ଓଡିଶା

odisha

By ETV Bharat Odisha Team

Published : Feb 17, 2024, 5:03 PM IST

Updated : Feb 17, 2024, 5:13 PM IST

ETV Bharat / state

ବେଷ୍ଟ କ୍ଲାଇମେଟ ରିପୋଟିଂ ଆୱାର୍ଡ, ସମ୍ମାନିତ ହେଲେ ଇଟିଭି ଭାରତ ସାମ୍ବାଦିକ ସି.ଏଚ ଶାନ୍ତାକାର

Best Climate Reporting Award: ଇଟିଭି ଭାରତର ସାମ୍ବାଦିକଙ୍କୁ ମିଳିଲା ସମ୍ମାନଜନକ 'ବେଷ୍ଟ କ୍ଲାଇମେଟ ରିପୋଟିଂ ଆୱାର୍ଡ' । ନିଜର ଉତ୍କୃଷ୍ଟ ରିପୋର୍ଟିଂ ପାଇଁ ଏହି ପୁରସ୍କାର ଜିତିଛନ୍ତି ଇଟିଭି ଭାରତ କୋରାପୁଟ ଜିଲ୍ଲା ପ୍ରତିନିଧି ସି.ଏଚ ଶାନ୍ତାକାର । ଅଧିକ ପଢନ୍ତୁ

Best Climate Reporting Award
Best Climate Reporting Award

ବେଷ୍ଟ କ୍ଲାଇମେଟ ରିପୋଟିଂ ଆୱାର୍ଡ, ସମ୍ମାନିତ ହେଲେ ଇଟିଭି ଭାରତ ସାମ୍ବାଦିକ ସି.ଏଚ ଶାନ୍ତାକାର

ଭୁବନେଶ୍ବର:ଜଳବାୟୁ ପରିବର୍ତ୍ତନ ନେଇ ଉତ୍କୃଷ୍ଟ ରିପୋର୍ଟିଂ ପାଇଁ ସମ୍ମାନିତ ହେଲେ 'ଇଟିଭି ଭାରତ'ର ବରିଷ୍ଠ ସାମ୍ବାଦିକ ତଥା କୋରାପୁଟ ଜିଲ୍ଲା ପ୍ରତିନିଧି ସି.ଏଚ ଶାନ୍ତାକାର । ତାଙ୍କୁ ବେଷ୍ଟ କ୍ଲାଇମେଟ ରିପୋଟିଂ ଆୱାର୍ଡରେ ସମ୍ମାନିତ କରାଯାଇଛି । ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ବରେ ଚିନ୍ତାର କାରଣ ପାଲିଟିଥିବା ବେଳେ ଏହାର ଭୟାବହତାକୁ ହୃଦୟଙ୍ଗମ କରି ନିରନ୍ତର ଭାବେ ଏହି ସମ୍ବନ୍ଧୀୟ ରିପୋର୍ଟିଂ କରିଆସୁଥିବା ଶାନ୍ତାକାରଙ୍କୁ ଭୁବନେଶ୍ବର ସ୍ଥିତ ଓଡ଼ିଶା ପ୍ରେସକ୍ଳବ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କର୍ମଶାଳାରେ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ଇଟିଭି ଭାରତର ବରିଷ୍ଠା ସାମ୍ବାଦିକ ଶାନ୍ତାକାର ଜଳବାୟୁ ପରିବର୍ତ୍ତନକୁ ନେଇ ଅନେକ ଥର ଖବର ପରିବେଷଣ କରିଛନ୍ତି । ବିଶେଷ କରି ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କୁହାଯାଉଥିବା କୋରାପୁଟରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ କିପରି ପଡ଼ିଛି ସେ ନେଇ ବିଭିନ୍ନ ସମୟରେ ରିପୋର୍ଟିଂ କରି ଏହାକୁ ଲୋକଲୋଚନକୁ ଆଣିବାକୁ ସେ ପ୍ରୟାସ କରିଥାନ୍ତି । ତାଙ୍କର ଏଭଳି କିଛି ରିପୋର୍ଟିଂ ମଧ୍ୟରେ ରହିଛି 'ବିକାଶ ନାଁରେ ପବର୍ତରାଜିର ସୁନ୍ଦରତାକୁ ନଷ୍ଟ କରିବା', 'କୋରାପୁଟ ଜୈବ ବିବିଧତା ଓ ଜଳବାୟୁ ପରିବର୍ତ୍ତନ', 'ଖଣି ଖନନ ଯୋଗୁଁ ଅସ୍ତିତ୍ବ ହରାଇବାକୁ ବସିଥିବା କୋରାପୁଟ ପାହାଡ଼ିଆ ଅଞ୍ଚଳର ସୌନ୍ଦର୍ଯ୍ୟ' ।

ଏହା ବି ପଢନ୍ତୁ- ରାଜ୍ୟସ୍ତରୀୟ ନେତାଜୀ ଜୟନ୍ତୀ ସମାରୋହ: ଇଟିଭି ଭାରତ ସାମ୍ବାଦିକ ରାଷ୍ଟ୍ରୀୟ ଗୌରବ ସମ୍ମାନରେ ସମ୍ମାନିତ

