କେନ୍ଦ୍ରାପଡ଼ା:ପୁଣି ଚାଷୀ ମୃତ୍ୟୁ ଅଭିଯୋଗ ହୋଇଛି । ଅଦିନିଆ ଲଗାଣ ବର୍ଷା ପ୍ରଭାବରେ ବ୍ୟାପକ ଫସଲ ନଷ୍ଟ ହୋଇଥିବାବେଳେ ଏହାକୁ ସହ୍ୟ କରି ନପାରି ଚାଷୀ ଜୀବନ ହାରିଛନ୍ତି । ଏନେଇ ପରିବାର ଲୋକ ଅଭିଯୋଗ କରିବା ସହ କ୍ଷତି ପୂରଣ ଦାବି କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଥିବାବେଳେ ଗୋଟିଏ ସପ୍ତାହରେ ଜିଲ୍ଲାରେ ୨ ଜଣ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଜଣେ ଚାଷୀ ଜୀବନ ହାରିଥିବା ଅଭିଯୋଗ ହୋଇଥିଲା ।
ଜୀବନ ହାରିଲେ ଚାଷୀ:
ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ୍ ଥାନା ଅନ୍ତର୍ଗତ ଖମୋଳ ପଞ୍ଚାୟତର କୋସିଦା ଗାଁର ଦୈତାରୀ ଜେନା (୭୨) ଗତ ୨୩ ତାରିଖ ଦିନ ସକାଳେ ଚାଷ ଜମିକୁ ଫସଲ ଦେଖିବାକୁ ଯାଇଥିଲେ । ଲଗାଣ ବର୍ଷା ପ୍ରଭାବରେ ଚାଷ ଜମିରେ କଟା ହୋଇଥିବା ଧାନରେ ପାଣି ଲହଡି ମାରୁଥିବା ଦେଖି ଏହାକୁ ସହ୍ୟ କରିପାରିନଥିଲେ । ପରେ ଘରକୁ ଫେରି ଘରେ କେହି ନଥିବାବେଳେ ଦୈତାରୀ ଜୀବନ ହାରିବାକୁ ଉଦ୍ୟମ କରିଥିଲେ । ତେବେ ପରିବାର ଲୋକେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ମଧ୍ୟ କଟକ ବଡ଼ ମେଡିକାଲରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଧାର କରଜ କରି ଧାନ ଚାଷ କରିଥିବାବେଳେ ବର୍ଷା ପ୍ରଭାବରେ ଧାନ ନଷ୍ଟ ହେବାରୁ ଏହାକୁ ସହି ନପାରି ଦୈତାରୀ ଜୀବନ ହାରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।
ଏନେଇ ମୃତ ଦୈତାରୀ ଜେନାଙ୍କ ପୁଅ ରଘୁନାଥ ଜେନା କହିଛନ୍ତି,"ବାପା ବହୁତ ଧାର କରଜ କରି ୩ ଏକର ଜମିରେ ଧାନ ଚାଷ କରିଥିଲେ । ବର୍ଷା ପରେ ବାପା ବିଲକୁ ଯାଇଥିଲେ। ପାଣିରେ ଧାନ ପଡ଼ିରହି ଗଜା ହୋଇଥିବା ଦେଖି ମନ ଦୁଃଖ କରିଥଲେ । ବିଲରୁ ଘରକୁ ଫେରିବା ପରେ ଘରେ କେହି ନଥିବାବେଳେ ସେ ଜୀବନ ହାରି ଦେଇଛନ୍ତି ।"
କ୍ଷତିପୂରଣ ପାଇଁ SRCଙ୍କୁ ଚିଠି :