ଓଡିଶା

odisha

ETV Bharat / state

ଏମିତି ଏକ ପୂଜା ମଣ୍ଡପ, ଭୋଗରେ ଲାଗି ହୁଏ ଆମିଷ

ମହାନବମୀରେ ଲାଗି ହୁଏ ମାଛ ଭୋଗ । ପ୍ରସାଦ ରୂପରେ ବଣ୍ଟାଯାଏ ମାଛ । କଟକରେ ଏହି ମଣ୍ଡପରେ ଲାଗି ହୁଏ ମାଛ ଭୋଗ ।

By ETV Bharat Odisha Team

Published : 4 hours ago

ପ୍ରସାଦ ରୂପରେ ବଣ୍ଟାଯାଏ ମାଛ
ପ୍ରସାଦ ରୂପରେ ବଣ୍ଟାଯାଏ ମାଛ (ETV Bharat Odisha)

କଟକ:ମା’ଙ୍କ ପାଖରେ ଲାଗୁ ହୁଏ ମାଛ ଭୋଗ। ଏହି ପରମ୍ପରା ଏବେକାର ନୁହେଁ ବଂର ଶହ ଶହ ବର୍ଷ ହେବ ଏହି ପରମ୍ପରା ରହିଆସୁଛି । ମା’ଙ୍କର ପ୍ରିୟ ଭୋଗ କହିଲେ ପୋହଳା ମାଛ । ଆଉ ତାହାକୁ କେବଳ ନବମୀ ଦିନ ଲାଗି କରାଯିବାର ପରମ୍ପରା ରହିଛି। ଆଉ ଏହି ପରମ୍ପରା ଅନୁଯାୟୀ ନବମୀରେ ମା’ଙ୍କ ପାଖରେ ମାଛ ଭୋଗ ଲାଗି କରାଯାଉଛି। ଚାନ୍ଦିନ ଚୌକ ପୂଜା ମଣ୍ଡପରେ ଆଜି ମାଙ୍କ ନିକଟରେ ମାଛ ଭୋଗ କରାଯାଉଛି । ଏଥିପାଇଁ ପ୍ରସ୍ତୁତ ଚାଲିଥିବା ବେଳେ ପ୍ରାୟ ୧୦ ହଜାର ଭକ୍ତଙ୍କ ପାଇଁ ଏହି ମାଛ ପ୍ରସାଦର ବ୍ୟବସ୍ଥା କରାଯାଉଛି। ତେବେ ନବମୀରେ କାହିଁକି ମାଙ୍କ ନିକଟରେ ମାଛ ଭୋଗ ଲାଗୁ କରାଯାଏ? କେବେ ଠାରୁ ଏହି ପରମ୍ପରା ରହିଆସିଛି ।

ଚାଲିଛି ପ୍ରସ୍ତୁତି:

ପ୍ରସାଦ ରୂପରେ ବଣ୍ଟାଯାଏ ମାଛ (ETV Bharat Odisha)

ଚାଲିଛି ପରିବା କଟା । ଆଳୁ,ବିନ୍ସ, କଖାରୁ,ବାଇଗଣ,ପୋଟଳ,କାଙ୍କଡ଼..ପାଣି କଖାରୁ ଆଦି ବିଭିନ୍ନ ପ୍ରକାର ପରିବା କାଟୁଛନ୍ତି ଲୋକମାନେ । ଆପଣ ଭାବୁଥିବେ କି କୌଣସି ଏକ ବିବାହ କିମ୍ବା ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଏସବୁ ପ୍ରସ୍ତୁତ କରାଯାଉଛି । କାରଣ ଚୁଲି ଜଳୁଛି...ବଡ ବଡ ହଣ୍ଡା ବି ବସିଛି। କୁଇଣ୍ଟାଲ କୁଇଣ୍ଟାଲ ମାଛ କଟାଯାଇ ଛଣା ବି ଯାଉଛି। ଏହି ଦୃଶ୍ୟ ଯିଏ ବି ଦେଖିବ ଭାବିବ କୌଣସି ସ୍ଥାନରେ ବଡ଼ ଭୋଜିର ଆୟୋଜନ କରାଯାଉଛି । ହୁଏତ କୌଣସି ବାହାଘର ପାଇଁ କିମ୍ବା କୌଣସି ପ୍ରୋଗ୍ରାମ ପାଇଁ ଏତେ ବଡ଼ ଭୋଜିର ଆୟୋଜନ କରାଯାଉଛି । କିନ୍ତୁ ତାହା ନୁହେଁ । ଏହି ଭୋଜି ଦଶହରା ପାଇଁ ଆୟୋଜନ କରାଯାଉଛି । ଆଉ ମା’ଙ୍କ ପାଇଁ ଏସବୁ ପ୍ରସ୍ତୁତ ହେଉଛି ।

Fish used as prasad (ETV Bharat Odisha)

ମା’ଙ୍କ ପାଖରେ ଲାଗି ହୁଏକି ମାଛ ଭୋଗ ?

ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ମାଙ୍କ ପାଖରେ କଣ ମାଛ ଭୋଗ ଲାଗିହେବ ? ଆଜ୍ଞା ହଁ ଆପଣ ଠିକ ଭାବୁଛନ୍ତି। ମା’ଙ୍କ ପାଖରେ ମାଛ ଭୋଗ ଲାଗିବା ପାଇଁ ଏହି ଭୋଜିର ଆୟୋଜନ କରାଯାଉଛି । ଚାନ୍ଦିନଚୌକ ପୂଜା ମଣ୍ଡପରେ ପ୍ରତ୍ୟକ ନବମୀରେ ମାଛ ଭୋଗ ହୋଇଥାଏ । ଏହି ପରମ୍ପରା ଆଜି ପାଇଁ ନୁହେଁ, ବଂର ଦୀର୍ଘ ବର୍ଷ ହେବ ଏହି ମାଛ ଭୋଗ ପରମ୍ପରା ରହି ଆସିଛି । ସନ୍ଧ୍ୟା ଆଳତୀ ପରେ ମା’ଙ୍କ ପାଖରେ ଏହି ମାଛ ଭୋଗ ଲାଗୁ ହୁଏ। ତେବେ ମାଛ ଭୋଗ ଲାଗି ହେବା ପରେ ଘରେ ଘରେ ଏହି ପ୍ରସାଦକୁ ବଣ୍ଟା ଯାଇଥାଏ।

Fish used as prasad (ETV Bharat Odisha)

ମାଛ ସହ ଆଉ କଣ ଲାଗେ ଭୋଗ ?

ମାଛ ସହ ଖେଚଡ଼ି, ଖଟା ବି ମାଙ୍କ ପାଖରେ ଭୋଗ କରାଯାଇଥାଏ। ଖଟା ବି କୌଣସି ବିଲାତି କିମ୍ବା ଓଉରେ ପ୍ରସ୍ତୁତ ହୁଏ ନାହିଁ। ଅଷ୍ଟମୀରେ ମା’ଙ୍କ ନିକଟରେ ଯେଉଁ ପାଣି କଖାରୁ ବଳି ପକାଯାଏ ତାହା ଦ୍ଵାରା ଖଟା ପ୍ରସ୍ତୁତ କରାଯାଏ । ପ୍ରାୟ ୧୦ ହଜାର ଭକ୍ତଙ୍କ ପାଇଁ ଏହି ପ୍ରସାଦ ପ୍ରସ୍ତୁତ କରାଯାଇଥାଏ।

Fish used as prasad (ETV Bharat Odisha)

ମାଟି ସରାରେ ବଣ୍ଟାଯାଏ ପ୍ରସାଦ:

ବଡ଼ କଥା ହେଉଛି ମାଟି ସରାରେ ଏହି ପ୍ରସାଦ ବଣ୍ଟାଯାଇ ଥାଏ । ବଡ଼ ସରାର ମୂଲ୍ୟ ୨୫୦ ଟଙ୍କା ରହିଥିବା ବେଳେ ଛୋଟ ସରାର ମୂଲ୍ୟ ୧୦୦ ଟଙ୍କା ରଖାଯାଇଛି । ଏଥିପାଇଁ ପ୍ରାୟ ୨୦ ରୁ ୩୦ ଜଣ ଲୋକ ନିୟୋଜିତ କରାଯାଇଛି।

ଏହା ମଧ୍ୟ ପଢନ୍ତୁ:

ମହାମାୟାଙ୍କ ମହାନବମୀ: ହସିଦେଲେ କୁମାରୀ, ମିଳେ ମା’ଙ୍କ ଆଶୀର୍ବାଦ !

ଦୁର୍ଗା ପୂଜାରେ ମା’ଙ୍କୁ ବି ଛାଡିନେଲି, 15 ଲକ୍ଷ ଟଙ୍କାର ସୁନା ରୂପା ଚୋରାଇ ନେଲେ

ରାଜଧାନୀରେ ମାତାଲଙ୍କ ଚିନ୍ତା, ପୂଜାରେ ବିଳମ୍ବିତ ରାତି ଓ ଭସାଣି ଦିନ ସମ୍ପୂର୍ଣ୍ଣ ମଦ ବିକ୍ରି ବନ୍ଦ

କଟକରେ ଦୁର୍ଗାପୂଜା ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ, ମଣ୍ଡପରେ ମା'ଙ୍କ ଦର୍ଶନ କରି ନେଲେ ଆଶୀର୍ବାଦ

Fish used as prasad (ETV Bharat Odisha)

ତେବେ ମା’ଙ୍କ ପାଖରେ ଏଭଳି ସେବା କରି ଖୁସି ପ୍ରକଟ କରିଛନ୍ତି ରୋଷେୟା। ଜଣେ ରୋଷେଇଆ ଯିଏ କି ଦୀର୍ଘ ୧୦ ବର୍ଷରୁ ଊର୍ଦ୍ଧ୍ବ ହେବ ରୋଷେଇ କରିଆସୁଛନ୍ତି । ମାତ୍ର ଗତ ୩ ଦିନ ହେଲା ଅସୁସ୍ଥ ହୋଇ ପଡ଼ିଥିଲେ। ଭାବି ଥିଲେ ଏବର୍ଷ ଆଉ ମା’ଙ୍କର ସେବା କରିପାରିବେ। ହେଲେ କହିବା ଅନୁସାରେ, ଆସି ସୁସ୍ଥ ଅନୁଭବ କଲେ ଆଉ ଖନ୍ଦା ଶାଳ ଆସି ମା’ଙ୍କ ପାଇଁ ରୋଷେଇ କରୁଛନ୍ତି।

ଇଟିଭି ଭାରତ, କଟକ

ABOUT THE AUTHOR

...view details