ଭୁବନେଶ୍ବର:ଆସନ୍ତାକାଲି ଆସିବାକୁ ଯାଉଛି ଅନ୍ତରୀଣ ବଜେଟ । ନିର୍ବାଚନକୁ ଆଖି ଆଗରେ ରଖି ଜନତାଙ୍କୁ ସୁହାଇଲା ଭଳି କେଉଁ ବଡ଼ ଘୋଷଣା କରିବେ ମୋଦି ସରକାର ତା' ଉପରେ ସମସ୍ତଙ୍କ ନଜର । ଅର୍ଥନୀତି ବିଶାରଦ ପ୍ରଭାସ ମିଶ୍ର କହିଛନ୍ତି, "ଯେହେତୁ ଏହା ଏକ ଅନ୍ତରୀଣ ବଜେଟ କେନ୍ଦ୍ର ସରକାର ଅନେକ ଯୋଜନା ସମ୍ପର୍କରେ ଖୋଲାଖୋଲି ଘୋଷଣା କରିନପାରନ୍ତି। କିନ୍ତୁ କିଛି ଇଣ୍ଡିକେସନ ଦେଇପାରନ୍ତି । ଯେହେତୁ ଦେଶରେ ଟାକ୍ସ କଲେକ୍ସନ ଭଲ ହୋଇଛି । ଜିଏସଟି ବାବଦରେ ୧ ଲକ୍ଷ ୬୦ ହଜାର କୋଟି ଟଙ୍କା କଲେକ୍ସନ ହୋଇଛି । ଡାଇରେକ୍ଟ ଟାକ୍ସରେ 22 ପ୍ରତିଶତ ଅଭିବୃଦ୍ଧି ଘଟିଛି । ତେଣୁ ନୂଆ କିଛି ଘୋଷଣା କରିବା ପାଇଁ ସରକାରଙ୍କ ପାଖରେ ଯଥେଷ୍ଟ ସମ୍ବଳ ଅଛି । ଏହି ସୁଯୋଗ ଥିଲେ ମଧ୍ୟ ଅନ୍ତରୀଣ ବଜେଟ୍ କାରଣକୁ ସରକାର ଘୋଷଣା କରିପାରିବେ ନାହିଁ । କିନ୍ତୁ ବଜେଟ ସ୍ପିଚ୍ ମାଧ୍ୟମରେ ଅନେକ କିଛି କହିପାରିବେ ।"
"ଅନ୍ତରୀଣ ବଜେଟରେ ଶ୍ରମିକମାନଙ୍କ ନିରାପତ୍ତା ଏବଂ ନିରନ୍ତର ରୋଜଗାର ପାଇଁ ସରକାର କିଛି ଘୋଷଣା କରିପାରନ୍ତି । ଏ ଦିଗ ଉପରେ ଗୁରୁତ୍ବ ଦେଇପାରନ୍ତି । ସେହିପରି ବୟସ୍କମାନଙ୍କ ପେନସନ ବାବଦରେ ମଧ୍ୟ କିଛି ନିଷ୍ପତ୍ତି ନେଇପାରନ୍ତି । ବିଶେଷ କରି ଓଲଡ ଏଜ୍ ପେନସନ ଦିଗରେ ସରକାର ଘୋଷଣା କରିପାରନ୍ତି । 'ସୋସିଆଲ ସିକ୍ୟୁରିଟି ସ୍କିମ' ଲଞ୍ଚ କରିପାରନ୍ତି ସରକାର । ବିଶେଷ କରି ଶିକ୍ଷା ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ ଅନେକ ଗ୍ୟାପ୍ ରହିଛି । ସ୍ବାସ୍ଥ୍ୟ କ୍ଷେତ୍ର କଥା ଯଦି ଦେଖିବା ତେବେ ପ୍ରାଇମେରୀ ହେଲଥ ସେଣ୍ଟରରେ 25 ପ୍ରତିଶତ ଡାକ୍ତର ନାହାନ୍ତି" ବୋଲି କହିଛନ୍ତି ଅର୍ଥନୀତି ବିଶାରଦ ପ୍ରଭାସ ମିଶ୍ର ।