ଓଡିଶା

odisha

ETV Bharat / state

ଦେଶୀରୁ ବେଶୀ ହୋଇପାରିବ: ଅନ୍ତରାଷ୍ଟ୍ରୀୟ ଚାଷୀ ଓ ବିହନ ମେଳାରେ ଚାଷୀ ନେଲେ ନିଷ୍ପତ୍ତି - କୃଷକ ସମାବେଶ ଓ ବିହନ ମେଳା 2024

Farmers fair cum Seed Mela 2024: କୋରାପୁଟରେ ଅନ୍ତରାଷ୍ଟ୍ରୀୟ କୃଷକ ସମାବେଶ ଓ ବିହନ ମେଳା 2024 ଆୟୋଜିତ ହୋଇଯାଇଛି । ଏହି ମେଳାରେ ବିଭିନ୍ନ ପାରମ୍ପରିକ ବିହନ ଓ କୃଷି ପ୍ରଣାଳୀ ବିଷୟରେ ଆଲୋଚନା ହୋଇଛି । ଅଧିକ ପଢନ୍ତୁ

Farmers fair cum Seed Mela 2024
ଅନ୍ତରାଷ୍ଟ୍ରୀୟ ଚାଷୀ ଓ ବିହନ ମେଳା

By ETV Bharat Odisha Team

Published : Feb 2, 2024, 4:57 PM IST

ଅନ୍ତରାଷ୍ଟ୍ରୀୟ ଚାଷୀ ଓ ବିହନ ମେଳା

କୋରାପୁଟ: କୋରାପୁଟରେ ଅନ୍ତରାଷ୍ଟ୍ରୀୟ କୃଷକ ସମାବେଶ ଓ ବିହନ ମେଳା 2024 ଆୟୋଜିତ ହୋଇଯାଇଛି । ଏହି ମେଳାରେ ଓଡିଶା ସମେତ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ମଧ୍ୟପ୍ରଦେଶର ଶହ ଶହ ଚାଷୀ ଏବଂ ସେମାନଙ୍କ ସହ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ସଂଗଠନ ଯୋଗ ଦେବା ସହିତ ପାରମ୍ପରିକ ବିହନ ଚାଷ କରି କିପରି ଲାଭବାନ ହୋଇ ପାରିବେ ସେନେଇ ଆଲୋଚନା କରାଯାଇଥିଲା ।

ପ୍ରତି ବର୍ଷ ପ୍ରଗତି ଫାଉଣ୍ଡେସନ ପକ୍ଷରୁ ଏହି ଜିଲ୍ଲା ସ୍ତରୀୟ କୃଷକ ଓ ବିହନ ମେଳାର ଆୟୋଜନ କରାଯାଇଥାଏ l ଦେଶୀ ବିହନର ସଂରକ୍ଷଣ ପାଇଁ ସଚେତନତା ସୃଷ୍ଟି କରିବା, ବିହନର ପ୍ରଚାର ପ୍ରସାର କରିବା, ଚାଷୀମାନଙ୍କ ମଧ୍ୟରେ ସାମାଜିକ ସମ୍ପର୍କ ସୃଷ୍ଟି କରିବା ଓ ବିଭିନ୍ନ ସଂସ୍ଥା, ସରକାରୀ ବିଭାଗ ସହ ଚାଷୀମାନଙ୍କ ଯୋଗାଯୋଗ କରାଇବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ଅଟେ । ଏହି ମେଳାରେ କୋରାପୁଟ ତଥା ଓଡିଶାର ବିଭିନ୍ନ ଜିଲ୍ଲା ଓ ଅନ୍ୟାନ୍ୟ ରାଜ୍ୟର ଚାଷୀମାନେ ଯୋଗଦାନ କରି କୃଷି ସମ୍ବନ୍ଧୀୟ ଜ୍ଞାନକୌଶଳର ଆଦାନ ପ୍ରଦାନ କରିଥିଲେ। ଏଥିସହ ଦେଶୀ ବିହନ ଓ କୃଷି ଉତ୍ପାଦର ପ୍ରଦର୍ଶନୀ ଓ ବିହନ ସମ୍ବର୍କରେ ତଥ୍ୟ ଅବଳବଦଳ କରାଯାଇଥିଲା ।

