ଓଡିଶା

odisha

ETV Bharat / state

ବର୍ଷା କ୍ଷତିଗ୍ରସ୍ତ ଚାଷ ଜମି ବୁଲିଲେ ମନ୍ତ୍ରୀ, ପ୍ରଶାସନର କ୍ଷୟକ୍ଷତି ରିପୋର୍ଟକୁ ଅସ୍ବୀକାର କଲା ବିଜେଡି - KENDRAPARA CROP DAMAGE DUE TO RAIN

କେନ୍ଦ୍ରାପଡାରେ ବର୍ଷା କ୍ଷତିଗ୍ରସ୍ତ ଚାଷ ଜମି ବୁଲି ଦେଖିବା ସହ ସମୀକ୍ଷା କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ସେପଟେ ରିପୋର୍ଟ ଅକାର୍ଯ୍ୟ କରିଛନ୍ତି ବିଜେଡି ବିଧାୟକ ଗଣେଶ୍ୱର

Food Supply Minister visited Kendrapara
Food Supply Minister visited Kendrapara (ETV Bharat Odisha)

By ETV Bharat Odisha Team

Published : Dec 29, 2024, 7:17 PM IST

କେନ୍ଦ୍ରାପଡା: ଅଦିନିଆ ଲଗାଣ ବର୍ଷାରେ ଚାଷ କ୍ଷତିଗ୍ରସ୍ତ ଜିଲ୍ଲାଗୁଡିକୁ ଗସ୍ତ ଜାରି ରଖିଛନ୍ତି ମୋହନ ସରକାରର ବିଭିନ୍ନ ମନ୍ତ୍ରୀ । ଏହିକ୍ରମରେ ଆଜି (ରବିବାର) ମଧ୍ୟାହ୍ନରେ କେନ୍ଦ୍ରାପଡାରେ ପହଞ୍ଚିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ତାଙ୍କ ସହ ସ୍ଥାନୀୟ ବିଧାୟକ ଗଣେଶ୍ୱର ବେହେରା ମଧ୍ୟ କ୍ଷତିଗ୍ରସ୍ତ ଚାଷ ଜମିଗୁଡିକ ପରିଦର୍ଶନ କରିବା ସହ ଚାଷୀଙ୍କ ସହ ଆଲୋଚନା କରି ସ୍ଥିତି ସମୀକ୍ଷା କରିଛନ୍ତି ।

  • ଚାଷ ଜମି ଦେଖିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ସମେତ ଉପ-ମୁଖ୍ୟମନ୍ତ୍ରୀ ଓ ଅନ୍ୟ ବିଭାଗୀୟ ମନ୍ତ୍ରୀମାନେ ଲଗାଣ ବର୍ଷାରେ ଚାଷ କ୍ଷତିଗ୍ରସ୍ତ ଜିଲ୍ଲାଗୁଡିଙ୍କୁ ଗସ୍ତ କରିଛନ୍ତି । ଆଜି କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରିି ବର୍ଷା କ୍ଷତିଗ୍ରସ୍ତ ଚାଷଜମି ଦେଖିବା ସହ ଜିଲ୍ଲା ପ୍ରଶାସନ, ବିଧାୟକ, କୃଷି ବିଭାଗ ସହ ସର୍କିଟ ହାଉସରେ ସମୀକ୍ଷା କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ତେବେ ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରଦାନ କରାଯାଇଥିବା କ୍ଷୟକ୍ଷତି ରିପୋର୍ଟକୁ ବିଜେଡି ପକ୍ଷରୁ ନାକଚ କରିଛନ୍ତି କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ।

Food Supply Minister visited Kendrapara (ETV Bharat Odisha)
  • ଶତ ପ୍ରତିଶତ ନଷ୍ଟ ହୋଇଛି :- ଗଣେଶ୍ବର

