ଓଡିଶା

odisha

ETV Bharat / state

ପୁଣି ଜେଲ ଗଲେ ଲାଞ୍ଚୁଆ ନିଲମ୍ବିତ ପିଇଓ ସନ୍ୟାସୀ ନାୟକ - EX PEO SANYASI NAYAK ARRESTED

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ରାମପୁର ବ୍ଲକର ପୂର୍ବତନ ପିଇଓ ସନ୍ୟାସୀ ନାୟକ । ସେ ପୂର୍ବରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଗିରଫ ହୋଇଥିଲେ ।

EX PEO SANYASI NAYAK ARRESTED
EX PEO SANYASI NAYAK ARRESTED (ETV Bharat odisha)

By ETV Bharat Odisha Team

Published : Nov 2, 2024, 9:44 PM IST

ଭବାନୀପାଟଣା:ଗିରଫ ହେଲେ ନିଲମ୍ବିତ ପିଇଓ ସନ୍ୟାସୀ ନାୟକ। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କାଣୀଗୁମା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ସନ୍ୟାସୀ ନାୟକଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଛି । ଜାମିନ ନମିଳିବାରୁ ତାଙ୍କୁ ଶେଷରେ ଜେଲ ଯିବାକୁ ପଡିଛି । ପିଇଓ ସନ୍ୟାସୀ ନାୟକଙ୍କ ପାଖରେ ପ୍ରାୟ ୬୮ ଲକ୍ଷ ୬ ହଜାର ୨୭୮ ଟଙ୍କା ଆୟ ବହିର୍ଭୂତ ସମ୍ପତି ଠୁଳ ଥ‌ିବା ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ଜଣାପଡିଛି ।

EX PEO SANYASI NAYAK ARRESTED (ETV Bharat odisha)

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ:

ସୂଚନା ଅନୁଯାୟୀ, ପିଇଓ ସନ୍ୟାସୀ ନାୟକ ଗତ ମେ ମାସ ୨୭ ତାରିଖରେ କାଣିଗୁମା ପଞ୍ଚାୟତର ଗ୍ରାମ ସାଥୀଙ୍କଠାରୁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାମ କରିଥିବା ଶ୍ରମିକଙ୍କ ବିଲ୍ କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ ଭବାନୀପାଟଣା ସହରରେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଭିଜିଲାନ୍ସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ଘଟଣା ପରେ ଜିଲ୍ଳା ପ୍ରଶାସନ ପକ୍ଷରୁ ପିଇଓ ସନ୍ୟାସୀ ନାୟକଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା । ତଦନ୍ତ ବେଳେ ଗିରଫ ପିଇଓଙ୍କ ଆୟ ବହିର୍ଭୂତ ସମ୍ପତ୍ତି ରହିଥିବା ଜଣାପଡ଼ିଥିଲା । ତାଙ୍କ ନିକଟରେ ୬୮ ଲକ୍ଷ ୬ ହଜାର ୨୭୮ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ରହିଥିବା ଭିଜିଲାନ୍ସ ଜାଣିବାକୁ ପାଇଥିଲା । ପୁଣି ଥରେ ସନ୍ୟାସୀ ନାୟକଙ୍କୁ ଗିରଫ କରି ଚାଲାଣ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି ।

EX PEO SANYASI NAYAK ARRESTED (ETV Bharat odisha)

ଏହା ମଧ୍ୟ ପଢନ୍ତୁ ...ଅସାଧୁ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଭିଜିଲାନ୍ସ ହାତ ଖୋଲା: ମୁଖ୍ୟମନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ ...ଭିଜିଲାନ୍ସ ଜାଲରେ ଖାଦ୍ୟ ସୁରକ୍ଷା ଅଧିକାରୀ, ଫ୍ୟାକ୍ଟ୍ରି ଲାଇସେନ୍ସ ପାଇଁ ଲାଞ୍ଚ ନେଇ ଧରାପଡ଼ିଲେ - FSO IN VIGILANCE NET

ଏହା ମଧ୍ୟ ପଢନ୍ତୁ ...ଭିଜିଲାନ୍ସ ଜାଲରେ କେନ୍ଦୁଝର ବୈତରଣୀ ବେସିନ ମୁଖ୍ୟଯନ୍ତ୍ରୀ, ୧୦ରୁ ଅଧିକ ସ୍ଥାନରେ ରେଡ୍

ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ମୁଖ୍ୟ ଯନ୍ତ୍ରୀ:

ଗତ ଅକ୍ଟୋବର ୨୨ ତାରିଖରେ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ବୈତରଣୀ ବେସିନ ମୁଖ୍ୟ ଯନ୍ତ୍ରୀ କୈଳାସ ସାହୁଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ । କୈଳାସ ସାହୁଙ୍କ ଡ଼ାକବଙ୍ଗଳା ସ୍ଥିତ ଏକ ଆପାଟମେଣ୍ଟ ଭିତରେ ଥିବା ଭଡା ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ଏକକାଳୀନ ୧୦ଟି ସ୍ଥାନରେ ରେଡ ହୋଇଥିଲା । କେନ୍ଦୁଝର ଓ ଭଦ୍ରକ ଜିଲ୍ଲା ଦାୟିତ୍ଵରେ ଅନେକ ଦିନ ଧରି ରହି ଆସୁଥିବା ବେଳେ ତାଙ୍କ ନାମରେ ବିଭିନ୍ନ ସମୟରେ ଦୁର୍ନୀତିର ଅନେକ ଅଭିଯୋଗ ହୋଇ ଆସିଥିଲା ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details