ଓଡିଶା

odisha

ETV Bharat / state

‘ଆଞ୍ଚଳିକ ଭାଷାରେ ଚଳଚ୍ଚିତ୍ର ଓ ସାହିତ୍ୟ ବୃଦ୍ଧି ପାଇଲେ ଭାଷା ଓ ସଂସ୍କୃତି ବଞ୍ଚିବ’ - କୋରାପୁଟ ମହାବିଦ୍ୟାଳୟ

First world odia language conference: କୋରାପୁଟ ମହାବିଦ୍ୟାଳୟରେ ଭାଷାଭିତ୍ତିକ ପ୍ରତିଯୋଗିତା ଓ ଆଲୋଚନା ଚକ୍ର ଶୁଭାରମ୍ଭ ହୋଇଯାଇଛି । ଅଧିକ ପଢନ୍ତୁ

ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ
odia language conference

By ETV Bharat Odisha Team

Published : Jan 26, 2024, 12:13 PM IST

koraput news

କୋରାପୁଟ: କୋରାପୁଟ ସରକାରୀ ମହାବିଦ୍ୟାଳୟରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅନ୍ତର୍ଗତ ଭାଷାଭିତ୍ତିକ ପ୍ରତିଯୋଗିତା ଓ ଆଲୋଚନା ଚକ୍ର ଶୁଭାରମ୍ଭ ହୋଇଯାଇଛି । ନୂଆ ଓଡିଶା କାର୍ଯ୍ୟକ୍ରମ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ବେଳେ 3 ଦିନ ପର୍ଯ୍ୟନ୍ତ ଜାରି ରହିବ । କାର୍ଯ୍ୟକ୍ରମରେ ସିନେମା ଓ ଓଡ଼ିଆ ସାହିତ୍ୟ, ବିଜ୍ଞାନ ଓ ଓଡ଼ିଆ ସାହିତ୍ୟ, କୋରାପୁଟର ଜନଜାତି ଓ ଓଡ଼ିଆ ସାହିତ୍ୟ ତଥା ଜଗନ୍ନାଥ ସଂସ୍କୃତି ଶୀର୍ଷକ ବିଷୟରେ ଆଲୋଚନା କରାଯାଇଛି । ଏନେଇ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ଅଧ୍ୟାପିକା ପ୍ରିତିଧାରା ସାମଲ ସୂଚନା ଦେଇଛନ୍ତି ।

କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଆଦିବାସୀ ସଂସ୍କୃତି ଗବେଶକ ରାଜେନ୍ଦ୍ର ପାଢ଼ୀ କହିଛନ୍ତି , '' କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା ଓ କୋରାପୁଟ ଜିଲ୍ଲାରେ ବାସ କରୁଥିବା 52 ପ୍ରକାର ଆଦିବାସୀ ଜନଜାତି ପ୍ରାୟ 20 ଟି ମୁଖ୍ୟ ଭାଷା ଓ ଦେଶିଆ ଭଳି କିଛି ସଂଯୋଗ ଭାଷା ବ୍ୟବହାର କରୁଛନ୍ତି । କିନ୍ତୁ ଆଜିର ଯୁବ ପିଢ଼ି ଏହି ମୂଳ ଭାଷାର ପ୍ରୟୋଗ ଠାରୁ ନିଜକୁ ଦୂରରେ ରଖୁଛନ୍ତି । ଯାହା ଫଳରେ ଏହି ଭାଷା ଗୁଡିକର ଅସ୍ତିତ୍ବ ସଙ୍କଟରେ । କୋରାପୁଟ ଭାଷା ଓ ସାହିତ୍ୟର କଳା ଭୂମି । ଏଠାରେ କଥା କହିଲେ ଗୀତ, ଚାଲିଲେ ନୃତ୍ୟ । ଜନଜାତୀଙ୍କ ଗୀତ ନାଚ ଧିରେ ଧିରେ ଲୋପ ପାଇବାକୁ ବସିଛି । ଏହାର କାରଣ ଯୁବପିଢି ଏଥି ପ୍ରତି ଆଗ୍ରହୀ ନୁହନ୍ତି । ତାଙ୍କୁ ଭାଷା ମୁହାଁ କରିବାକୁ ଏପରି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପଡିବ । ସେମାନଙ୍କ ପାଠ୍ୟ ପୁସ୍ତରେ ନିଜ ଭାଷା ଓ ସଂସ୍କୃତି ଉପରେ ବିଷୟ ରଖିବାକୁ ପଡିବ । ଯାହା ଫଳରେ ଭାଷା ବଞ୍ଚିବ ।''

ଏହା ମଧ୍ୟ ପଢନ୍ତୁ-ଐତିହ୍ୟ କ୍ୟାବିନେଟ ନିଷ୍ପତ୍ତି, ୨୦୨୪ ଫେବ୍ରୁଆରୀରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ

ବିଶିଷ୍ଟ ସିନେ ସମୀକ୍ଷକ ତଥା ଗବେଷକ ସୂର୍ଯ୍ୟ ଦେଓ କହିଛନ୍ତି,''କୋରାପୁଟ ଅଞ୍ଚଳରେ କୋରାପୁଟ ଭାଷା ସାହିତ୍ୟ ଓ ଜନଜୀବନର ଧାରାକୁ ବହନ କରି ଅନେକ ବର୍ଷ ପୂର୍ବେ ଏହି ଅଞ୍ଚଳରେ ସୁଟିଂ କରାଯାଇଥିଲା । ରକ୍ତ ଗୋଲାପ ଓ ଦମନ ଚଳଚିତ୍ରରେ ଏହି ଅଞ୍ଚଳର ଭାଷା , ସାହିତ୍ୟ ଓ ସଂସ୍କୃତି ଅନ୍ୟାନ୍ୟ ଅଞ୍ଚଳବାସୀଙ୍କ ପାଖରେ ପହଞ୍ଚି ପାରିଛି । ''

ଚଳଚ୍ଚିତ୍ର ଅଭିନେତା ପ୍ରକାଶ ମହାନ୍ତି କହିଛନ୍ତି, ''କୋରାପୁଟରେ ପ୍ରଚଳିତ ଭାଷାକୁ ନେଇ ପ୍ରସ୍ତୁତ ହୋଇଥିବା ଲୁବେଇଡ଼ାକ ଚଳଚ୍ଚିତ୍ର ରାଜ୍ୟ ସ୍ତରୀୟ ଫେଷ୍ଟଭାଲରେ ପୁରସ୍କାର ପାଇଥିଲା । ବିଶାଲ ପଟ୍ଟନାୟକଙ୍କ ଚଣ୍ଡାଳ, ପେନସନ, କମଲି ଓ ଠିକଣା ଭଳି ଚଳଚ୍ଚିତ୍ର ମଧ୍ୟ ନିର୍ମାଣ ହୋଇଛି । କୋରାପୁଟ ଅଞ୍ଚଳର ସ୍ଥାନୀୟ ପ୍ରଯୋଜକ ମାନେ ମଧ୍ୟ ଏହି ଅଞ୍ଚଳର ଭାଷା, ସାହିତ୍ୟ ସଂସ୍କୃତି ନେଇ ଚଳଚ୍ଚିତ୍ର କରିଛନ୍ତି । ସହ ରାଜ୍ୟର ବିଭିନ୍ନ ଅଞ୍ଚଳ ସହିତ ସମ୍ପର୍କ ସ୍ଥାପନା କରିବା ଦିଗରେ ପଦକ୍ଷେପ ମାନ ନେଇଛନ୍ତି । ''

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details