କେନ୍ଦ୍ରାପଡା ବିଧାୟକ ଗଣେଶ୍ବର କହିଛନ୍ତି," ଅଦିନିଆ ବର୍ଷା ଚାଷୀକୁଳର ପ୍ରଭୂତ କ୍ଷତି କରିଛି ଏବଂ ଆମ ଜିଲ୍ଲାର ସମସ୍ତ ବ୍ଲକରେ ମଧ୍ୟ ବ୍ୟାପକ ଭାବରେ ଧାନ ଫସଲ କ୍ଷତି ହୋଇଛି । ବିଶେଷକରି ଯେଉଁ ଚାଷୀମାନେ ଧାନ କାଟି ଦେଇଥିଲେ, ବିଲରେ ଥିଲା, ଖଳାକୁ ଆସିନଥିଲା, ସେଗୁଡିକ ଗଜା ହୋଇଯାଇଛି । ୧୦୦ରୁ ୧୦୦ ନଷ୍ଟ ହୋଇଛି । ଯେଉଁ ଧାନ ଶୋଇ ଯାଇଥିଲା, କଟା ହୋଇଥାନ୍ତା ସେ ମଧ୍ୟ ଅନେକ ଜାଗାରେ ପାଣି ଯୋଗୁଁ ଗଜା ହୋଇ କ୍ଷତି ହୋଇଛି । ଯେଉଁ ଧାନ ଶୋଇ ନାହିଁ ଛିଡା ଅବସ୍ଥାରେ କ୍ଷେତରେ ଅଛି, ସେଗୁଡିକ ଆଂଶିକ କ୍ଷତି ହୋଇଛି । ଆଉ ଏହା ହେଉଛି ବାସ୍ତବ । ମୁଁ ପୂର୍ବରୁ ଉପ-ମୁଖ୍ୟମନ୍ତ୍ରୀଙ୍କୁ ଏସମ୍ପର୍କରେ ଅବଗତ କରିଥିଲି । ଗତକାଲି ରିଲିଫ କମିଶନରଙ୍କୁ ଚିଠି ଲେଖି ତୁରନ୍ତ ଆକଳନ ପାଇଁ ଦାବି କରିଥିଲି । ଆଜି ମନ୍ତ୍ରୀ ଆସିଛନ୍ତି, ଆମେ ତାଙ୍କୁ ଜିଲ୍ଲା ତରଫରୁ ସ୍ୱାଗତ କରିଛୁ । ସେ ପ୍ରଥମେ ଜମଧର ପଞ୍ଚାୟତରେ କେତେକ କ୍ଷତିଗ୍ରସ୍ତ ବିଲ ଦେଖିଛନ୍ତି ।"

Food Supply Minister visited Kendrapara (ETV Bharat Odisha)
  • ରିପୋର୍ଟକୁ ଅସ୍ବୀକାର କଲେ କେନ୍ଦ୍ରାପଡା ବିଧାୟକ

ବିଧାୟକ ଗଣେଶ୍ୱର ବେହେରା ଆଉ ମଧ୍ୟ କହିଛନ୍ତି," ଆମର ତିନୋଟି ଦାବି ରହିଛି ସେଗୁଡିକ ହେଲା- ଏହା ସତ୍ୟ ଯେ ଫସଲ କ୍ଷତିଗ୍ରସ୍ତ ହୋଇଛି ତେଣୁ ଏହାର ଆକଳନ କରାଯାଉ, ୩୦ ତାରିଖ ଘୋଷଣା କରାଯାଇଛି ଏହାକୁ କରାଯାଉ, ସଠିକ ଆକଳନ କରାଯାଉ । ଦ୍ଵିତୀୟ କଥା ହେଲା-ଯେଉଁମାନେ ଇଂସ୍ୟୁରାନ୍ସ କରିଛନ୍ତି ବା କରିନଥାନ୍ତୁ ଚାଷୀର କ୍ଷତି ହୋଇଛି ତେଣୁ ଚାଷୀ ପାଉ । ଶେଷରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କ୍ଷତିପୂରଣ ଦିଆଯାଉ । ଆଜି ବିଭାଗ ପକ୍ଷରୁ ଏକ କ୍ଷତିଗ୍ରସ୍ତ ଅଞ୍ଚଳର ଏକ ତାଲିକା ଦିଆ ଯାଇଥିଲା, ସେହି ତାଲିକାକୁ ମୁଁ ଅକାର୍ଯ୍ୟ କରାଇଛି । ଉକ୍ତ ତାଲିକା ବା ତଦନ୍ତ ରିପୋର୍ଟରେ ଏତେ କମ କ୍ଷତି ଦେଖାଯାଇଛି ଏବଂ କ୍ଷତି ଅଞ୍ଚଳ ଦର୍ଶାଯାଇଛି ଯେ ତାହା ଆଦୌ ଗ୍ରହଣୀୟ ନୁହେଁ । ସଠିକ ଆକଳନ ହେଉ, ଚାଷୀଙ୍କୁ ଚିହ୍ନଟ କରି ଆସନ୍ତା ଦିନ ମାନଙ୍କରେ ସେମାନଙ୍କୁ କ୍ଷତିପୂରଣ ଦିଆଯାଉ । ଆମ ଜିଲ୍ଲାରେ ଦୁଇଜଣ ମୃତ ଚାଷୀଙ୍କ ଘଟଣାରେ ଆମର ଗୋଟିଏ ଦାବି ଏହାକୁ ତଦନ୍ତ କରାଯାଉ ଏବଂ ରିପୋର୍ଟ ଆଧାରରେ ଏହାକୁ କାର୍ଯ୍ୟକାରୀ କରାଯାଉ।"

ଅନ୍ୟପଟେ ଲଗାଣ ବର୍ଷାରେ ନିଜର ବର୍ଷକ ଫସଲ ହରାଇ ଜୀବନ ହରାଇଥିବା ଦୁଇ ଚାଷୀଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଦେବା ସହ ସେମାନଙ୍କ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରୀ ପ୍ରଦାନ ପାଇଁ ମନ୍ତ୍ରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛି ଜିଲ୍ଲା ଭୀମ ଆର୍ମି ।

