ଭୁବନେଶ୍ବର:ରାଜ୍ୟରେ ଅନେକ ପଶୁପକ୍ଷୀ ଲୋପ ପାଇଛନ୍ତି। ଆଗକୁ ମଧ୍ୟ ଆହୁରି ଲୋପ ପାଇବାର ସମ୍ଭାବନା ଥିବା ନେଇ ଚେତାଇ ଦେଇଛନ୍ତି ବିଶେଷଜ୍ଞ । ବ୍ୟାପକ ଭାବରେ ସହରାଞ୍ଚଳ ବୃଦ୍ଧି ସାଙ୍ଗକୁ ଜଙ୍ଗଲ ନଷ୍ଟ ଆଦି ବନ୍ୟଜନ୍ତୁଙ୍କ ପାଇଁ ବିପଦ ଘନାଇଛି। ଆଧୁନିକତାର ଛାପ ଜୀବଜନ୍ତୁଙ୍କ ପାଇଁ ହେଉଛି ବିପଦ। ଗାଁ ଲୋକମାନେ ଏବେ ସହରାଭିମୁଖି ହୋଇଥିବାବେଳେ ଗାଁ ଗଣ୍ଡା କଂକ୍ରିଟ ଜଙ୍ଗଲରେ ପରିଣତ ହୋଇଛି । ଖାଦ୍ୟ ଅଭାବ କାରଣରୁ କିମ୍ବା ଶିକାର କାରଣରୁ ଅନେକ ପଶୁପକ୍ଷୀମାନଙ୍କ ବଂଶ ଲୋପ ପାଇବାକୁ ବସିଲାଣି। ଏଥିପ୍ରତି ସଚେତନ ନହେଲେ ଆଗାମୀ ଦିନରେ ପଶୁପକ୍ଷୀ ଉଭାନ ହୋଇଯିବେ ବୋଲି ବିଶେଷଜ୍ଞ ଚେତାଇ ଦେଇଛନ୍ତି।
ବନ୍ୟପ୍ରାଣୀ ବିଶେଷଜ୍ଞ ବିଶ୍ୱଜିତ୍ ମହାନ୍ତି କହିଛନ୍ତି, "ପୂର୍ବରୁ ରାଜ୍ୟ ବା ଦେଶରୁ ଅନେକ ଜୀବଜନ୍ତୁ ବା ପକ୍ଷୀମାନେ ମଧ୍ୟ ଲୋପ ପାଇଛନ୍ତି। ସେମାନଙ୍କୁ ବର୍ତ୍ତମାନ ତାହା ଦେଖିବାକୁ ମିଳୁନାହିଁ। ବନ୍ୟଜନ୍ତୁଙ୍କ ମଧ୍ୟରେ ବାଘ ଆଗାମୀ ଦିନରେ ଓଡ଼ିଶାରୁ ସମ୍ପୂର୍ଣ୍ଣ ରୂପେ ଲୋପ ପାଇବାକୁ ବସିଛି । ବିଗତ ଦିନରେ ଓଡ଼ିଶାରେ ଯେଉଁଭଳି ଭାବରେ ବାଘଙ୍କ ସଂଖ୍ୟା ରହିଥିଲା ତାହା ବର୍ତ୍ତମାନ ସମୟରେ ବହୁତ କମିଯାଇଛି। ଅନେକ ସମୟରେ ଖାଦ୍ୟ ଏବଂ ଶିକାର କାରଣରୁ ବାଘଙ୍କ ସଂଖ୍ୟା ଲୋପ ପାଇବାରେ ଲାଗିଛି। ଅନ୍ୟପଟେ ବଜ୍ରକାପ୍ତା ଏକ ଜୀବ ଯାହାର ଦେଶ ବିଦେଶରେ ବହୁତ ଚାହିଦା ରହିଆସିଛି। ଯାହାକୁ ନେଇ ରାଜ୍ୟରେ ଚୋରା ଚାଲାଣ ଜୋରଦାର ହେଉଛି। ଫଳରେ ରାଜ୍ୟରେ ମଧ୍ୟ ବଜରକାପ୍ତାର ମଧ୍ୟ ବଂଶ ଲୋପ ପାଇବାକୁ ବସିଲାଣି ।"
ସେ ଆହୁରି କହିଛନ୍ତି, "ଘଡିଆଳ କୁମ୍ଭୀର ମଧ୍ୟ ଲୋପ ପାଇବାକୁ ବସିଲାଣି। ଯାହା ବିଶେଷ ଭାବରେ ଦୁର୍ଲଭ ଅଟେ। ଏମାନଙ୍କର ବଂଶକୁ ରକ୍ଷା କରିବା ପାଇଁ ସରକାର ଅନେକ ପଦକ୍ଷେପ ନେବା ଆବଶ୍ୟକ। ଏପଟେ ଅନେକ ପକ୍ଷୀ ମଧ୍ୟ ଲୋପ ପାଇବାକୁ ବସିଲାଣି। ଜଳରାଶିରେ ପକ୍ଷୀମାନେ ବସା ବାନ୍ଧିଥାନ୍ତି। କିନ୍ତୁ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପକ୍ଷୀମାନେ ବିଶେଷ ଭାବରେ ମହାନଦୀ କୂଳରେ ବସା ବାନ୍ଧିଥାନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ଏହି ପକ୍ଷୀମାନେ ସହର ବଢିବା ସହିତ ଆଉ ବସା ବାନ୍ଧିବା ପାଇଁ ଆସୁନାହାନ୍ତି। ତେଣୁ ଏହା ଧୀରେ ଧୀରେ ଲୋପ ପାଇବାକୁ ପସିଲାନି। ଏହାସହ ଶାଗୁଣା, ଘର ଚଡ଼ିଆ, ଝିଙ୍କ, ବାଜରକପ୍ତା, କାଉ ଏବଂ ବାୟା ଚଢ଼େଇ ଭଳି ଅନେକ ପଶୁପକ୍ଷୀମାନେ ଦୁନିଆରୁ ଧୀରେ ଧୀରେ ଲୋପ ପାଇଯାଉଛନ୍ତି ।"