ଚାଷୀ ଓ ବିହନ ମେଳା ଭଳି କାର୍ଯ୍ୟକ୍ରମରେ ଚାଷୀଙ୍କ ମଧ୍ୟରେ ନିଜ ସଞ୍ଚିତ ପାରମ୍ପରିକ ବିହନ ଓ ଚାଷ ପ୍ରଣାଳୀ ଉପରେ ପୁନଃ ବିଶ୍ବାସ ପ୍ରତିଷ୍ଠିତ ହୋଇପାରିବ ବୋଲି ସେ ଆଶା ପୋଷଣ କରିଛନ୍ତି ନୟାଗଡ ସ୍ଥିତ 'ସମ୍ଭବ' ସ୍ବେଛାସେବୀ ଅନୁଷ୍ଠାନର ପଦ୍ମଶ୍ରୀ ସମ୍ମାନ ପ୍ରାପ୍ତ କରିଥିବା ସାବରମତି ।

ଏହାମଧ୍ୟ ପଢନ୍ତୁ.. କୃଷି ଓଡିଶା-2024 ଉଦଯାପିତ, ମୁଖ୍ୟଅତିଥି ଭାବେ ଯୋଗଦେଲେ ରାଜ୍ୟପାଳ ରଘୁବର ଦାସ

ଏହି କାର୍ଯ୍ୟକ୍ରମ ରେ ଲୋକ ପ୍ରତିନିଧି, କୃଷି ବୈଜ୍ଞାନିକ, ଗବେଷକ,ବିହନ ସଂରକ୍ଷକ, ସରକାରୀ ବିଭାଗୀୟ କର୍ମକର୍ତ୍ତା, ସ୍ଵେଚ୍ଛାସେବୀ ଅନୁଷ୍ଠାନ, କୃଷକ ସଂଗଠନର ସଦସ୍ୟ ମାନେ ଯୋଗ ଦାନ କରି ଚାଷୀମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ l ଏହି ଅବସରରେ ଚାରିଟି ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଛି । ଜଳବାୟୁ ପରିବର୍ତ୍ତନର ମୁକାବିଲା ଓ ଫସଲ ଉତ୍ପାଦନର ସୁରକ୍ଷା ପାଇଁ ବିହ‌ନ ବ୍ୟବସ୍ଥା, ଯୁବ ପିଢି ପାଇଁ କୃଷିର ସୁଯୋଗ ଓ ସମସ୍ୟା, ମହିଳା ସଶକ୍ତିକରଣ ଓ ଲଘୁ ଉଦ୍ୟୋଗ, କୃଷକ ଉତ୍ପାଦନ କମ୍ପାନୀ ଜରିଆରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଉନ୍ନତି କରିବା ଭଳି ବିଷୟରେ ଆଲୋଚନା ହୋଇଛି l

ପ୍ରତ୍ୟେକ ବର୍ଷ ପ୍ରକୃତିପ୍ରେମୀ ଓ ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟରତ ଥିବା ବ୍ୟକ୍ତିବିଶେଷଙ୍କୁ ଏହି କାର୍ଯ୍ୟକ୍ରମ ଜରିଆରେ ସମ୍ମାନ ପ୍ରଦାନ କରାଯାଇଥିଲା l ବିଭିନ୍ନ ଜିଲ୍ଲାରୁ ଦେଶୀ ବିହନ ଆଣି ଆସିଥିବା ଚାଷୀ ମାନେ ସେମାନଙ୍କ ପାରମ୍ପରିକ ବିହନ ବିଷୟରେ ବୁଝାଇଥିଲେ l ମେଳାକୁ ଆସୁଥିବା ଚାଷୀ ମାନେ ବିଭିନ୍ନ ଷ୍ଟଲରେ ରହିଥିବା ପାରମ୍ପରିକ ଦେଶୀ ବିହନ ବୁଲି ଦେଖିଥିଲେ । ତେବେ କିପରି ଦେଶୀ ବିହନ ଓ ପାରମ୍ପରିକ ପଦ୍ଧତିରେ ଚାଷ କରି ଲାଭବାନ ହେଇ ପାରିବେ ସେ ନେଇ ଉତ୍ସାହ ସହକାରେ ଷ୍ଟଲ ବୁଲି ଦେଖିଛନ୍ତି ଅନେକ ଦର୍ଶକ l ଷ୍ଟଲରେ ପ୍ରଦର୍ଶିତ ହୋଇଥିବା ଦେଶୀ ବିହନ ଓ ପାରମ୍ପରିକ ଚାଷ ବିଷୟରେ ଜାଣିବା ପରେ ଚାଷୀମାନେ ପାରମ୍ପରିକ ପଦ୍ଧତିରେ ଦେଶୀ ବିହନ ବ୍ୟବହାର କରି ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି l

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details