କଟକ: ବିଶ୍ଵ ଦରବାରରେ ଚମକିବ କଟକର ତାରକସୀ । ବିଶ୍ଵ ଦେଖିବ କଟକ ତାରକସୀର ସୂକ୍ଷ୍ମ କାରିଗରୀ । ଐତିହାସିକ କଟକ ସହରର ତାରକସୀ କାରିଗରଙ୍କୁ ରାଜ୍ୟ ସରକାର ବଡ଼ ସୁଯୋଗ ଦେଇଛନ୍ତି । କଟକରେ ତିଆରି ହେବ ଫିଲିଗ୍ରୀ କମନ ଫେଶିଲିଟି ସେଣ୍ଟର । ଏଥିପାଇଁ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ଓ ଆଇଆଇଟି ଭୁବନେଶ୍ଵର ନିର୍ଦ୍ଦେଶକ ଶ୍ରିପଦ କର୍ମଲକରଙ୍କ ମଧ୍ୟରେ ସ୍ୱାକ୍ଷର ହୋଇଛି ଏମଓୟୁ । ଏହି ସିଏଫସି ପାଇଁ କଟକ ଜିଲ୍ଲା ପ୍ରଶାସନ ଜାଗା ଚିହ୍ନଟ କରିଥିବା ବେଳେ ଖୁବଶୀଘ୍ର ଆଇଆଇଟି ଭୁବନେଶ୍ୱର ଏହାର ଡିପିଆର ପ୍ରସ୍ତୁତ କରିବ ।
କଟକରେ ହେବ ତାରକସି ହବ:
କଟକର ତାରକସୀ କାରିଗରଙ୍କୁ ପ୍ରୋତ୍ସାହନ, କଟକର ତାରକସୀ କାରୁ କାର୍ଯ୍ୟର ପ୍ରଚାର ପ୍ରସାର, ଆଧୁନିକ ଜ୍ଞାନ କୌଶଳ ସହାୟତାରେ ପ୍ରଶିକ୍ଷଣ ଦେବା ଆଦି ଉଦେଶ୍ୟରେ ଫିଲିଗ୍ରୀ କମନ ଫେଶିଲିଟି ସେଣ୍ଟର ପ୍ରତିଷ୍ଠା କରାଯିବ। ଅନ୍ୟପଟେ ଏହାକୁ ସ୍ଵାଗତ କରିଛନ୍ତି କଟକର ତାରକସୀ କାରିଗର । ଏହି କମନ ଫେଶିଲିଟି ସେଣ୍ଟରରେ କଟକର ତାରକସୀ କାରିଗରଙ୍କୁ ପ୍ରୋତ୍ସାହନ, କଟକର ତାରକସୀ କାରୁକାର୍ଯ୍ୟର ପ୍ରଚାର ପ୍ରସାର, ଆଧୁନିକ ଜ୍ଞାନ କୌଶଳ ସହାୟତାରେ ପ୍ରଶିକ୍ଷଣ, କଞ୍ଚାମାଲ ଯୋଗାଣ ଭଳି ସୁବିଧା ଯୋଗେଇ ଦିଆଯିବ। ଏଥିପାଇଁ ଆଇଆଇଟି ଭୁବନେଶ୍ୱର ଏକ ଡିପିଆର ପ୍ରସ୍ତୁତ କରିକି ଦେବ । ଏହା ପରେ କମନ ଫେଶିଲିଟି ସେଣ୍ଟରର କାର୍ଯ୍ୟ ଆରମ୍ଭ କରାଯିବ।
ଏହା ମଧ୍ୟ ପଢନ୍ତୁ-କଟକ ତାରକସିକୁ GI ଟ୍ୟାଗ୍, ଖୁସିରେ ଆତ୍ମହରା ସିଲଭର ସିଟି