ଓଡିଶା

odisha

ETV Bharat / state

ଭାଇ ସାଜିଲା ଭଗାରୀ, ମୋବାଇଲ ପାଇଁ ନେଲା ସମ୍ପର୍କୀୟ ଭାଇର ଜୀବନ - Brother Killed Brother for Mobile

Brother Killed his Relative Brother: ମୋବାଇଲ ପାଇଁ ସମ୍ପର୍କୀୟ ଭାଇର ହତ୍ୟା କରିବାକୁ ପଛେଇଲାନି ଭାଇ। କାଲି ହୋଇଥିଲା ଝଗଡ଼ ଆଉ ଆଜି ମିଳିଲା ମୃତଦେହ। ଅଧିକ ପଢ଼ନ୍ତୁ...

By ETV Bharat Odisha Team

Published : Jul 5, 2024, 10:19 AM IST

Brother Killed his Relative Brother
Brother Killed his Relative Brother (ETV Bharat Odisha)

ଯାଜପୁର: ମୋବାଇଲ ପାଇଁ ଭାଇକୁ ହତ୍ୟାକଲା ସମ୍ପର୍କୀୟ ଭାଇ। ଏଭଳି ଏକ ଅଭାବନୀୟ କାଣ୍ଡ ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅମୃତିଆ ଗାଁରେ l ମୃତକ ଅମୃତିଆ ଗ୍ରାମର ମଦନ ଓଝାଙ୍କ ପୁଅ ଶରତ ଓଝା ବୋଲି ସୂଚନା ମିଳିଛି l ଗତକାଲି ରାତି ଠାରୁ ନିଖୋଜ ଥିଲା ଶରତ l ତେବେ ଆଜି ସକାଳେ ବିଲ ମଝିରେ ଶରତଙ୍କ ମୃତଦେହ ଦେଖିଥିଲେ ଗ୍ରାମବାସୀ l ଘଟଣା ସ୍ଥଳରେ ପାଣିକୋଇଲି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ତେବେ ଶରତ ଓଝାଙ୍କୁ ତାଙ୍କ ସମ୍ପର୍କୀୟ ଭାଇ ରଞ୍ଜନ ଓଝା ହତ୍ୟା କରିଥିବା ନେଇ ମାମଲା ରୁଜୁ କରାଯାଇଛି।

Brother Killed his Relative Brother (ETV Bharat Odisha)

ସୂଚନା ଅନୁଯାୟୀ ଗତ ଦେଢ଼ ମାସ ତଳେ ମୃତକ ସରୋଜ ଓ ତାଙ୍କ ସମ୍ପର୍କୀୟ ଭାଇ ରଞ୍ଜନ ଓଝା ଏକ ଘରେ ଶୋଇଥିଲେ l ତେବେ ସରୋଜ ଶୋଇକି ଉଠିବା ପରେ ମୋବାଇଲ ରଖିଥିବା ସ୍ଥାନରେ ମୋବାଇଲ ନଥିବା ଦେଖିବାକୁ ପାଇଥିଲେ l ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିବା ପରେ ଆଉ ମୋବାଇଲ ନପାଇବାରୁ ରଞ୍ଜନକୁ ସନ୍ଦେହେୟ କରିଥିଲେ l ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ସେହି ଦିନଠାରୁ ତିତକ୍ତା ଲାଗିଥିଲା l ତେବେ ଗତକାଲି ସକାଳେ ଏହି ଘଟଣାକୁ ଉଭୟଙ୍କ ମଧ୍ୟରେ ବଚସା ହେଇଥିଲା l ଏହି ଘଟଣା ପରେ ସରୋଜ ସନ୍ଧ୍ୟାରେ ବଜାରକୁ ଯାଇ ଆଉ ଘରକୁ ଫେରି ନଥିଲେ l ସେପଟେ ଆଜି ସକାଳେ ସରୋଜଙ୍କ ମୃତଦେହ ଗାଁ ବିଲରେ ପଡ଼ିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ପରେ ସେମାନେ ପରିବାର ଲୋକଙ୍କୁ ଖବର ଦେଇଥିଲେ l ଘର ଲୋକ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଥିଲେ।

ଏହା ମଧ୍ୟ ପଢ଼ନ୍ତୁ... ଗୁଣି ଗାରେଡି ସନ୍ଦେହରେ ଅଜାକୁ ମାରିଲା ନାତି, କୋର୍ଟଚାଲାଣ କଲା ପୋଲିସ - Sundargarh Murder

ସେପଟେ ଖବର ପାଇ ପାଣିକୋଇଲି ପୋଲିସ ଘଟଣା ସ୍ଥଳରେ ପହଂଚି ସାଇଣ୍ଟିଫିକ ଟିମକୁ ଡାକି ଘଟଣାର ତଦନ୍ତ ଆରମ୍ଭ କରିଛି l ତେବେ ଏହି ଘଟଣାକୁ ନେଇ ମୃତ ସରୋଜଙ୍କ ଦାଦା ମୋହନ କୁମାର ଓଝା ରଞ୍ଜନ ଓଝାଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଛନ୍ତି l ସେପଟେ ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଯାଜପୁର ଏସପି ଭିନିତ ଅଗ୍ରୱାଲଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ରୋଡ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଏହି ଘଟଣାରେ କେଶ ନମ୍ବର 334/24ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ସଞ୍ଜୟ l ଏଥିସହିତ ଏହି ଘଟଣାରେ ସମ୍ପୃକ୍ତି ଥିବା ସନ୍ଦେହେୟ କରି ମୃତ ସରୋଜଙ୍କ ସମ୍ପର୍କୀୟ ଭାଇ ରଞ୍ଜନ କୁମାର ଓଝାକୁ ଥାନରେ ଅଟକ ରଖିଥିବା ସୂଚନା ମିଳିଛି l ତେବେ ଏକ ମଦ ବୋତଲରେ ବାଡେଇ ହତ୍ୟା କରାଯାଇଥିବା ପୋଲିସ ସୂତ୍ରରୁ ଖବର ମିଳିଛି l

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details