ଓଡିଶା

odisha

ETV Bharat / state

ଶ୍ରୀକ୍ଷେତ୍ରରେ ନିଆରା ପରମ୍ପରା, ଗୋଷାଣୀ ରୂପେ ପୂଜା ପାଆନ୍ତି ମା' ଦୁର୍ଗା

ଶ୍ରୀକ୍ଷେତ୍ରରେ ଗୋଷାଣୀ ଯାତ୍ରା । ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ପୁରୀରେ ଗୋଷାଣୀ ରୂପେ ପୂଜା ପାଆନ୍ତି ମା' ଦୁର୍ଗା ।

By ETV Bharat Odisha Team

Published : 4 hours ago

Gosani Jatra Tradition In Puri
Gosani Jatra Tradition In Puri (ETV Bharat Odisha)

ପୁରୀ: ପାଖେଇ ଆସୁଛି ଶାରଦୀୟ ଦୁର୍ଗାପୂଜା । ମା'ଙ୍କ ଆଗମନ ପାଇଁ ସଜେଇ ହେଉଛି ଧରାପୃଷ୍ଠ । ଚାରିଆଡେ ପୂଜାର ମାହୋଲ । କେଉଁଠି ମାଆଙ୍କ ମୂର୍ତ୍ତିକୁ କାରିଗର ତୂଳିରେ ଶେଷ ସ୍ପର୍ଶ ଦେଉଛନ୍ତି ତ ଆଉ କେଉଁଠି ଆଖି ଝଲସି ଉଠିବା ଭଳି ତୋରଣ ନିର୍ମାଣ ଚାଲିଛି । ଏନେଇ ପୁରୀ ସହରରେ ଥିବା ବିଭିନ୍ନ ପୂଜା ମଣ୍ଡପ ଏବେ ଚଳଚଞ୍ଚଳ ହୋଇଉଠିଛି । ପୂଜା ମଣ୍ଡପ ଗୁଡିକରେ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ପୂଜାକୁ ନେଇ ମଧ୍ୟ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ତେବେ ଶାରଦୀୟ ଦୁର୍ଗାପୂଜାରେ ମା' ଦୁର୍ଗାଙ୍କୁ ଆରାଧନା କରାଯାଉଥିବା ବେଳେ ଶ୍ରୀକ୍ଷେତ୍ରରେ ପରମ୍ପରା ଅନୁଯାୟୀ ଦେବୀ ଦୁର୍ଗାଙ୍କୁ ଗୋଷାଣୀ ଦେବୀ ରୂପେ ପୂଜାର୍ଚ୍ଚନା କରାଯାଇଥାଏ ।

ଶ୍ରୀକ୍ଷେତ୍ରରେ ଗୋଷାଣୀ ଦେବୀ:

ଶାରଦୀୟ ଦୁର୍ଗାପୂଜା ପାଖେଇ ଆସୁଥିବା ବେଳେ ସବୁଆଡେ ଏବେ ଉତ୍ସାହ ଏବଂ ଆନନ୍ଦର ମାହୋଲ । ପୁରୀ ସହରରେ ମଧ୍ୟ ଶାରଦୀୟ ଦୁର୍ଗାପୂଜାକୁ ଆଡ଼ମ୍ବର ସହକାରେ ପାଳନ କରିବା ପାଇଁ ବିଭିନ୍ନ ପୂଜା ମଣ୍ଡପ ଗୁଡିକରେ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି । ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ପୂଜା ପାଇଁ ବିଭିନ୍ନ ପ୍ରସ୍ତୁତି କାର୍ଯ୍ୟ ମଧ୍ୟ ଆଗେଇ ଚାଲିଛି । ତେବେ ଶ୍ରୀକ୍ଷେତ୍ର ପୁରୀରେ ଶାରଦୀୟ ଦୁର୍ଗାପୂଜାକୁ ଗୋଷାଣୀ ଯାତ୍ରା ଭାବେ ପାଳନ କରାଯାଏ । ଜଗତଜନନୀ ମା' ଦୁର୍ଗାଙ୍କୁ ଗୋଷାଣୀ ଦେବୀ ଭାବେ ଶ୍ରୀକ୍ଷେତ୍ରରେ ପୂଜା କରାଯାଏ । ପୁରୀର ଗୋଷାଣୀ ମୂର୍ତ୍ତି ଦେଖିବାକୁ ବେଶ୍ ଭିନ୍ନ ଏବଂ ଆକର୍ଷଣୀୟ । ଦେବୀ ଦୂର୍ଗାଙ୍କୁ ଗୋଷାଣୀ ଦେବୀ ଭାବରେ ଶ୍ରୀକ୍ଷେତ୍ରରେ ବିଶାଳ ମୂର୍ତ୍ତି ରୂପରେ ପୂଜା କରାଯାଏ ।

Gosani Jatra Tradition In Puri (ETV Bharat Odisha)
ଗୋଷାଣୀ ଯାତ୍ରା ଦେଖିବାକୁ ଆସନ୍ତି ବଙ୍ଗୀୟ ପର୍ଯ୍ୟଟକ:

