ଓଡିଶା

odisha

ETV Bharat / state

ଜନ୍ମମାଟିରେ ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲ୍ଲାକାଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେଲା ଶେଷକୃତ୍ୟ - Last Rites Of Damburudhara Ulaka - LAST RITES OF DAMBURUDHARA ULAKA

Last Rites Of Damburudhara Ulaka: ପଞ୍ଚଭୂତରେ ବିଲୀନ ହେଲେ ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲ୍ଲାକା । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜନ୍ମମାଟିରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଅଧିକ ପଢନ୍ତୁ

ପଞ୍ଚଭୂତରେ ବିଲୀନ ହେଲେ ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲ୍ଲାକା
ପଞ୍ଚଭୂତରେ ବିଲୀନ ହେଲେ ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲ୍ଲାକା (ETV Bharat Odisha)

By ETV Bharat Odisha Team

Published : May 17, 2024, 2:30 PM IST

ପଞ୍ଚଭୂତରେ ବିଲୀନ ହେଲେ ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲ୍ଲାକା (ETV Bharat Odisha)

ରାୟଗଡା:ଇହ ରାଇଜରୁ ଉଭେଇଗଲେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲ୍ଲାକା । ନିଜ ଜନ୍ମ ସ୍ଥାନ ରାୟଗଡା ଜିଲ୍ଲାର ବାଙ୍କିଲି ଶ୍ମଶାନ ଠାରେ ଡମ୍ବରୁଧରଙ୍କ ଶେଷ ରୀତିନୀତି ସମ୍ପନ୍ନ ହୋଇଛି । ପରିବାର, ସମ୍ପର୍କୀୟ ଓ ରାଜନେତାଙ୍କ ଗହଣରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ସୂଚନା ଅନୁସାରେ, ଅସୁସ୍ଥତା କାରଣରୁ ସେ ଦୀର୍ଘ ଦିନ ଧରି ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଗତ ୧୪ ତାରିଖ ରାତିରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ପରେ ଭୁବନେଶ୍ୱରରୁ ତାଙ୍କୁ ନିଜ ଗାଁ ବାଙ୍କିଲି ଅଣାଯାଇଥିଲା । ଗତକାଲି(ଏପ୍ରିଲ ୧୬)ରେ ଡମ୍ବରୁଧରଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ରୀତିନୀତି କରାଯାଇଛି । ତେବେ ରାଜ୍ୟ ଗୃହ ବିଭାଗ ଓ ଜିଲ୍ଲାପାଳ ସତ୍ୟବାନ ମହାଜନଙ୍କ ନିର୍ଦ୍ଦେକ୍ରମେ ଗୋଟିଏ ସେକ୍ସନ ପୋଲିସ ବାହିନୀ ରାଷ୍ଟ୍ରୀୟ ମର୍ଯ୍ୟାଦା ପୂର୍ବକ ଗାର୍ଡ ଅଫ ଅର୍ନର ପ୍ରଦାନ କରିଥିଲେ l

ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପୂର୍ବତନ ସାସଂଦ ହେମା ଗମାଙ୍ଗ, ଝିନ୍ନ ହିକକା, ଜୟରାମ ପାଙ୍ଗି, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ଆଦି ତାଙ୍କ ଶେଷ ଦର୍ଶନ କରିବା ସହ ଅନ୍ତିମ ସଂସ୍କାରରେ ଉପସ୍ଥିତ ଥିଲେ । ଏଥିସହ ଅନ୍ତିମ ଦର୍ଶନ ନିମନ୍ତେ ରାୟଗଡା ଜିଲ୍ଲାରୁ ଓ ଅନ୍ୟଜିଲ୍ଲାରୁ ମଧ୍ୟ ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ଆଖ ପାଖ ଅଞ୍ଚଳରୁ ହଜାର ହଜାର ଲୋକ ବିଶେଷ ଉପସ୍ଥିତ ଥିଲେ । ତାଙ୍କର ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି ।

ଏହା ମଧ୍ୟ ପଢନ୍ତୁ:ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲ୍ଲାକାଙ୍କ ପରଲୋକ

ସୂଚନାଯୋଗ୍ୟ, ଡମ୍ବରୁଧର ଉଲ୍ଲାକା ୧୯୭୪ ମସିହାରେ କଂଗ୍ରେସ ଦଳରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ରାୟଗଡ଼ା ଜିଲ୍ଲା ବିଷମକଟକ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସେ (୧୯୭୭, ୧୯୮୦, ୧୯୮୫, ୧୯୯୫, ୨୦୦୪ ଓ ୨୦୦୯ ) ପର୍ଯ୍ୟନ୍ତ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୮୨ ଓ ୧୯୮୯ ମସିହାରେ ସେ ରାଜ୍ୟ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ । ୧୯୮୫ରେ ଜାନକୀବଲ୍ଲବ ପଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଜଙ୍ଗଲ ବିଭାଗ, ଅବକାରୀ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ଶେଷଥର ପାଇଁ ୨୦୧୪ ମସିହାରେ ବିଷମକଟକ ନିର୍ବାଚନ ମଣ୍ଡଳୀରୁ ବିଧାୟକା ଭାବେ ନିର୍ବାଚନ ଲଢିଥିଲେ ।

ଏହା ମଧ୍ୟ ପଢନ୍ତୁ:ଡମ୍ବରୁଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜ୍ୟ ସରକାର

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details