ଓଡିଶା

odisha

ETV Bharat / state

ରବି ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା, ଚାଷୀ ହନ୍ତସନ୍ତ - Irregular Paddy procurement - IRREGULAR PADDY PROCUREMENT

IRREGULAR PADDY PROCUREMENT: ସୁବର୍ଣ୍ଣପୁରରେ ରବି ଧାନ କିଣାରେ ବ୍ୟାପକ ଅନିୟମିତା ଅଭିଯୋଗ । ମଣ୍ଡିରେ ପଡ଼ି ରହିଛି ଟନ୍ ଟନ୍ ଧାନ, ଚାଷୀଙ୍କ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଫଳ ଶୂନ । ଅଧିକ ପଢନ୍ତୁ

IRREGULAR PADDY PROCUREMENT
IRREGULAR PADDY PROCUREMENT (ETV Bharat Odisha)

By ETV Bharat Odisha Team

Published : May 27, 2024, 8:05 PM IST

ସୁବର୍ଣ୍ଣପୁର:ଚଳିତ ବର୍ଷ ଖରିଫ ଋତୁ ଚାଷ ପାଇଁ ଜିଲ୍ଲାର ଚାଷୀ ଅକ୍ଷୟ ତୃତୀୟା ଠାରୁ ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି । ହେଲେ ଗତ ରବି ଋତୁରେ ଉତ୍ପାଦିତ ଧାନ ଚାଷୀ ଏଯାଏଁ ବିକ୍ରି ହୋଇ ପାରିନାହିଁ । ବିଳମ୍ବରେ ଧାନକ୍ରୟ କେନ୍ଦ୍ରଗୁଡିକ ଖୋଲା ଯିବାରୁ ଚାଷୀ ରବି ଋତୁରେ ଅମଳ ଧାନ ବିକ୍ରି କରିବାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଚଳିତ ବର୍ଷ ରବି ଋତୁ ଧାନ ସଂଗ୍ରହ ପାଇଁ ଜିଲ୍ଲାର 64 ଗୋଟି ପ୍ରାଥମିକ କୃଷି ସେବା ସମବାୟ ସମିତି, 12 ଗୋଟି ଆରଏମସି ଧାନ କ୍ରୟ କେନ୍ଦ୍ର ତଥା ପ୍ରାୟ 30ରୁ ଅଧିକ ସ୍ବୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ବ ପ୍ରଦାନ କରାଯାଇଛି ।

IRREGULAR PADDY PROCUREMENT (ETV Bharat Odisha)

ବିଳମ୍ବରେ ଧାନ କ୍ରୟ କେନ୍ଦ୍ର ଖୋଲିବା, ବିଳମ୍ବରେ ଚାଷୀମାନଙ୍କୁ ଧାନ ବିକ୍ରି ପାଇଁ ଟୋକନ ପ୍ରଦାନ କରିବା, କ୍ରୟ କେନ୍ଦ୍ର ଗୁଡିକରେ ଲାଗି ରହିଥିବା ସମସ୍ୟାର ସମାଧାନ ନ କରିବା ତଥା ଭିତ୍ତିଭୂମିର ଅଭାବ ଯୋଗୁଁ ଚାଷୀ ଏଥର ବି ଧାନ ବିକ୍ରି କରିବା ପାଇଁ ବେଶ୍ ହଇରାଣ ହେଉଛି । ଏପରିକି ରବି ଋତୁ ଧାନ କ୍ରୟ କରିବା ପାଇଁ ଏଥର ଜିଲ୍ଲା ପ୍ରଶାସନ ବି ବେଶ ବିଳମ୍ବରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ ବୈଠକ ଆୟୋଜିତ କରିଛି । ଫଳରେ ଲୋକସଭା ଓ ବିଧାନସଭା ନିର୍ବାଚନ ଯୋଗୁଁ ଚାଷୀ ନିଜ ଉତ୍ପାଦିତ ଦ୍ରବ୍ୟ ବିକ୍ରି କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛି । ସେପଟେ କ୍ରୟ କେନ୍ଦ୍ର ଗୁଡିକରୁ କ୍ରୟ ଧାନ ଠିକ ସମୟରେ ଓ ନିୟମିତ ଉଠୁ ନଥିବା ଅଭିଯୋଗ ହେଉଛି । ଫଳରେ ଚାଷୀ ନିଜ ଉତ୍ପାଦିତ ଧାନ କ୍ରୟ କେନ୍ଦ୍ରକୁ ନେଇ ବିକ୍ରି ନ କରିପାରି ନିଜେ ଧାନ କ୍ରୟ କେନ୍ଦ୍ରରେ ରାତିରେ ଜଗିବାକୁ ପଡୁଛି ।

ଏହା ମଧ୍ୟ ପଢନ୍ତୁ ......ଅଦିନିଆ ବର୍ଷା ଧୋଇଦେଲା ଧାନ, କ୍ଷତିପୂରଣ ଦାବିରେ ଚାଷୀଙ୍କ ଧାରଣା - BARGARH FARMERS PROTEST

ସେପଟେ ଗୁରୁଚାପ ଜନିତ ଅଦିନିଆ ବର୍ଷା ଚାଷୀ କୂଳକୁ ଦାଉ ସାଧିଛି । ଠିକ ଧାନ ଅମଳ ସମୟରେ ଏପ୍ରିଲ ମାସରେ ଅଦିନିଆ ବର୍ଷା ଯୋଗୁଁ ଚାଷୀ କ୍ଷତିଗ୍ରସ୍ତ ହୋଇଛି । ଏବେ ପୁଣି ବିକ୍ରି କରି ପାରୁ ନ ଥିବାରୁ ଆଗକୁ ଖରିଫ ଋତୁ ଚାଷ କାର୍ଯ୍ୟ କିପରି କରିବ ସେ ନେଇ ଚାଷୀଙ୍କ ମନରେ ଭାଳେଣୀ ପଡିଛି । ତେବେ ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ଜିଲ୍ଲା ପ୍ରଶାସନ, ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତଥା ନିୟନ୍ତ୍ରିତ ବଜାର କମିଟି କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଧାନ କ୍ରୟ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ଅନୁରୋଧ କରାଯାଇଛି । ଜିଲ୍ଲା ପ୍ରଶାସନ ବି ବେଶ୍ ତତ୍ପର ହୋଇ ଚାଷୀଙ୍କ ଧାନ ସଂଗ୍ରହରେ ଲାଗି ପଡି ଥିବାବେଳେ ସମସ୍ୟାର କିନ୍ତୁ ସମାଧା ନ ହୋଇ ପାରୁନାହିଁ । ଜିଲ୍ଲାପାଳ ଧାନ ସଂଗ୍ରହ କାର୍ଯ୍ୟରେ ବେଶ ଯତ୍ନବାନ ହେବା ପାଇଁ ଚାଷୀମାନେ ଦାବି କରିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details