ପୁରୀର ଗୋଷାଣୀ ଯାତ ବେଶ ପ୍ରସିଦ୍ଧ । ଏହି ନିଆରା ପରମ୍ପରା ତଥା ଗୋଷାଣୀ ଯାତ ଦେଖିବାକୁ ବହୁ ବଙ୍ଗୀୟ ପର୍ଯ୍ୟଟକଙ୍କ ସମେତ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନଙ୍କ ଆଗମନ ହୋଇଥାଏ । ତେଣୁ ପୂଜାକୁ ଆକର୍ଷଣୀୟ ଢଙ୍ଗରେ ପାଳନ କରିବା ପାଇଁ ପୂଜା ମଣ୍ଡପ ଗୁଡିକରେ ବ୍ୟାପକ ପ୍ରସ୍ତୁତି ହୋଇଥାଏ । ସେପଟେ ପୂଜା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୂଜା ମଣ୍ଡପ ଗୁଡିକ ପକ୍ଷରୁ ସିସିଟିଭି କ୍ୟାମେରା ସ୍ଥାପନ ସହିତ ଭଲ୍ୟୁଣ୍ଟରମାନଙ୍କୁ ନିୟୋଜିତ କରାଯାଇଥାଏ । ଭକ୍ତମାନଙ୍କୁ ପୂଜା ମଣ୍ଡପ ପକ୍ଷରୁ ପ୍ରସାଦ ବଣ୍ଟନ ମଧ୍ୟ କରାଯାଇଥାଏ । ତେବେ ଚଳିତ ବର୍ଷ ମଧ୍ୟ ଗୋଷାଣୀ ଯାତ୍ରା ବେଶ୍ ଧୂମଧାମରେ ପାଳନ କରିବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଉଥିବା ପୂଜା ମଣ୍ଡପ କର୍ମକର୍ତ୍ତା କହିଛନ୍ତି ।

Gosani Jatra Tradition In Puri (ETV Bharat Odisha)
କେମିତି ହୁଏ ପୂଜା ବିଧି:

ଭୋଗଜାଗା ପୂଜା ମଣ୍ଡପର ପୂଜକ ବାମଦେବ ଦାଶ କହିଛନ୍ତି, "ଜଗନ୍ନାଥ ଧାମ ତଥା ଶ୍ରୀକ୍ଷେତ୍ରର ପରମ୍ପରା ଓ ସଂସ୍କୃତି ସ୍ବତନ୍ତ୍ର ଏବଂ ନିଆରା । ଶ୍ରୀକ୍ଷେତ୍ରରେ ବାରମାସରେ ତେର ପର୍ବ ପାଳନ ହେଉଥିବା ବେଳେ ଶାରଦୀୟ ଦୁର୍ଗାପୂଜାରେ ଦେବୀ ଦୂର୍ଗାଙ୍କୁ ଗୋଷାଣୀ ଭାବରେ ପୂଜା କରାଯିବା ଏକ ନିଆରା ପରମ୍ପରା ଦେଖିବାକୁ ମିଳିଥାଏ । ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଆସନ୍ତା ବୁଧବାର ଠାରୁ ପୁଜା ଆରମ୍ଭ ହେବ। ପ୍ରଥମେ ମା'ଙ୍କ ପାଣିତୋଳା ହେବ । ପରେ କଳସ ବସାଯାଇ ମା'ଙ୍କୁ ଆବାହନ କରାଯିବ । ପରେ ପ୍ରାଣ ପ୍ରତିଷ୍ଠା ସହ ଶୀତଳ ଭୋଗ ଅନୁଷ୍ଠିତ ହେବ । ମଧ୍ଯରାତ୍ରୀରେ ମା'ଙ୍କ ପଞ୍ଚୋପଚାରରେ ପୂଜା ସହ ଶଙ୍ଖୁଡ଼ି ଭୋଗ ଅନୁଷ୍ଠିତ ହେବ ।

Gosani Jatra Tradition In Puri (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...ଦୂର୍ଗାପୂଜାରେ ଝଲସିବ ଝାରସୁଗୁଡ଼ା, ଶୋଭା ପାଇବ ଆଖି ଲାଖିଯିବା ପରି ତୋରଣ

ଏହା ମଧ୍ୟ ପଢ଼ନ୍ତୁ...ନବରାତ୍ରୀ ପାଇଁ ଉତ୍ସବ ମୁଖର ବୌଦ୍ଧ, ଆଲୋକ ମାଳାରେ ଝଲସୁଛି ପୂଜା ମଣ୍ଡପ - Durga Puja 2024

ଏହା ମଧ୍ୟ ପଢ଼ନ୍ତୁ...ନବରାତ୍ରୀ ପାଇଁ ଉତ୍ସବ ମୁଖର ବୌଦ୍ଧ, ଆଲୋକ ମାଳାରେ ଝଲସୁଛି ପୂଜା ମଣ୍ଡପ - Durga Puja 2024


ପୂଜା ପାଇଁ ପ୍ରସ୍ତୁତ ପୁରୀ ପୌରପାଳିକା:

ପୁରୀ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା କହିଛନ୍ତି, ଆଗାମୀ ଶାରଦୀୟ ଦୁର୍ଗାପୂଜା ପାଇଁ ପୁରୀ ପୌରପାଳିକା ସମ୍ପୂର୍ଣ୍ଣ ପ୍ରସ୍ତୁତ । ରାସ୍ତା ଗୁଡିକର ମରାମତି କରାଯାଉଛି । ସହର ଭିତରେ ସଫେଇ କାର୍ଯ୍ୟକୁ ବେଶ୍ ଗୁରୁତ୍ଵ ଦିଆଯାଉଛି । ମୁକୁଳା ଡ୍ରେନ ଗୁଡ଼ିକୁ ସ୍ଲାବ ପକାଇବା ନେଇ ବ୍ୟବସ୍ଥା କରାଯାଉଅଛି ।"

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details