୋଇଛି: ପଞ୍ଚାନନ କାନୁନଗୋ

ଭୁବନେଶ୍ବର: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି (ଗୁରୁବାର) ଅନ୍ତରୀଣ ବଜେଟ 2024 ଉପସ୍ଥାପନ କରିଛନ୍ତି । ଏହା ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ବଜେଟ । ଏହି ବଜେଟରେ ଅନେକ ଦିଗ ଉପରେ ସରକାର ଗୁରୁତ୍ୱ ଦେଇଥିବା ବେଳେ ବିଶେଷ କରି ସବକା ବିକାଶ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି । ଏହା ଉପରେ ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଓ ଅର୍ଥନୀତି ବିଶାରଦ ପ୍ରଭାସ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି ।

ଏ ନେଇ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି, "ମୋଦି ସରକାରଙ୍କ ଯେଉଁ ଚରିତ୍ର ଗୋଟିଏ ପଟେ ସବକା ସାଥ ସବକା ବିକାଶ କହିବା ଅନ୍ୟପକ୍ଷରେ ଗୋଟିଏ ବର୍ଗର ବିକାଶ ହେବ, ଅନ୍ୟ ଗୋଟିଏ ବର୍ଗକୁ ଦାରିଦ୍ର୍ୟ ଭିତରକୁ ଠେଲି ଦିଆଯିବ । ଗତ 9 ବର୍ଷ ଧରି ଏହା ଚାଲିଆସିଛି । ଯାହାର ବଜେଟରେ ମଧ୍ୟ ପ୍ରତିଫଳନ ଦେଖିବାକୁ ମିଳିଛି । ମଧ୍ୟବିତ୍ତ ପରିବାରର ସବୁଠୁ ବଡ ବ୍ୟବସ୍ଥା ହେଉଛି ଦରଦାମ ବୃଦ୍ଧି ନ ହେବ । ଆୟ କିପରି ସଙ୍କୁଚିତ ହେବ ନାହିଁ । ଇନକମ ଟାକ୍ସ ପେଇମାନଙ୍କର ସମସ୍ତ ଇନକମରେ ଟାକ୍ସରେ କୌଣଶି ରିହାତି ନାହିଁ । କର୍ପୋରେଟ ସେକ୍ଟରର 25 ପ୍ରତିଶତରୁ ରିହାତି 20 ପ୍ରତିଶତକୁ ଆସିଛି ।"

ସେ ଆହୁରି କହିଛନ୍ତି, "ଲକ୍ଷପତି ଦିଦି ମାନଙ୍କୁ ବିକାଶ ପାଇଁ କୁହାଯାଇଛି । ସେମାନଙ୍କ ଠାରୁ ଟଙ୍କା କିପରି ଶୋଷି ହେବ ସେ ବ୍ୟବସ୍ଥା ମଧ୍ୟ କରାଯାଇଛି । ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି ଏ ସରକାର । ଫିଜିକାଲ ଡେଫିସିଟି ଯାହାକୁ 3.5ରେ ରଖିବା କଥା ଏବର୍ଷ 5 ପ୍ରତିଶତ ତଳକୁ ଖସିଲା ନାହିଁ । ଆସନ୍ତାବର୍ଷ କହିଛନ୍ତି 4.3 ରହିବ । ମୋର ଯାହା ଆକଳନ ଏହା 5 ପ୍ରତିଶତ ଉପରେ ରହିବ । ଯାହାକି ଇନଫ୍ଲାସନ ବୃଦ୍ଧି କରିବାରେ ସାହାଯ୍ୟ କରିବ ।"

ଏହା ବି ପଢନ୍ତୁ- ବଜେଟ ୨୦୨୪: ଟିକସ ବ୍ୟବସ୍ଥା ଅପରିବର୍ତ୍ତିତ, ପ୍ରମୁଖ ପର୍ଯ୍ୟଟନସ୍ଥଳ ହେବ ଲାକ୍ଷାଦ୍ୱୀପ

ଏପଟେ ଅର୍ଥନୀତି ବିଶାରଦ ପ୍ରଭାସ ମିଶ୍ର କହିଛନ୍ତି, "ଯେହେତୁ ଅନ୍ତରୀଣ ବଜେଟରେ କିଛି ନୂଆ ପ୍ରପୋଜାଲ ଘୋଷଣା କରିବାର କିଛି ନାହିଁ କାରଣ ଏହା ଅନ୍ତରିଣ ବଜେଟ । ନୂଆ ଆଲୋକେସନ କିଛି କରିପାରିବେ ନାହିଁ । ବଡ କଥା ହେଲା ଟାକ୍ସ ସ୍ଲାବରେ କିଛି ପରିବର୍ତ୍ତନ ହୋଇନାହିଁ । ମଧ୍ୟବିତ୍ତଙ୍କ ପାଇଁ କିଛି ନୂଆ ଆଶା ରହିଲା ନାହିଁ । ବଜେଟ ଭାଷଣରେ ସେ ଅନେକ ଗୁଡିଏ ନୀତିଗତ ସ୍ତରରେ କହିଛନ୍ତି ଯେ ଆମେ ଆଗକୁ କରିବୁ । ମଧ୍ୟବିତ୍ତମାନଙ୍କୁ ଆୟୁଷ୍ମାନ ଭାରତରେ ଇନକ୍ଲୁଡ କରିବେ ବୋଲି କହିଛନ୍ତି । ନୂଆ ଏୟାରପୋର୍ଟ, ନୂଆ ରେଲଓ୍ବେ ଷ୍ଟେସନ, ନୂଆ ମେଡିକାଲ କଲେଜ କରିବାକୁ ପ୍ଲାନ କରିଛନ୍ତି । କେତେ ବଜେଟ ଆଲୋକେସନ କଲେ ତାହା କହିନାହାନ୍ତି । ସେଥିପାଇଁ ଜୁଲାଇ ମାସ ଯାଏ ଅପେକ୍ଷା କରିବାକୁ ପଡିବ । ନୂଆ ସରକାର ଆସିଲେ କରିବେ । ଜୁଲାଇରେ ଆୟକର ସୀମାରେ ପରିବର୍ତ୍ତନ ଆଶା କରାଯାଇପାରେ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details