ଓଡିଶା

odisha

ETV Bharat / state

ETV Bharat Exclusive: ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ, ଭ୍ରମିତ ନହେବାକୁ ପରାମର୍ଶ ଦେଲେ - Interview With Pravati Parida - INTERVIEW WITH PRAVATI PARIDA

Interview With Odisha Deputy CM Pravati Parida: କେଉଁମାନଙ୍କୁ ମିଳିବ ସୁଭଦ୍ରା ଯୋଜନା । କେଉଁ ଦିନ ଠାରୁ ଶୁଭାରମ୍ଭ ହେବ ଏହି ଯୋଜନା । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଅଧିକ ପଢ଼ନ୍ତୁ

Subhadra Yojana
Subhadra Yojana (ETV Bharat Odisha)

By ETV Bharat Odisha Team

Published : Jul 26, 2024, 10:35 PM IST

ଭୁବନେଶ୍ବର: ‘ସୁଭଦ୍ରା’ ଯୋଜନାକୁ ନେଇ ଲୋକଙ୍କ ମନରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଗତକାଲି ବଜେଟରେ ସୁଭଦ୍ରା ଯୋଜନା ପାଇଁ ମୁଖ୍ୟମନ୍ତ୍ରୀ ଟଙ୍କା ବ୍ୟୟବରାଦ କରିବା ପରେ ମହିଳାଙ୍କ ମନରେ ଖୁସିର ଲହର । ତେବେ କେବେଠାରୁ ଆରମ୍ଭ ହେବ ଏହି ସୁଭଦ୍ରା ଯୋଜନା ? କେଉଁମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ ? କାହାକୁ ମିଳିବ ଯୋଜନା ? ଏଭଳି ଅନେକ ପ୍ରଶ୍ନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଏନେଇ ସମସ୍ତ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ETV Bharat Interview With Odisha Deputy CM Pravati Parida (ETV Bharat Odisha)

କେବେ ଶୁଭାରମ୍ଭ ହେବ ସୁଭଦ୍ରା ଯୋଜନା:

ତେବେ ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି, ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, "ସୁଭଦ୍ରା ଯୋଜନା ପାଇଁ ଏସଓପି (SOP) ଚାଲିଛି । ଅଗଷ୍ଟ 15 ସୁଦ୍ଧା ସମସ୍ତ ଏସଓପି ପ୍ରସ୍ତୁତ କରାଯିବ । ମହିଳାମାନଙ୍କୁ ସ୍ୱାବଲମ୍ବୀ ଏବଂ ସମୃଦ୍ଧ କରିବାକୁ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇ ଦେବେ । ବିଜେପିର ଫ୍ଲାଗସିପ ଯୋଜନା ସୁଭଦ୍ରା । ସୁଭଦ୍ରା ଯୋଜନାରେ 50 ହଜାର ଟଙ୍କା ଯୋଗାଇଦେବେ ରାଜ୍ୟ ସରକାର । କେବେଠାରୁ ଆବେଦନ କରାଯିବ ଏବଂ କେଉଁମାନେ ଆବେଦନ କରିବେ ଖୁବଶୀଘ୍ର ତାହା ସ୍ପଷ୍ଟ ହୋଇଯିବ ।"

ବର୍ତ୍ତମାନ ସୁଦ୍ଧା ‘ସୁଭଦ୍ରା’ ଯୋଜନାରେ ଆବେଦନ କରିବା ଲାଗି ସରକାରଙ୍କ ପକ୍ଷରୁ କୌଣସି ଫର୍ମ ଜାରି କରାଯାଇ ନାହଁ । ଏହି ଯୋଜନାକୁ ନେଇ ଔପଚାରିକ ଭାବେ ମଧ୍ୟ କୌଣସି ବିଜ୍ଞପ୍ତି ପ୍ରକାଶ କରାଯାଇନାହିଁ । ତେବେ କେମିତି ଦେବେ କାହାକୁ ଦେବେ, ହିତାଧିକାରୀ ଚୟନର ମାନଦଣ୍ଡ କ'ଣ ରହିବ ସେ ନେଇ ତର୍ଜମା ଚାଲିଛି । ସେପ୍ଟେମ୍ବର 17 ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ଏହି ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଉ ଅଛି ଯେ ସୁଭଦ୍ରା ଯୋଜନା ନେଇ କୌଣସି ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇନାହିଁ । ପ୍ରସ୍ତୁତ ହେଲେ ଯୋଜନା ବିଷୟରେ ଜଣାଇ ଦିଆଯିବ।"

କେଉଁ ଆଧାରରେ ମିଳିବ ଟଙ୍କା ?