  • ମୃତ ଚାଷୀଙ୍କ ପରିବରକୁ ଚାକିରି ଦିଅ: ଭୀମ ଆର୍ମି

କେନ୍ଦ୍ରାପଡା ଜିଲ୍ଲା ଭୀମ ଆର୍ମି ପକ୍ଷରୁ ଜିଲ୍ଲା ସଭାପତି ନଗେନ୍ଦ୍ର ଜେନାଙ୍କ ନେତୃତ୍ୱରେ ଏକ ୫ ଜଣିଆ ଟିମ୍‌ ଆଜି ସର୍କିଟ ହାଉସଠାରେ ମନ୍ତ୍ରୀଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ନଗେନ୍ଦ୍ର କହିଛନ୍ତି," ଆଜି ମନ୍ତ୍ରୀ କେନ୍ଦ୍ରାପଡା ଆସିଥିଲେ, ଆମେ ଦଳିତ ସଂଘ ତରଫରୁ ଡିମାଣ୍ଡ ରଖିଲୁ ଯେ ଯେଉଁ ଦୁଇଜଣ ଚାଷୀ ଆମ ଜିଲ୍ଲାରେ ପ୍ରାଣ ହରାଇଛନ୍ତି, ସେମାନଙ୍କ ପରିବାରକୁ ଅନୁକମ୍ପା ରାଶି ୫୦ ଲକ୍ଷରୁ ଉର୍ଦ୍ଧ୍ବ ଦିଆଯାଉ ଓ ତାଙ୍କ ପରିବାରର ଜଣଙ୍କୁ ସରକାରୀ ଚାକିରୀରେ ରଖାଯାଉ । ଯେଉଁ ଦୁଇଜଣ ଚାଷୀ ଦୈତାରୀ ଜେନା ଓ ଭାବଗ୍ରାହୀ ମଲିକ ମରିଛନ୍ତି, ଏଠାରେ ସରକାର ପାତର ଅନ୍ତର ନୀତି ନକରି କ୍ଷତିପୂରଣ ଦିଅନ୍ତୁ ନଚେତ ଆଗାମୀ ଦିନରେ ଭୀମ ଆର୍ମି ପକ୍ଷରୁ ଆନ୍ଦୋଳନ କରାଯିବ ।"

ଏହାମଧ୍ୟ ପଢନ୍ତୁ...

ଗ୍ରାଉଣ୍ଡ ଜିରୋରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନୟାଗଡ ଓ ଗଜପତିରେ ପରଖିଲେ ଫସଲ କ୍ଷୟକ୍ଷତି

କ୍ଷେତ ବୁଲି ଫସଲ କ୍ଷୟକ୍ଷତି ଅନୁଧ୍ୟାନ କଲେ ଉପ-ମୁଖ୍ୟମନ୍ତ୍ରୀ

ଫସଲ କ୍ଷୟକ୍ଷତି ପାଇଁ ପୁଣି ଗଲା ଚାଷୀଙ୍କ ଜୀବନ, SRCଙ୍କୁ ଚିଠି ଲେଖିଲେ ବିଧାୟକ

ସମୀକ୍ଷା ବୈଠକ ପରେ କଣ କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି," ମୁଁ ଆଜି କେନ୍ଦ୍ରାପଡା, ଯାଜପୁର ଦୁଇଟା ଜିଲ୍ଲା ବୁଲିବାକୁ ଆସିଛି । ବୁଲିକରି ଦେଖିଲିଣି ପ୍ରକୃତରେ ବହୁତ କ୍ଷୟକ୍ଷତି ହୋଇଛି, ଏହାର ସଠିକ ଆକଳନ କରି ରିପୋର୍ଟ ଦେବା ପାଇଁ ପ୍ରଶାସନକୁ କହିଛି । ସବୁ ଚାଷୀ ଯେଉଁ ଯେଉଁ ମାନଙ୍କର କ୍ଷତି ହୋଇଛି ସମସ୍ତେ କ୍ଷତିପୂରଣ ପାଇବେ । ଯିଏ ଇଂସ୍ୟୁରାନ୍ସ କରୁ ବା ଯିଏ ଇଂସ୍ୟୁରାନ୍ସ ନକରୁ, ସମସ୍ତଙ୍କୁ କ୍ଷତିପୂରଣ ଦିଆଯିବ । ରିପୋର୍ଟ ଦେବା ବେଳେ ଲିବରାଲ ହେବେ । ଯାହା ବି କ୍ଷତି ହୋଇଛି ସମସ୍ତଙ୍କ ନାଁ ଯେପରି ଯିବ ସେନେଇ ମୁଁ ମଧ୍ୟ ନିର୍ଦ୍ଦେଶ ଦେଇଛି । ଚାଷୀ ମୃତ୍ୟୁ ଅଭିଯୋଗକୁ ଆମେ ଇନକ୍ବାରୀ କରି ଦେଖିବା । "
ଇଟିଭି ଭାରତ,କେନ୍ଦ୍ରାପଡା

ABOUT THE AUTHOR

...view details