ଏହା ବି ପଢନ୍ତୁ- Hockey World Cup: ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ବିତର୍କ ପ୍ରତିଯୋଗିତା, ପ୍ରଥମ ହେଲେ ଇଟିଭି ଭାରତ ସାମ୍ବାଦିକ

ତେବେ ଇଟିଭି ଭାରତର ସାମ୍ବାଦିକ ଶାନ୍ତାକାରଙ୍କ ସମେତ ରାଜ୍ୟର ବିଭିନ୍ନ ଖବର କାଗଜ ଓ ଟେଲିଭିଜନର ୫ ଜଣ ସାମ୍ବାଦିକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ତେବେ ଏନେଇ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ କହିଛନ୍ତି, "ବିଶ୍ବର ଜଳବାୟୁ ବିଷାକ୍ତ ହେଉଥିବାରୁ ଏଥିପ୍ରତି ସଚେତନତା ଅବଲମ୍ବନ କରି ସବୁବେଳେ ଲୋକଙ୍କୁ ନେଇ ବିଭିନ୍ନ ଯୋଜନା କରାଯିବା ଆବଶ୍ୟକ । ଅନେକ ସମୟରେ ରାଜ୍ୟ ସରକାର ପଲିସି ପ୍ରସ୍ତୁତ କରିଥାନ୍ତି, କିନ୍ତୁ ଏହାରି ମଧ୍ୟରେ ଲୋକଙ୍କର ମତାମତ ନେବାରେ ସମ୍ଭବ ହୋଇନଥାଏ । ଯାହା ଫଳରେ କି ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।"

ଏପଟେ ପଦ୍ମଶ୍ରୀ ସାବରମତୀ କହିଛନ୍ତି, "ଜଳବାୟୁକୁ ନେଇ ଏକ ଆଇନ ପ୍ରଣୟନ କରାଯାଇଛି । ଏହା ସହ ବଜେଟ ମଧ୍ୟ କରାଯାଇଛି । ଏହା ସତ୍ତ୍ବେ ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠି ଗଦା ଗଦା ଅଳିଆ ପଡ଼ିରହିଛି । ୧୯୯୯ ମସିହାରେ ବାତ୍ୟା ହେଉ ବା ବନ୍ୟା ହେଉ ସବୁଠାରେ ଆଗରେ ରହିଛି ଓଡ଼ିଶା । ତେବେ ଏହାକୁ ଛାଡିଦେଲେ ଅନ୍ୟ ସମସ୍ତ କାର୍ଯ୍ୟରେ ଆହୁରି କାମ ରାଜ୍ୟ ସରକାରଙ୍କୁ କରିବାକୁ ହେବ । ଯାହାଦ୍ବାରା କିଛି ମାତ୍ରାରେ ଜଳବାୟୁ ଉପରେ ଭଲ ପ୍ରଭାବ ପଡ଼ିବ।"

ଜଳବାୟୁ ପରିବର୍ତ୍ତନ ଯୋଗୁଁ ବିଶେଷ ଭାବରେ କୃଷି କ୍ଷେତ୍ରରେ ଅଧିକ ମାତ୍ରାରେ ପ୍ରଭାବ ପଡୁଛି । ଜଳବାୟୁ ପରିବର୍ତ୍ତନ ଏବେ ଋତୁର ରୂପରେଖ ବଦଳାଇଛି । ଋତୁରେ ଏଭଳି ପରିବର୍ତ୍ତନ ଯୋଗୁଁ ଏବେ ମରୁଡ଼ି, ବନ୍ୟା ଭଳି ସ୍ଥିତି ଉପୁଜୁଛି । ଯାହାକି ଜଳାଭାବ ଓ ଖାଦ୍ୟ ସୁରକ୍ଷାକୁ ଆହ୍ବାନ କରୁଛି । ଭବିଷ୍ୟତରେ ଏକ ସ୍ଥିର ଏବଂ ନିର୍ଭରଯୋଗ୍ୟ ମୌସୁମୀ ପ୍ରଣାଳୀ ସୁନିଶ୍ଚିତ କରିବା ପାଇଁ ବିଶ୍ବବାସୀଙ୍କୁ ସଚେତନ ହୋଇ ଅନେକ କିଛି କରିବାର ଆବଶ୍ୟକତା ରହିଛି ।

ପଢନ୍ତୁ ସମ୍ମାନିତ ସାମ୍ବାଦିକଙ୍କ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ରିପୋର୍ଟ:-

ଜଳବାୟୁ ପରିବର୍ତ୍ତନ ପ୍ରଭାବ, ମୁଣ୍ଡରେ ହାତ ଦେଲେ ଗୋଲମରିଚ ଚାଷୀ

ଚମକ ହରାଇବ କୋରାପୁଟର ବାଲଡା ପାହାଡ ! ବିକାଶ ନାଁରେ ହେବ ଖଣିଖନନ, ଲୋକଙ୍କ ନାପସନ୍ଦ

ନିରବି ଯାଉଛି ପାହାଡ଼ର ସ୍ବର ! ଗୋଟି ଗୋଟି ହୋଇ ମାଟିରେ ଲୋଟି ପଡ଼ୁଛି ବୃକ୍ଷରାଜି

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 17, 2024, 5:13 PM IST

ABOUT THE AUTHOR

...view details