ଓଡିଶା

odisha

ETV Bharat / state

ଏଥର ଲଣ୍ଡନରେ ହେବ ବାଲିଯାତ୍ରା; ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - BALI YATRA

ପ୍ରବାସୀ ଓଡିଆ ସଂଗଠନ ପକ୍ଷରୁ ଚଳିତଥର ଲଣ୍ଡନରେ ବାଲିଯାତ୍ରା ଆୟୋଜନ । ସାମିଲ ହେବେ ବିଶ୍ବବ୍ୟାପୀ ବ୍ୟବସାୟୀ । ସାମିଲ ହେବେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ।

Bali Yatra
BALI YATRA (ETV BHARAT ODISHA)

By ETV Bharat Odisha Team

Published : Oct 31, 2024, 10:27 AM IST

ଭୁବନେଶ୍ବର: ଅନ୍ତର୍ଜାତୀୟ ସ୍ତରରେ ଅନୁଷ୍ଠିତ ହେବ ଓଡ଼ିଶା ନୌବାଣିଜ୍ୟ ଐତିହ୍ୟ ସହ ସମ୍ପର୍କିତ ଐତିହାସିକ ‘ବାଲିଯାତ୍ରା’ । ଏଥର ଲଣ୍ଡନରେ ଆୟୋଜନ ହେଉଛି ବାଲିଯାତ୍ରା । ଚଳିତବର୍ଷ ପ୍ରଥମକରି ପ୍ରବାସୀ ଓଡିଆ ସଂଗଠନ ‘ଓଡିଶା ସୋସାଇଟି ଅଫ ୟୁକେ’ ପକ୍ଷରୁ ଲଣ୍ଡନରେ ଆସନ୍ତାମାସ (ନଭେମ୍ବର) 30ରୁ ଆୟୋଜିତ ହେବାକୁ ଯାଉଛି ବାଲିଯାତ୍ରା । ବ୍ରିଟେନ ସ୍ଥିତ ଟାଉନଲି ବିଦ୍ୟାଳୟ ବେକ୍ସଲି ଲଣ୍ଡନ ସ୍କୁଲରେ ଆୟୋଜନ ହେବାକୁ ଯାଉଛି ଏହି ମହୋତ୍ସବ । ଏଥିରେ ବିଭିନ୍ନ ଦେଶର ପ୍ରାୟ 20ରୁ ଊର୍ଦ୍ଧ୍ଵ ବ୍ୟବସାୟୀ ଯୋଗ ଦେଇ ନିଜ ବ୍ୟବସାୟ ପ୍ରଦର୍ଶନ କରିବେ । ସେମାନଙ୍କ ମଧ୍ୟରେ 5ଜଣ ଭାରୀୟ ବ୍ୟବସାୟୀ ମଧ୍ୟ ରହିଛନ୍ତି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଦୁଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ କନକ ବର୍ଦ୍ଧନ ସିଂଦେଓ ଲଣ୍ଡନ ଗସ୍ତ କରିବେ । ଏନେଇ ‘ଓଡ଼ିଶା ସୋସାଇଟି ଅଫ ବ୍ରିଟେନ’ର ମୁଖପାତ୍ର ଶ୍ୱେତା ମହାନ୍ତି ।

  • ବ୍ରିଟେନରେ ବାଲିଯାତ୍ରା:

ଓଡ଼ିଶା ସୋସାଇଟି ଅଫ ବ୍ରିଟେନର ମୁଖପାତ୍ର ଶ୍ୱେତା ମହାନ୍ତି କହିଛନ୍ତି," ବ୍ରିଟେନରେ ଗଢି ଉଠିଥିବା ଏହି ସୋସାଇଟିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଡିଶାର ସଂସ୍କୃତି ଏବଂ ପରମ୍ପରାକୁ ଲୋକଲୋଚନକୁ ଆଣିବା । ଓଡିଶାରେ ପୁଞ୍ଜି ନିବେଶ କରି ଆର୍ଥିକ ବିକାଶ ଦିଗରେ ଏକ ସ୍ଵତନ୍ତ୍ର ଛାପ ସୁଷ୍ଟି କରିବା । ଏହି ଯାତ୍ରା ଫଳରେ ଭାରତ ଓ ଇଂଲଣ୍ଡ ବ୍ୟବସାୟିକ ସମ୍ପର୍କ ସୁଦୃଢ ହେବ । ବ୍ରିଟେନରେ ରହୁଥିବା ଓଡିଆ ପ୍ରଥମ ଥର ପାଇଁ ବାଲିଯାତ୍ରା ଆୟୋଜନ କରିବାକୁ ଯାଉଛନ୍ତି । ଏଥିରେ ବିଶ୍ବର ବହୁ ବ୍ୟବସାୟୀ ଭାଗ ନେବା ଲାଗି ଇଚ୍ଛା ମଧ୍ୟ ପ୍ରକାଶ କରିଛନ୍ତି । ଲଣ୍ଡନରେ ଆୟୋଜିତ ହେବାକୁ ଥିବା ବାଲିଯାତ୍ରାରେ ଭାରତରୁ ୫ ସମେତ ବିଭିନ୍ନ ଦେଶର ୨୦ରୁ ଊର୍ଦ୍ଧ୍ବ ବ୍ୟବସାୟୀ ଯୋଗ ଦେବେ ବୋଲି ସହମତି ପ୍ରକାଶ କରିଛନ୍ତି । ପ୍ରଥମ ଥର ବ୍ରିଟେନରେ ବାଲିଯାତ୍ରା ଅନୁଷ୍ଠିତ ହେଉଥିବାରୁ ସୋସାଇଟି ଉତ୍ସାହିତ ଅଛି ।’’

BALI YATRA (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁୃ-ସିଲଭରସିଟିରେ ଖୁସିର ଲହରୀ, ବାଲିଯାତ୍ରା ପାଇବ ଅନ୍ତର୍ଜାତୀୟ ମାନ୍ୟତା ! - International Status Of Baliyatra

ଏହା ମଧ୍ୟ ପଢନ୍ତୁ-ଏଥର ତଳ ପଡ଼ିଆରେ ବାଲିଯାତ୍ରା, ଉପରେ ପଡିଆରେ ପାର୍କିଂ ! ହାଇକୋର୍ଟ ଦେଲେ ନିର୍ଦ୍ଦେଶ

ସାମିଲ ହେବେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ:

ଶ୍ୱେତା ଆହୁରି ମଧ୍ୟ କହିଛନ୍ତି,"ଓଡିଶା ସୋସାଇଟି ଅଫ ୟୁକେ’ ପକ୍ଷରୁ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଦୁଇ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ କନକ ବର୍ଦ୍ଧନ ସିଂଦେଓଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସେମାନେ ଯୋଗ ଦେବାକୁ ସହମତି ଦେଇଛନ୍ତି । କାର୍ଯ୍ୟକ୍ରମରେ ଓଡିଶାର ଚର୍ଚ୍ଚିତ କଳାକାର ସବ୍ୟସାଚୀ ଏବଂ ଅର୍ଚ୍ଚିତା ସମେତ ବହୁ କଣ୍ଠଶିଳ୍ପୀ ଯୋଗ ଦେବେ । ଓଡ଼ିଆ ନାଚ-ଗୀତ ପରିବେଷଣ ସହ ଦର୍ଶକଙ୍କୁ ଉତ୍ସାହିତ କରିବେ । ବ୍ରିଟେନ ରାଜପରିବାର ପ୍ରତିନିଧୀ ତଥା କେଣ୍ଟର ଲର୍ଡ ଲେଫନାଣ୍ଟ ଲେଡି କଲଗ୍ରେନଙ୍କ ସମେତ ଅନ୍ୟାନ୍ୟ ବ୍ରିଟିଶ ବିଶିଷ୍ଟ ବ୍ୟକ୍ତିବିଶେଷ ମଧ୍ୟ ଅଂଶଗ୍ରହଣ କରିବାକୁ ସହମତି ପ୍ରଦାନ କରିଛନ୍ତି । ଲଣ୍ଡନରେ ଅବସ୍ଥାପିତ ଭାରତୀୟ ଉପ-ଉଚ୍ଚାୟୁକ୍ତ ସୁଜିତ ଘୋଷ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ । ଆସନ୍ତାବର୍ଷ ଏହି କାର୍ଯ୍ୟକ୍ରମକୁ ୫ରୁ ୭ଦିନ କରିବା ଲାଗି ସୋସାଇଟି ପ୍ରୟାସ ଜାରି ରହିଛି । '' ସାମ୍ବାଦିକ ସମ୍ମିଳନୀରେ ‘ଜଗନ୍ନାଥ ଡେଭଲପ’ର ଏମଡି ଶଶୀ କୁମାର ସାହୁ ଏବଂ ଏସଜେପିଟି ଆଡଭାଇଜର ତାପସ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ''

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details