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, "ଏ ହେଉଛି ଲୋକଙ୍କ ସରକାର । ଲୋକଙ୍କ ମତ ନିଆଯିବ । ବିଜେପିର ସଂକଳ୍ପ ପତ୍ରରେ ଯାହା ଥିଲା, ଲୋକ କ'ଣ ଚାହୁଁଛନ୍ତି । କ'ଣ କଲେ ସାଧାରଣ ମହିଳା ସୁଭଦ୍ରା ଯୋଜନାରେ ଉପକୃତ ହୋଇପାରିବେ । ଏନେଇ ଲୋକ ଯାହା ମତ ଦେବେ ବୁଦ୍ଧିଜୀବୀମାନେ, ମହିଳାଙ୍କ ଉତ୍ଥାନ ପାଇଁ କାର୍ଯ୍ୟ କରୁଥିବା ଅନେକ ଅନୁଷ୍ଠାନ ସହ ସରକାର ଆଲୋଚନା କରିବେ । ଯାହା କିଛି ଫିଡ୍‌ବ୍ୟାକ ଆସିବ ତାହା ହିଁ ଏସଓପି ଭାବରେ ଲୋକଙ୍କ ପାଖକୁ ଯିବ ।

କେମିତି ହେବ ଆବେଦନ:

"ଅଗଷ୍ଟ 15 ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । ମୋଡାଲିଟି ଫାଇନାଲ ହୋଇଯିବ । ସରକାର ବିଭିନ୍ନ ବିଜ୍ଞାପନ ମାଧ୍ୟମରେ ଲୋକଙ୍କୁ ଜଣାଇଦେବେ ଯେ, ଲୋକମାନେ କେଉଁ ମାଧ୍ୟମରେ ଅର୍ଥରାଶି ପାଇପାରିବେ । ତେଣୁ ଅଯଥା ଅନ୍ୟ କଥାରେ ନଯାଇ, ଭ୍ରମିତ ନହୋଇ ଅପେକ୍ଷା କରନ୍ତୁ । ଅଗଷ୍ଟ 15 ତାରିଖ ପର୍ଯ୍ୟନ୍ତ ସରକାରଙ୍କ ମତକୁ ଅପେକ୍ଷା କରନ୍ତୁ ।

ବଜେଟରେ ସୁଭଦ୍ରା ଯୋଜନା:

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିଛନ୍ତି । ବଜେଟରେ ସୁଭଦ୍ରା ଯୋଜନା ପାଇଁ ସ୍ବତନ୍ତ୍ର ବ୍ୟୟବରାଦ କରିଛନ୍ତି । ୨୦୨୪-୨୫ ଆର୍ଥିକ ବର୍ଷରେ ସୁଭଦ୍ରା ଯୋଜନା ପାଇଁ ରାଜ୍ୟ ସରକାର ୧୦ ହଜାର କୋଟି ବ୍ୟୟବରାଦ କରିଛନ୍ତି । ଏହି ଯୋଜନା ମହିଳାମାନଙ୍କ ମଧ୍ୟରେ ଉଦ୍ୟୋଗ ବିକାଶ, ମହିଳା ସଶକ୍ତିକରଣ ଓ ଆର୍ଥିକ ସ୍ୱାଧୀନତା ଆଣିବ । ଏହାକୁ କାର୍ଯ୍ୟକାରୀ ପାଇଁ ବଜେଟରେ ୧୦ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଏହା ମଧ୍ୟ ପଢ଼ନ୍ତୁ...ମୋହନ ସରକାରର ପ୍ରଥମ ବଜେଟ; ନିର୍ବାଚନ ବେଳେ କହିଥିଲେ, ‘ଏବେ 40 ହଜାର କୋଟି ଋଣ କରିବ ବିଜେପି ସରକାର’ ! - Govt take loan from open market

ସୁଭଦ୍ରା ଯୋଜନାରେ ମିଳିବ କେତେ ଟଙ୍କା :

ମହିଳାମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତିକରଣ ଏବଂ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ଏକ ନୂତନ ଯୋଜନା ହେଉଛି 'ସୁଭଦ୍ରା' ଯୋଜନା । ଏହି ଯୋଜନାରେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ 50,000 ଟଙ୍କାର ଭାଉଚର ଯୋଗାଇ ଦିଆଯିବ । ୨ ବର୍ଷ ମଧ୍ୟରେ ସେମାନେ ଏହାକୁ ଖର୍ଚ୍ଚ କରିପାରିବେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details