କଟକ: ରାତି 12ଟା ପରେ ବି କଟକରେ ବାଜିବ ପାରମ୍ପାରିକ ବାଦ୍ୟ । ବାଜା ବଜାକୁ ନେଇ କଟକ ସହରରେ ସୃଷ୍ଟି ହୋଇଥିବା ଦ୍ବନ୍ଦ୍ବ ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି କଟକ ଡିସିପି । ବିଶେଷକରି ରାତି ୧୨ଟା ପରେ ପାରମ୍ପରିକ ବାଦ୍ୟକୁ ନେଇ ପୂଜା ମଣ୍ଡପ କର୍ମକର୍ତ୍ତାଙ୍କ ମନରେ ଯେଉଁ ଅସନ୍ତୋଷ ଦେଖାଦେଇଥିଲା ତାହା ଉପରେ ଆଜି କଟକ ଡିସିପି ପ୍ରତିକ୍ରିୟା ଦେଇଛନ୍ତି । ଡିସିପି ସ୍ପଷ୍ଟ କରିଛନ୍ତି ଯେ ଭସାଣ ଦିନ ରାତି ୧୨ଟା ପରେ ସାଉଣ୍ଡ ବନ୍ଦ ହେବା ପରେ ପାରମ୍ପାରିକ ବାଦ୍ୟ ବଜାଇ ପାରିବେ । ସେପଟେ ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପର୍ଣ୍ଣ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପୂଜା ପାଇଁ କଟକ ସହରରେ ମୋଟ 65 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ।
12ଟା ପରେ ବି ବାଜିବ ବାଜା:
ମାତ୍ର ଅଧିକ ଶବ୍ଦ ବିଶିଷ୍ଟ ପାରମ୍ପରିକ ବାଦ୍ୟ ଯନ୍ତ୍ର ନ ବଜାଇବାକୁ ସେ କଟକବାସୀଙ୍କୁ ଅନୁରୋଧ କରିଛନ୍ତି । କଟକ ଡିସିପି ଜଗମୋହନ ମିନା ସ୍ପଷ୍ଟ କରିଛନ୍ତି ଯେ, ଭସାଣ ଶୋଭାଯାତ୍ରାରେ ରାତି ୧୨ ଟା ପରେ ପାରମ୍ପରିକ ବାଦ୍ୟ ଯନ୍ତ୍ର ବଜାଇ ଶୋଭାଯାତ୍ରାରେ ମେଢ଼ ଗୁଡିକ ଯାଇପାରିବ । ତେବେ ରାତି ୧୨ ଟା ପରେ ପାରମ୍ପରିକ ବାଦ୍ୟ ଯନ୍ତ୍ର ବାଜିବା ଉପରେ କଟକଣାକୁ ନେଇ ପୂଜା କମିଟି ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଯାଉଥିଲା ।
ପୂଜାକୁ ଜଗିବେ 65 ପ୍ଲାଟୁନ ଫୋର୍ସ:
କଟକ ସହରରେ ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପର୍ଣ୍ଣ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପୂଜା ପାଇଁ କଟକ ସହରରେ ମୋଟ 65 ପ୍ଲାଟୁନ ପୋଲିସ ଫୋର୍ସ ସହ 31 ଟି ଏଡ଼ ପୋଷ୍ଟ, 2 କମ୍ପାନୀ CRPF, 2 ପ୍ଲାଟୁନ QRT ମୁତୟନ ହେବେ । ପୂଜା ସମୟରେ ମୁତୟନ ହେବାକୁ ଥିବା ପୋଲିସ କର୍ମୀଙ୍କୁ ନେଇ ଇଣ୍ଡୋର ଷ୍ଟାଡିଅମରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦେଇଛନ୍ତି ପୋଲିସ କମିଶନର ଓ ଡିସିପି ।
ସୁନା-ଚାନ୍ଦି ଲାଗୁଥିବା ମଣ୍ଡପରେ ମୁତୟନ ହେବେ ସଶସ୍ତ୍ର ପୋଲିସ:
କଟକ ଡିସିପି ଜଗମୋହନ ମିନା କହିଛନ୍ତି, ‘ସୁନା ଓ ଚାନ୍ଦି ଲାଗୁ ଥିବା ପୂଜା ମଣ୍ଡପରେ ସଶସ୍ତ୍ର ପୋଲିସ ମୁତୟନ କରାଯିବ। ଏହା ବ୍ୟତୀତ ପୂଜା ସମୟରେ ସହରରେ ପୋଲିସ ପାଟ୍ରୋଲିଂକୁ କଡାକଡି କରାଯିବା ସହ ଟ୍ରାଫିକ ପରିଚାଳନାକୁ ଶୃଙ୍ଖଳିତ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ବିଶେଷ କରି ଭସାଣି ସମୟରେ 65 ଡେସିବିଲରୁ ଅଧିକ ଶବ୍ଦ ଉପରେ କଟକଣା ବଳବତ୍ତର ରହିବ ।’
ଏହା ମଧ୍ୟ ପଢନ୍ତୁ: |