ଓଡିଶା

odisha

ETV Bharat / state

ଆଜିଠୁ ଯୁକ୍ତ ଦୁଇ ନାମଲେଖା ଆବେଦନ, ଚିନ୍ତା ବଢ଼ାଇଲା ନକଲି ସାର୍ଟିଫିକେଟ - Fake Certificate Tension - FAKE CERTIFICATE TENSION

Fake Certificate Tension: ରାଜ୍ୟରେ ଚାଲିଛି ନାମଲେଖା ପ୍ରକ୍ରିୟା । ଆଜିଠୁ ଯୁକ୍ତ ଦୁଇରେ ନାମଲେଖା ପାଇଁ ଆବେଦନ ଆରମ୍ଭ ହୋଇଛି । ଏହି ସମୟରେ ନକଲି ସାର୍ଟିଫିକେଟ ବ୍ୟବହାରକୁ ନେଇ ଚିନ୍ତାରେ ପଡିଛି ଶିକ୍ଷା ବିଭାଗ । ଅଧିକ ପଢନ୍ତୁ

ଆଜିଠୁ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା, ଚିନ୍ତା ବଢ଼ାଇଲା ନକଲି ସାର୍ଟିଫିକେଟ
ଆଜିଠୁ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା, ଚିନ୍ତା ବଢ଼ାଇଲା ନକଲି ସାର୍ଟିଫିକେଟ (ETV Bharat Odisha)

By ETV Bharat Odisha Team

Published : Jun 7, 2024, 11:23 AM IST

ଭୁବନେଶ୍ବର:ରାଜ୍ୟରେ ଚାଲିଛି ନାମଲେଖା ଆବେଦନ ପ୍ରକ୍ରିୟା । ଚଳିତ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଯୁକ୍ତ ତିନି ପାଠ୍ୟକ୍ରମରେ ନାମଲେଖା ଜାରି ରହିଥିବା ବେଳେ ଆଜିଠାରୁ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଏହି ସମୟରେ ନକଲି ସାର୍ଟିଫିକେଟ ବ୍ୟବହାରକୁ ନେଇ ଚିନ୍ତା ବଢିଛି । ଅନେକ ଛାତ୍ରଛାତ୍ରୀ ନକଲି ସାର୍ଟିଫିକେଟ ମାଧ୍ୟମରେ ନାମ ଲେଖାଇଥାନ୍ତି । ଏମିତିକି ଏକାଧିକ ଛାତ୍ରଛାତ୍ରୀ ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ ନାମ ଲେଖାଇବା ଘଟଣା ମଧ୍ୟ ପୂର୍ବରୁ ଦେଖାଯାଇଛି । ଏହାଦ୍ବାରା ପ୍ରକୃତ ଯୋଗ୍ୟ ଛାତ୍ରଛାତ୍ରୀ ନାମଲେଖାରୁ ବଞ୍ଚିତ ହୋଇଥାନ୍ତି ।

ବିଗତ ବର୍ଷରେ ରାଜ୍ୟରେ ନକଲି ସାର୍ଟିଫିକେଟ ତାଲିକା ବୃଦ୍ଧି ପାଇଥିବା ନଜରକୁ ଆସିଥିଲା । ଏକାଧିକ ଛାତ୍ରଛାତ୍ରୀ ଏହିପରି ନକଲି ସାର୍ଟିଫିକେଟ ଦେଖାଇ ନାମ ଲେଖାଇଥିଲେ । ଗତବର୍ଷ ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନର ବିଭିନ୍ନ ବିଭାଗରେ ପ୍ରାୟ ୧୦୦ ଜଣ ଛାତ୍ରଛାତ୍ରୀ ନକଲି ସାର୍ଟିଫିକେଟ ଦେଖାଇ ନାମ ଲେଖାଇଥିବା ସାମ୍ନାକୁ ଆସିଥିଲା ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଥିଲା । ଏପରିକି ଅନେକ ପିଲା ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ ରାଜ୍ୟର ପ୍ରମୁଖ ମହାବିଦ୍ୟାଳୟରେ ନାମ ଲେଖାଇଥିଲେ । ଏହାର ଯାଞ୍ଚ କରାଯିବା ପରେ ଗତ ବର୍ଷ ୬୦ ଜଣ ଛାତ୍ରଛତ୍ରୀଙ୍କ ଆଡମିସନ ବାତିଲ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ଆରମ୍ଭ ହେଲା +3 ନାମଲେଖା ଆବେଦନ, ନାମଲେଖାରୁ ବାଦ ପଡ଼ିଲା ୧୦ କଲେଜ - Plus Three Admission Process

ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡିକ ମଧ୍ୟରେ ଭୁବନେଶ୍ବରର ବିଜେବି ସ୍ବଂୟଶାସିତ ମହାବିଦ୍ୟାଳୟ, ମହର୍ଷି କଲେଜ, ରାଜଧାନୀ ମହାବିଦ୍ୟାଳୟ ସମେତ ଭଦ୍ରକ ସ୍ବଂୟଶାସିତ ମହାବିଦ୍ୟାଳୟ, କଟକର ଜେକେବିକେ କଲେଜ ଏବଂ ପୁରୀର ଏସସିଏସ ମହାବିଦ୍ୟାଳୟ ଭଳି ଅନେକ କଲେଜରେ ନକଲି ସାର୍ଟିଫିକେଟ ଜରିଆରେ ନାମଲେଖା ଘଟଣା ଜଣାପଡିଥିଲା । ଭିନ୍ନକ୍ଷମ ଛାତ୍ରଛାତ୍ରୀ ସରକାରୀ କଲେଜଗୁଡିକରେ ଆବଶ୍ୟକତା ଅନୁଯାୟୀ ସିଟ୍ ପାଉନଥିବା ବେଳେ ସାଧାରଣ ଛାତ୍ରଛାତ୍ରୀ ନକଲି ସାର୍ଟିଫିକେଟ ଦେଖାଇ ସ୍ୱଳ୍ପ ଦେୟରେ ନାମ ଲେଖାଉଥିବା ଅଭିଯୋଗ ହୋଇଆସୁଥିଲା । ଏଭଳି ଘଟଣାକୁ ନେଇ ଶିକ୍ଷା ବିଭାଗ ନାମଲେଖା ସମୟରେ ସମସ୍ତ ପ୍ରମାଣପତ୍ରକୁ ଯାଞ୍ଚ କରିବା ପରେ ସତ ସାମ୍ନାକୁ ଆସିଥିଲା ।

ଏଠି ପ୍ରଶ୍ନ ଉଠୁଛି, ଏତେ ସଂଖ୍ୟାରେ ଛାତ୍ରଛାତ୍ରୀ ଏହି ନକଲି ସାର୍ଟିଫିକେଟ କେମିତି ହାତଉଛନ୍ତି ? କେଉଁଠି ପ୍ରସ୍ତୁତ କରାଯାଉଛି ? ଏଥିରେ କେଉଁମାନେ ସାମିଲ ଅଛନ୍ତି ? ତାହା ତଦନ୍ତ ସାପେକ୍ଷ । ଗତ ବର୍ଷ ଭଳି ଏଥର ମଧ୍ୟ ଯେପରି ଏହିଭଳି ପରିସ୍ଥିତି ସୃଷ୍ଟି ନହୁଏ ସେଥିପ୍ରତି ବିଭାଗ ସଜାଗ ରହିଛି ।



ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details