ବଲାଙ୍ଗୀର:ଜିଲ୍ଲାରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥାକୁ ବିରୋଧ । ଗୁଡଭେଲା ବ୍ଲକରେ 12 ଘଣ୍ଟିଆ ବନ୍ଦ ଡାକରା ଦେଲେ ଚାଷୀ । କଟନୀ ଛଟନୀ ଓ ଟୋକନ ଲ୍ୟାପସ ଭଳି ବିଭିନ୍ନ ସମସ୍ୟାକୁ ଚାଷୀ ଅସନ୍ତୋଷ । ବନ୍ଦ ଡାକରାରେ ଗାଡ଼ି ଚଳାଚଳ ଦୋକାନ ବଜାର ସବୁ ବନ୍ଦ । ତୁଷୁରା ଗୁଡଭେଳା ବଲାଙ୍ଗୀର ରାସ୍ତା ଅବରୋଧ ।
ବଲାଙ୍ଗୀର ଧାନ କିଣାରେ ଘୋର ଅବ୍ୟବସ୍ଥାକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ । ଏହାକୁ ନେଇ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ତୁଷୁରା ଗୁଡଭେଲା ବ୍ଲକ 12 ଘଣ୍ଟିଆ ବନ୍ଦ କରିଛନ୍ତି ଚାଷୀ । ତେବେ ଆଜି ସକାଳୁ ଏହି ଅଞ୍ଚଳର ଚାଷୀ ଏକତ୍ରିତ ହୋଇ ଆନ୍ଦୋଳନ କରିଛନ୍ତି । ଯାହାକୁ ଅନ୍ୟ ସଂଗଠନ ମାନେ ମଧ୍ୟ ସମର୍ଥନ ଦେଇ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ଚାଷୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ଧାରଣା ଦେଇଛନ୍ତି ।
ସେପଟେ ଏହି ବନ୍ଦରେ ଏହି ଅଞ୍ଚଳରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଦୋକାନ ବଜାର ଓ ସବୁ ବ୍ୟବସାୟୀକ ଅନୁଷ୍ଠାନ ମଧ୍ୟ ଏଥିରେ ବନ୍ଦ ରହିଛି । ତେବେ ତୁଷୁରା ଗୁଡଭେଲା ବ୍ଲକ ବଲାଙ୍ଗୀର, କଳାହାଣ୍ଡି, ସୁବର୍ଣ୍ଣପୁର ଓ କଣ୍ଟାମାଳ ଜିଲ୍ଲାର ସୀମାରେ ଥିବା ଏକ ଗୁରୁତ୍ଵପୂର୍ଣ୍ଣ ବ୍ୟବସାୟିକ ପେଣ୍ଠସ୍ଥଳୀ ଅଟେ । ଏହି ବନ୍ଦ ଯୋଗୁଁ ଲୋକେ ନାହିଁ ନଥିବା ହଇରାଣ ହୋଇଛନ୍ତି । ସେହିପରି ଏହି ବନ୍ଦ ଦ୍ଵାରା ସାଧାରଣ ଜୀବନ ଯାପନ ଏଠି ଠପ୍ ହୋଇ ଯାଇଛି ।