ଓଡିଶା

odisha

ETV Bharat / state

ଯାଜପୁରରେ ଫସଲ କ୍ଷୟକ୍ଷତିର ସମୀକ୍ଷା କଲେ ଯୋଗାଣ ମନ୍ତ୍ରୀ - JAJPUR RAIN AFFECTED AREA

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି ଖାଦ୍ୟ ଯୋଗାଣ ମନ୍ତ୍ରୀ ଯାଜପୁର ଗସ୍ତ କରି କ୍ଷେତ ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା କରିଛନ୍ତି

Jajpur affected area
Jajpur affected area (ETV Bharat Odisha)

By ETV Bharat Odisha Team

Published : Dec 29, 2024, 10:10 PM IST

ଯାଜପୁର:ଅଦିନିଆ ଲଘୁଚାପ ବର୍ଷାରେ ପ୍ରଭାବିତ ହୋଇଛନ୍ତି ଚାଷୀକୂଳ । ଯାଜପୁରରେ ମଧ୍ୟ ବର୍ଷାରେ କ୍ଷତିଗ୍ରସ୍ତ ହୋଇଛନ୍ତି ଚାଷୀ । ଆଜି (ରବିବାର) ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯାଜପୁର ଓ କେନ୍ଦ୍ରାପଡା ଗସ୍ତ କରି ଚାଷୀମାନଙ୍କ ସହ ଆଲୋଚନା କରିବା ସହ କ୍ଷେତ ବୁଲି ଧାନ ଅବସ୍ଥା ଦେଖିଛନ୍ତି । ଖୁବଶୀଘ୍ର କ୍ଷତିପୂରଣ ରାଶି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

କେନ୍ଦ୍ରାପଡ଼ା ଏବଂ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଷଜମିକୁ ଯାଇ ସ୍ଥିତି ପରିଖିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କେନ୍ଦ୍ରାପଡ଼ା ଜିଲ୍ଲା ପରେ ସିଧା ଯାଜପୁରରେ ପହଞ୍ଚିଥିଲେ । ଯାଜପୁର ଜିଲ୍ଲାର ବିଞ୍ଝାରପୁରର କପିଳା ପଞ୍ଚାୟତ ଏବଂ ଦଶରଥପୁର ବ୍ଲକର ବିରଜାପୁର ପଞ୍ଚାୟତ ଆଦି ଗସ୍ତ କରି ଅଦିନିଆ ବର୍ଷାରେ ଧାନ ଗଜା ହୋଇଥିବା ଚାଷଜମି ଗୁଡ଼ିକ ବୁଲି ଦେଖିଥିଲେ ଓ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ । ଚାଷୀମାନେ ମଧ୍ୟ ସେମାନଙ୍କ ଗଜା ହୋଇଯାଇଥିବା ଧାନ ଆଣି ମନ୍ତ୍ରୀଙ୍କୁ ଦେଖାଇଥିଲେ ।

Jajpur affected area (ETV Bharat Odisha)

ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଯାଜପୁର ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀ, ଜିଲ୍ଲା କୃଷି ଉପ ନିର୍ଦ୍ଦେଶକଙ୍କ ସମେତ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ । ବିଞ୍ଝାରପୁର ଅଞ୍ଚଳର ବିଜେପି ନେତ୍ରୀ ବବିତା ମଲ୍ଲିକ ମନ୍ତ୍ରୀଙ୍କୁ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲାଇ ଦେଖାଇଥିଲେ । ଯାଜପୁରରେ ସର୍କିଟ ହାଉସରେ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି," ଆସନ୍ତାକାଲି 30ତାରିଖ ମଧ୍ୟରେ ସର୍ଭେ ଶେଷ ହେବାକୁ ଥିବା ବେଳେ ଆସନ୍ତା ଜାନୁଆରୀ 30 ତାରିଖ ସୁଦ୍ଧା ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆକଳନ ଅନୁଯାୟୀ କ୍ଷତିପୂରଣ ଦିଆଯିବ । ଏଥିରୁ କେହି ବି ଜଣେ ଚାଷୀ ବାଦ ପଡ଼ିବେ ନାହିଁ ।"

ଏହାମଧ୍ୟ ପଢନ୍ତୁ...

ଗ୍ରାଉଣ୍ଡ ଜିରୋରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନୟାଗଡ ଓ ଗଜପତିରେ ପରଖିଲେ ଫସଲ କ୍ଷୟକ୍ଷତି

ବର୍ଷା କ୍ଷତିଗ୍ରସ୍ତ ଚାଷ ଜମି ବୁଲିଲେ ମନ୍ତ୍ରୀ, ପ୍ରଶାସନର କ୍ଷୟକ୍ଷତି ରିପୋର୍ଟକୁ ଅସ୍ବୀକାର କଲା ବିଜେଡି

କ୍ଷେତ ବୁଲି ଫସଲ କ୍ଷୟକ୍ଷତି ଅନୁଧ୍ୟାନ କଲେ ଉପ-ମୁଖ୍ୟମନ୍ତ୍ରୀ

ବର୍ଷାଜନିତ କ୍ଷୟକ୍ଷତି ଆକଳନ ପାଇଁ ଖୋଦ ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ୫ ଜଣ ବିଭାଗୀୟ ମନ୍ତ୍ରୀ ବର୍ଷା ପ୍ରଭାବିତ ୧୦ ଜିଲ୍ଲାକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଗଞ୍ଜାମ, ଗଜପତି ଓ ନୟାଗଡ ଗସ୍ତ କରିଥିବା ବେଳେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କଟକ ଓ ଜଗତସିଂହପୁର ଗସ୍ତ କରିଥିଲେ । ସେହିଭଳି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭଦ୍ରକ ଓ ବାଲେଶ୍ୱର ଏବଂ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କେନ୍ଦ୍ରାପଡ଼ା ଓ ଯାଜପୁର ଯାଇଛନ୍ତି । ସେହିପରି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଖୋର୍ଦ୍ଧା ଗସ୍ତ କରିଛନ୍ତି ।
ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details