ଓଡିଶା

odisha

By ETV Bharat Odisha Team

Published : Jun 21, 2024, 8:22 PM IST

ETV Bharat / state

ଦୀପାଳିଙ୍କ ଆବେଦନ ଗ୍ରହଣ କଲେ ECI, ଏଭଳି କହିଲେ ବିଜେପି ବିଧାୟକ ଟଙ୍କଧର - Deepali Das

ECI Accepts For EVMs Rechecking In Jharsuguda: ବିଜେଡି ବିଧାୟିକା ପ୍ରାର୍ଥୀ ଦୀପାଳି ଦାସଙ୍କ ଇଭିଏମ ଯାଞ୍ଚ ଆବେଦନକୁ ଗ୍ରହଣ କଲେ ନିର୍ବାଚନ ଆୟୋଗ । ୧୩ଟି ବୁଥ୍‌ରେ ହେବ ଇଭିଏମ ଯାଞ୍ଚ । ସେପଟେ ECIଙ୍କ ପକ୍ଷରୁ ନିର୍ଦ୍ଦେଶ ଆସିବା ପରେ ଏଭଳି କହିଲେ ବିଜେପି ବିଧାୟକ । ଅଧିକ ପଢ଼ନ୍ତୁ

ECI Accepts Dipali Das Application
ECI Accepts Dipali Das Application (ETV Bharat Odisha)

ଝାରସୁଗୁଡ଼ା: ବିଜେଡି ପ୍ରାର୍ଥିନୀ ଦୀପାଳି ଦାସଙ୍କ ଆବେଦନକୁ ଗ୍ରହଣ କଲେ ନିର୍ବାଚନ କମିଶନ । ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ନିର୍ବାଚନ ଫଳାଫଳକୁ ନେଇ ଅସନ୍ତୁଷ୍ଟ ଥିଲେ ଦୀପାଳି । ଏହାକୁ ନେଇ ସେ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଥଲେ । ତେବେ ଦୀପାଳି ଦାସଙ୍କ ଆବେଦନକୁ ଗ୍ରହଣ କରିଛନ୍ତି ନିର୍ବାଚନ ଆୟୋଗ । ଆବେଦନ ଗ୍ରହଣ ପରେ ଏବେ ୧୩ଟି ମତଦାନ କେନ୍ଦ୍ରର ଇଭିଏମ୍ ପୁନଃ ଯାଞ୍ଚ ହେବ ।

ECI Accepts Dipali Das Application (ETV Bharat Odisha)

ଝାରସୁଗୁଡା ବିଧାନସଭା ଆସନର ପୂର୍ବତନ ବିଧାୟିକା ତଥା 2024 ନିର୍ବାଚନରେ ପରାଜିତ ବିଜେଡି ବିଧାୟିକା ପ୍ରାର୍ଥୀ ଦୀପାଳି ଦାସ ନିର୍ବାଚନ ଫଳାଫଳକୁ ନେଇ ଅସନ୍ତୋଷ ଥିଲେ । ଇଭିଏମ୍‌ରେ ଅନିୟମିତତା ହୋଇଥିବା ଅଭିଯୋଗ କରିଥିଲେ । ଯାହାକୁ ନେଇ ଇଭିଏମ ଯାଞ୍ଚ କରିବା ପାଇଁ ନିର୍ବାଚନ ଆୟୋଗଙ୍କୁ ଆବେଦନ କରିଥିଲେ । ଇସିଆଇ ଦୀପାଳିଙ୍କ ଆବେଦନକୁ ଗ୍ରହଣ କରିଛନ୍ତି । ଫଳରେ ଝାରସୁଗୁଡ଼ାର ୧୩ ବୁଥରେ ଇଭିଏମ ଯାଞ୍ଚ କରାଯିବାକୁ ଇସିଆଇ ଅନୁମତି ପ୍ରଦାନ କରିଛନ୍ତି ।

ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଚଳିତ ସାଧାରଣ ନିର୍ବାଚନରେ ୧୩୩୩ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାଜିତ ହୋଇଛନ୍ତି । ଭୋଟ୍ ଗଣତି ବା ଇଭିଏମ୍ ତ୍ରୁଟି ରହିଥିବା ଆଶଙ୍କା କରି ସେ ଇଭିଏମ୍‌ର ପୁନଃ ଯାଞ୍ଚ ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ଏଥିପାଇଁ ସେ ଆବଶ୍ୟକ ଫି' ମଧ୍ୟ ଜମା କରିଛନ୍ତି । ଚଳିତ ନିର୍ବାଚନର ଭୋଟ୍ ଗଣତିରେ କୌଣସି ପ୍ରାର୍ଥୀଙ୍କ ସନ୍ଦେହ ରହିଥିଲେ ସେମାନେ ୫ ପ୍ରତିଶତ ଇଭିଏମ୍‌ର ପୁନଃ ଯାଞ୍ଚ କରିବା ପାଇଁ ଆବେଦନ କରିପାରିବେ ବୋଲି ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ରହିଥିଲା । ତେଣୁ ସେ ଇଭିଏମ ଯାଞ୍ଚ ପାଇଁ ଆବେଦନ କରିଥିଲେ । ଯାହାକି ତାହା ତାଙ୍କ ଅଧିକାରୀ ବୋଲି କହିଛନ୍ତି ଦୀପାଳୀ ।

ଏହା ମଧ୍ୟ ପଢ଼ନ୍ତୁ...ଝାରସୁଗୁଡ଼ାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ - Yoga Day Celebration In Jharsuguda

ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର EVM ପୁନଃ ଯାଞ୍ଚକୁ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ଝାରସୁଗୁଡ଼ାର ନବନିର୍ବାଚିତ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ । ଏହାକୁ ନେଇ ବିଧାୟକ କହିଛନ୍ତି ଯେ, କିଛି ଲୋକ ଶାସନ ବ୍ୟବସ୍ଥାକୁ ନିଜ ପରିବାରର ଜାଗିର ଭାବନ୍ତି ଏବଂ ଏନେଇ ସେମାନେ ଭୁଲି ଯାଆନ୍ତି ଯେ, ଭାରତ ଏକ ଗଣତନ୍ତ୍ର ରାଷ୍ଟ୍ର ଏବଂ ଗଣତନ୍ତ୍ରରେ ଜନାଦେଶକୁ ସମ୍ମାନ ଦେବା ସମସ୍ତଙ୍କ ଦାୟିତ୍ବ ଓ ତାକୁ ସସମ୍ମାନରେ ଗ୍ରହଣ କରିବା ଦରକାର ।

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details